
ଯାଜପୁର: ବୈତରଣୀ ନଦୀରେ ବୁଡିଗଲେ ଦୁଇ ନବାଳକ ।ନଦୀକୁ କଇଁ ଫୁଲ ତୋଲିବା ପାଇଁ ଯାଇଥିଲେ,ବହୁ ସମୟ ଖୋଜା ଖୋଜି ପରେ ମିଳିଲା ଦୁହିଁଙ୍କ ମୃତଦେହ। ଏଭଳି ଦୁଖଦଃ ଘଟଣା ଯାଜପୁର ମଙ୍ଗଳପୁର ଥାନା ଗୋପକୁଳ ଗ୍ରାମରେ ଘଟିଛି ।
ସୁଚନା ଅନୁସାରେ,ତିନି ଜଣ ବାଳକ ନଦୀ ଜୋରକୁ କଇଁ ଫୁଲ ତୋଳିବାକୁ ଯାଇଥିଲେ ।ସେମାନଙ୍କ ମଧ୍ୟରୁ ଜଣକର ଗୋଡ ଖସିଯାଇଥିଲା ।ପାଖରେ ଥିବା ଦୁଇଜଣ ବାଳକ ବୁଡିଯାଇଥିବା ପିଲାଟିକୁ ବଂଚାଇବାକୁ ପାଣିରେ ପଶିଯାଇଥିଲେ । ହେଲେ ସେମାନେ ବି ବୁଡିଗଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଦାର କରାଯାଇଥିଲା।ଅନ୍ୟ ଗୁରୁତର ଆହତଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଅଛି ।