ମତୋ ଫାଣ୍ଡିରେ ଶହୀଦ ଦିବସ ପାଳିତ…

ଦେବକାନ୍ତ ମହାନ୍ତି, (ଚାନ୍ଦବାଲି):୨୧/୧୦/ଆଜି ସାରା ଦେଶ ପାଳନ କରୁଛି ୬୨ତମ ପୋଲିସ ସହିଦ ଦିବସ । ଏହି ଅବସରରେ ଚାନ୍ଦବାଲି ବ୍ଲକର ମତୋ ଫାଣ୍ଡି ପରିସରରେ ପାଳିତ ହୋଇଯାଇଛି ପୋଲିସ ସହିଦ ଦିବସ ।

ଚାନ୍ଦବାଲି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ- ଦେବି ଶଙ୍କର ପ୍ରତାପଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଚାନ୍ଦବାଲି ଥାନା ଆଇ ଆଇ ସି କରୁଣାକର ରାଉତ, ମତୋ ଫାଣ୍ଡି ଅଧିକାରୀ ବୁଦ୍ଧିରାମ ମହାନ୍ତି,ବରିଷ୍ଠ ସାମ୍ବାଦିକ ଅଶୋକ ପଣ୍ଡା, ବାନାମ୍ବର ନାୟକ, ପୂଣ୍ଣଚନ୍ଦ୍ର ମହାପାତ୍ର, ଅଭୟ ସାହୁ, ନାଲଗୁଣ୍ଡା ସରପଞ୍ଚ ମନୋଜ କୁମାର ଭଳ , ଅବସରପ୍ରାପ୍ତ ସହ ଶିକ୍ଷାଧିକାରୀ ଜୟକୃଷ୍ଣ ନାୟକଙ୍କ ସମେତ ବହୁ ବରିଷ୍ଠ ନାଗରିକ ,ସମାଜସେବୀ, ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

ଶୃଙ୍ଖଳିତ ତଥା ସୁସ୍ଥ ସମାଜ ଗଠନରେ ପୋଲିସର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବକ୍ତାମାନେ ମତ ରଖିଥିଲେ ।ଏହି ଅବସରରେ ସ୍ଥାନୀୟ ପୋଲିସ ସହିଦ ରାଜୀବ ଲୋଚନ ବେହେରାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦୁଇ ମିନିଟ ନିରବ ପାର୍ଥନା କରିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସବୁ କଳ୍ପନା ଜଳ୍ପନାର ଶେଷ କଂଗ୍ରେସରୁ ଇସ୍ତଫା ଦେଲେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ...

Fri Oct 22 , 2021
ବାସ୍ତବବ୍ୟୁରୋ(ଭୁବନେଶ୍ୱର):କଂଗ୍ରେସରୁ ଇସ୍ତଫା ଦେଲେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ।ସବୁ କଳ୍ପନା ଜଳ୍ପନାର ଶେଷ ।ପ୍ରଦୀପଙ୍କ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି। କଂଗ୍ରେସ ଦଳରେ ଏବେ ଜନସେବାର ସୁଯୋଗ ନଥିବାରୁ ସେ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି । ଅତି ଦୁଃଖ ଓ କଷ୍ଟର ସହ ସେ ଏହି ନିଷ୍ପତ୍ତି ନେଇଥିବା […]

You May Like

Pin It on Pinterest