
ନବୀନ ସାହୁ(ଜଳେଶ୍ବର):୧୮।୧୦- ଯୁବକଙ୍କୁ ଫୋନ୍ କରି ଘରୁ ଡାକିଆଣି ଧାରୁଆ ଛୁରୀରେ ମରଣାନ୍ତକ ଆକ୍ରମଣ ।ଏହି ଦୁଖଦଃ ଘଟଣାଟି,ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଶିଖରପୁର ପଂଚାୟତର ବେଲବାରିଆ ଗ୍ରାମରେ ଘଟିଛି । ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ଡାକ୍ତରଖାନରେ ଭର୍ତ୍ତି ହୋଇଛନ୍ତି । ଯୁବକ ଜଣଙ୍କ ହେଲେ ଶିବଶଙ୍କର ସେନାପତି ।
ସୂଚନା ଅନୁଯାଇ, ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ବେଲବାରିଆ ଗ୍ରାମର ଉମାକାନ୍ତ ସେନାପତିଙ୍କର ପୁଅ ଶିବଶଙ୍କର ସେନାପତିଙ୍କୁ ଗତ ୧୭ତାରିଖ ଅପରାହ୍ନ ସମୟରେ ସେହି ଗ୍ରାମର ସ୍ବର୍ଗତ ଛାୟାକାନ୍ତ ସେନାପତିଙ୍କର ପୁଅ ରାଜୀବ ସେନାପତି ଫୋନ୍ ଯୋଗେ ମାର୍କେଟକୁ ଡାକିଥିଲେ । ଶିବଶଙ୍କର ଘରୁ ମାର୍କେଟ ଯିବେ ବୋଲି କହି ବାହାରି ଆସିଥିଲେ । ସେଠାରେ ରାଜୀବ ଏକ ଧାରୁଆ ଛୁରୀ ସାହାଯ୍ୟରେ ତାଙ୍କ ଗଳାକୁ କାଟିବାକୁ ଚେଷ୍ଟା କରୁଥିଲା ବେଳେ ତାଙ୍କ ହାତ ଓ ଗଳା କଟିଯାଇଛି ।
ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଜଳେଶ୍ବର ଡାକ୍ତରଖାନାରେ ଭର୍ତି କରିଥିଲେ,ହେଲେ ଶିବଶଙ୍କର ଅବସ୍ଥା ଗୁରୁତର ଥିବାରୁ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ପୁଅ ଜୀବନ ମରଣ ସହିତ ସଂଗ୍ରାମ କରୁଥିଲା ବେଳେ ନ୍ୟାୟ ପାଇଁ ଶିବଶଙ୍କରଙ୍କ ମା’ ଜଳେଶ୍ବର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।ଜଳେଶ୍ବର ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି ।