ନେହୁରା ହେଲି ମା’ମାଣିକେଶ୍ବରୀଙ୍କ ରାଣ ଖାଇବାକୁ କହିଲି, ସେ ଶୁଣିଲାନି ତଂଟି ଚିପି ମାରିଦେଲି…

ବଲାଙ୍ଗିର(ବାସ୍ତବବ୍ୟୁରୋ): ପାଞ୍ଚ ଦିନିଆ ରିମାଣ୍ଡରେ ଆସି ଚାଞ୍ଚଲ୍ୟକର ତଥ୍ୟ ବଖାଣିଛି ଗୋବିନ୍ଦ ସାହୁ । ନେହୁରା ହେଲି ମା ମାଣିକେଶ୍ବରୀ ଙ୍କ ରାଣ ଖାଇବାକୁ କହିଲି, ସେ ଶୁଣିଲାନି ଶେଷରେ ତଂଟି ଚିପି ମାରିଦେଲି ।ଶେଷ ଥର ପାଇଁ ମମିତା ସେପ୍ଟେମ୍ବର ୨୧ରେ ସ୍କୁଲ ହଷ୍ଟେଲକୁ ଆସିଥିଲେ,ସେଇ ଦିନ ମରିଥାନ୍ତା ଗୋବିନ୍ଦ, ହେଲେ ସାଙ୍ଗ ମାନଙ୍କ ସହ ଖସିଗଲା। ମୋର ସବୁ ଅନୈତିକ କାର୍ଯ୍ୟର ଗୁମର ଜାଣିଥିଲା ମମିତା ।ବାହାରେ ପ୍ରଘଟ କରିଦେବାର ଧମକ ଦେଉଥିଲା ।

ସବୁଠୁ ବଡ କଥା ହେଲା, ମମିତାଙ୍କୁ ହତ୍ୟା କରିବାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ଠାରୁ ଆରମ୍ଭ କରି ଶବ ପୋଡ଼ିବା ଓ ପୋତିବା ପର୍ଯ୍ୟନ୍ତ ଏ ନେଇ କାହାକୁ ଅବଗତ କରାଇ ନ ଥିଲେ ଗୋବିନ୍ଦ। ନିଜ ସାଥୀମାନଙ୍କ ଦ୍ୱାରା କାମ କରାଉଥିଲା, ହେଲେ ସେମାନଙ୍କୁ କାରନାମା ଜଣାଉ ନ ଥିଲେ। ରିମାଣ୍ଡରେ ଆସିବା ପରେ କାହାଣୀର ସତ ବଖାଣିଛନ୍ତି ଗୋବିନ୍ଦ ସାହୁ ।

ଗତକାଲି ଗୋବିନ୍ଦକୁ କୋର୍ଟରୁ ସିଧାସଲଖ ଏସ.ପି ଅଫିସକୁ ଅଣାଯାଇ ଥିଲା। କୋର୍ଟରୁ ଅଣାଯାଇଥିବାରୁ ନିୟମ ମୁତାବକ ବିଲମ୍ୱିତ ରାତିରେ ଗୋବିନ୍ଦକୁ ପ୍ରଥମେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।ରାତି ସାରା ମାରାଥନ ଜେରା କରାଯାଇଥିଲା । ଖୋଦ ଉତ୍ତରାଂଚଳ ଡି.ଆଇ.ଜି ଦୀପକ କୁମାର ସେଠାରେ ଡେରା ପକାଇଥିବା ବେଳେ ତାଙ୍କ ପ୍ରଶ୍ନବାଣରେ ଗୋଟିଏ ଗୋଟିଏ ପରେ ସତର ଖୁଲାସା କରିଛି ଗୋବିନ୍ଦ ସାହୁ ।

ଗୋବିନ୍ଦଙ୍କ କହିବାନୁଯାୟୀ, ମମିତା ତାଙ୍କ ଗୁମର ଜାଣିଥିବା ବେଳେ ଏହା ବାହାରେ ପ୍ରଘଟ ହେଲେ ଲୋକଲଜ୍ଜା ଭୟରେ ମୁଣ୍ଡ ଟେକିପାରିବେନି ବୋଲି ତାଙ୍କୁ ଚିନ୍ତା ଘାରିଥିଲା। ତେଣୁ ଏହାକୁ ବାହାରେ କାହାକୁ ନ କହିବାକୁ ମମିତାଙ୍କୁ ନେହୁରା ବି ହୋଇଥିଲେ। ହେଲେ ସେ ଏହାକୁ ଏଡ଼ାଇ ଯାଇଥିଲେ। ଏହାପରେ ମମିତାଙ୍କୁ ରାସ୍ତାରୁ ହଟାଇବାକୁ ଗୋବିନ୍ଦ ପ୍ରସ୍ତୁତ କରିଥିଲା ବ୍ଲୁ-ପ୍ରିଣ୍ଟ ।

୨୧ ତାରିଖ ହତ୍ୟା ଯୋଜନାରେରେ ଗୋବିନ୍ଦ ସଫଳ ନହେବାରୁ,ପୁଣି ଥରେ ଘରୁ ଡକାଇ ହତ୍ୟା କରିବାର ଯୋଜନା କରିଥିଲା। ହେଲେ ସଫଳ ହୋଇପାରି ନ ଥିଲା।ଦୁଇଥର ପ୍ଲାନ ଫେଲ ମାରିବା ପରେ, ଅକ୍ଟୋବର ୭ ତାରିଖରେ ମିଟିଂ ଅଛି କହି ୬ ତାରିଖରେ ମମିତାଙ୍କୁ ଫୋନ୍‌ କରି ଡାକିଥିଲା। ମାତ୍ର ଏହା ପୁଣିଥରେ ୮ ତାରିଖକୁ ଘୁଞ୍ଚାଇ ଦିଆଗଲା ବୋଲି କହିଥିଲା । ଏହାପରେ ୮ ତାରିଖରେ ମମିତା ପହଞ୍ଚିବା ପରେ ଭବାନୀପାଟଣାରେ ସପିଂ କରାଇଥିଲା ଗୋବିନ୍ଦ। ଏହାପରେ ମାଣିକେଶ୍ୱରୀ ପୀଠରେ ଗୁମର ନ ଫିଟାଇବାକୁ ଶପଥ ନେବାକୁ କହିଥିଲା,ହେଲେ ମମିତା ଏହାକୁ ପ୍ରତ୍ୟାଖାନ କରିଦେବାରୁ ରାଗିଯାଇଥିଲା ଗୋବିନ୍ଦ।ବାଟରେ ଉଭୟଙ୍କ ମଧ୍ୟରେ ଝଗଡା ହେବାରୁ କୁରସୁର ନିକଟରେ ମୁଖ୍ୟ ରାସ୍ତା କଡ଼ରେ ଗାଡ଼ି ରଖିଥିଲେ। ସେତେ ବେଳକୁ ପ୍ରାୟ ଦିନ ୧୧ଟା ସମୟ,ନିଜ ହାତରେ ମମିତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା । ହତ୍ୟା ପରେ ଗାଡ଼ିରେ ମୃତଦେହକୁ ଘରକୁ ନେଇ ଯାଇଥିଲା ଗୋବିନ୍ଦ।

ଆଗରୁ ଅକ୍ଟୋବର ୬ ତାରିଖରେ ମହାଲିଙ୍ଗ ଷ୍ଟାଡିୟମରେ ଜେସିବି ଲଗାଇ ଗାତବି ଖୋଳି ରଖିଥିଲା ଥିଲା।ଏହାପରେ ଜେସିବି ଡ୍ରାଇଭର ରାଧେଙ୍କୁ ଫୋନ୍‌ କରି ଷ୍ଟାଡିୟମର ପଛ ଗେଟ୍‌ ଖୋଲା ରଖିବାକୁ କହିଥିଲେ। କାର୍‌ ନେଇ ଭିତରେ ପଶିଥିଲା।ଏପରିକି ସବୁ କିଛି ଠିକଠାକ୍‌ ଥିବାର ଅଭିନୟ କରି ଥିଲା ଗୋବିନ୍ଦ।

ଉକ୍ତ ଗାତରେ କିଛି ଟାୟାର ପକାଇବାକୁ ରାଧେକୁ କହିଥିବା ବେଳେ କାଠଗଣ୍ଡି ରଖିବାକୁ ମୁନସୀକୁ କହିଥିଲେ। ଏହାବାଦ ନିଜେ କାର୍ଡବୋର୍ଡ ରଖିଥିଲେ। ଏନେଇ ରାଧେ ଓ ମୁନସୀ ପଚାରିବାରୁ ଷ୍ଟାଡିୟମର ଆବର୍ଜନା ଜିନିଷ ସେଠାରେ ପୋଡ଼ାଯିବ ବୋଲି କହିଥିଲେ। ଏହାପରେ ରାତିରେ ନିଜେ ମୃତଦେହ ପୋଡ଼ିବା ଓ ପୋତିବା କାମ କରିଥିଲେ। ହେଲେ ଏ ସମ୍ପର୍କରେ କେହି ସୁରାଗ ପାଇପାରି ନ ଥିବା ପୁଲିସ୍‌ ସମ୍ମୁଖରେ କହିଛନ୍ତି ଗୋବିନ୍ଦ ଗୋବିନ୍ଦ ସାହୁ ।

ମମିତାଙ୍କୁ ହତ୍ୟାଠୁ ଆରମ୍ଭ କରି ପୋତିବା ପର୍ଯ୍ୟନ୍ତ କୌଣସି ଅସ୍ତ୍ରର ବ୍ୟବହାର କରାଯାଇ ନାହିଁ। ତଣ୍ଟି ଚିପି ହିଁ ଗୋବିନ୍ଦ ନେଇଛି ମମିତା ଜୀବନ । ସବୁ କାମ ନିଜେ କରିଥିବା ଗୋବିନ୍ଦ କହୁଥିବା ବେଳେ ଏହାକୁ କିନ୍ତୁ ସହଜେ ବିଶ୍ୱାସ କରିପାରୁନି ପୁଲିସ୍‌। ହେଲେ ଅନ୍ୟ କାହା ସମ୍ମୁଖରେ ସତ କହିଲେ, ଭବିଷ୍ୟତରେ ସେ ଏହାକୁ ବାହାରେ ପ୍ରଘଟ କରିଦେବାର ଆଶଙ୍କା ଥିବା ତଥା ବ୍ଲାକମେଲ୍‌ କରିବା ଆଶଙ୍କା ଥିବା କହିଥିଲା ଗୋବିନ୍ଦ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମତୋ ଫାଣ୍ଡିରେ ଶହୀଦ ଦିବସ ପାଳିତ...

Thu Oct 21 , 2021
ଦେବକାନ୍ତ ମହାନ୍ତି, (ଚାନ୍ଦବାଲି):୨୧/୧୦/ଆଜି ସାରା ଦେଶ ପାଳନ କରୁଛି ୬୨ତମ ପୋଲିସ ସହିଦ ଦିବସ । ଏହି ଅବସରରେ ଚାନ୍ଦବାଲି ବ୍ଲକର ମତୋ ଫାଣ୍ଡି ପରିସରରେ ପାଳିତ ହୋଇଯାଇଛି ପୋଲିସ ସହିଦ ଦିବସ । ଚାନ୍ଦବାଲି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ- ଦେବି ଶଙ୍କର ପ୍ରତାପଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଚାନ୍ଦବାଲି ଥାନା ଆଇ ଆଇ ସି କରୁଣାକର ରାଉତ, ମତୋ ଫାଣ୍ଡି ଅଧିକାରୀ ବୁଦ୍ଧିରାମ ମହାନ୍ତି,ବରିଷ୍ଠ ସାମ୍ବାଦିକ ଅଶୋକ […]

You May Like

Pin It on Pinterest