ପୁଣି ଗଜୁରିଛି ଭଣ୍ଡ ସାରଥୀ ପ୍ରେମ ବାପା-ପୁଅ ଙ୍କୁ ଉଠାଇ ନେଲା ପୋଲିସ…

ଦୁଃଶାସନ ପୃଷ୍ଟି(କାମାକ୍ଷାନଗର):୨୧।୧୦-ପୁଣି ଗଜୁରିଛି ଭଣ୍ଡ ସାରଥୀ ପ୍ରେମ ।ବାପା-ପୁଅ ଙ୍କୁ ଉଠାଇ ନେଲା ପୋଲିସ । ଗ୍ରାମବାସୀଙ୍କ ତରଫରୁ ଥାନାରେ ଲିଖିତ ଅଭିଯୋଗ ପରେ ଏ ପରି ପଦକ୍ଷପ ନେଇଛନ୍ତି ପରଜଙ୍ଗ ପୋଲିସ ।

ଖବର ଅନୁଯାଇ,ପରଜଙ୍ଗ ବ୍ଲକ୍ କନ୍ଦରସିଂହା ଗ୍ରାମ ଖଳିବାହାଳ ସାହିର ବହୁ ଚର୍ଚ୍ଚିତ ଭଣ୍ଡ ସାରଥୀ ର ଭକ୍ତ ବୋଲାଉଥିବା ଦିବାକର ନାଥ ଓ ପୁଅ ସୁକାନ୍ତ ନାଥ ।ସାରଥୀକୁ ପୂଜା କରିବା ସହିତ ସାରଥୀ ଫଟୋରୁ ମହୁ ଓ ଲହୁଣୀବାହାରୁଥିବା,ଦିବାକର ପରିବାର ଲୋକେ ଦାବି କରି ଆସୁଥିଲେ ।

ଯାହାଦ୍ବାରା ଦିବାକର ଘରକୁ ଦୂର ଦୁରାନ୍ତରୁ ଭଣ୍ଡ ସାରଥୀ ଭକ୍ତଙ୍କ ସୁଅ ଛୁଟିଥିଲା।ତେବେ ବୁଧବାର ସନ୍ଧ୍ୟା ସମୟରେ କୁମାର ପୂର୍ଣ୍ଣିମା ଥିବାବେଳେ ସେହି ପରିବାର ଲୋକେ ଦୂର ଦୁରାନ୍ତରୁ କିଛି ଭକ୍ତଙ୍କୁ ଡାକି ଭୋଜି ର ଆୟୋଜନ କରିଥିଲେ । ଏହାସହ ସାରଥୀ ଫଟୋକୁ ରଖି ପୂଜାର୍ଚ୍ଚନା କରୁଥିଲେ । ଏଥିପାଇଁ ପ୍ରଶାସନର କୌଣସି ଅନୁମତି ନଥିଲା । କୋଭିଡ୍ ନିୟମର ଖୋଲାଖୋଲି ଉଲଂଘନ ଓ ବାରମ୍ବାର ଏପରି ପ୍ରହସନରେ ଗ୍ରାମବାସୀ ଲଜ୍ଜିତ ହେବାକୁ ପଡୁଥିଲା ।

ତେଣୁ ବୁଧବାର ସନ୍ଧ୍ୟାରେ ଗ୍ରାମବାସୀ ଏକତ୍ରିତ ହୋଇ ଥାନାର ଦ୍ବାରସ୍ଥ ହୋଇଥିଲେ ।ଘଟଣାସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ସଂପୃକ୍ତ ବାପା-ପୁଅ ଦୁଇ ଜଣକୁ ଉଠାଇ ନେଇ ଥାନାରେ ଅଟକ ରଖିଛି । ହେଲେ କେବେ ବୁଝିବେ ସାଧାରଣ ଜନତା,କେତେଦିନ ହେଉଥିବେ ଏ ପରି ଭଣ୍ଡାମୀର ଶିକାର।ଏ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନେହୁରା ହେଲି ମା'ମାଣିକେଶ୍ବରୀଙ୍କ ରାଣ ଖାଇବାକୁ କହିଲି, ସେ ଶୁଣିଲାନି ତଂଟି ଚିପି ମାରିଦେଲି...

Thu Oct 21 , 2021
ବଲାଙ୍ଗିର(ବାସ୍ତବବ୍ୟୁରୋ): ପାଞ୍ଚ ଦିନିଆ ରିମାଣ୍ଡରେ ଆସି ଚାଞ୍ଚଲ୍ୟକର ତଥ୍ୟ ବଖାଣିଛି ଗୋବିନ୍ଦ ସାହୁ । ନେହୁରା ହେଲି ମା ମାଣିକେଶ୍ବରୀ ଙ୍କ ରାଣ ଖାଇବାକୁ କହିଲି, ସେ ଶୁଣିଲାନି ଶେଷରେ ତଂଟି ଚିପି ମାରିଦେଲି ।ଶେଷ ଥର ପାଇଁ ମମିତା ସେପ୍ଟେମ୍ବର ୨୧ରେ ସ୍କୁଲ ହଷ୍ଟେଲକୁ ଆସିଥିଲେ,ସେଇ ଦିନ ମରିଥାନ୍ତା ଗୋବିନ୍ଦ, ହେଲେ ସାଙ୍ଗ ମାନଙ୍କ ସହ ଖସିଗଲା। ମୋର ସବୁ ଅନୈତିକ କାର୍ଯ୍ୟର ଗୁମର ଜାଣିଥିଲା ମମିତା ।ବାହାରେ […]

You May Like

Pin It on Pinterest