
ଦୀପକ ସାହୁ(କଳାହାଣ୍ଡି):_ମମିତା ମେହେର ହତ୍ୟା ଘଟଣା । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଙ୍କୁ ନେଇ ପୋଲିସ ର କ୍ରାଇମ୍ ରିକ୍ରିଏସନ କରିଛି। ପ୍ରାତଃ ୪. ୧୫ ରେ ମହାଲିଙ୍ଗ ଖେଳ ପଡିଆ ରେ ଉତ୍ତରାଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ କୁସଲକର ନୀତିନ ଡାଗଡୁ ଙ୍କ ଉପସ୍ଥିତି ରେ ଅଭିଯୁକ୍ତ ଗୋବିନ୍ଦ ସାହୁ ର କ୍ରାଇମ୍ ରିକ୍ରେଏସନ କରାଯାଇଛି।
ଗୋବିନ୍ଦ ସାହୁ ଦେଖାଇଛି ଡେମୋ। ଯେଉଁଠି ସେ ମମିତାଙ୍କୁ ପୋଡ଼ିବା ପରେ ପୋତି ଦେଇଥିଲା। ଷ୍ଟାଡିୟମରେ ପ୍ରାୟ ୧୫ ମିନିଟ୍ ଧରି ସିନ୍ ରିକ୍ରିଏସନ୍ କରାଯାଇଥିଲା। ମମିତାଙ୍କୁ ସେ କେମିତି ପୋଡ଼ିଥିଲା ଓ କେମିତି ପୋତିଥିଲା- ସବୁ କରି ଦେଖାଇଥିଲା। ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ବଲାଙ୍ଗୀର ରୁ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ରେ ମହାଲିଙ୍ଗ ଅଣାଯାଇଥିଲା।
ଗତକାଲି ମହାଲିଙ୍ଗ ଷ୍ଟାଡିୟମରେ ଦୀର୍ଘ ସମୟ ଧରି ଖାନ୍ତଲାସୀ କରାଯାଇଥିଲା। ଯେଉଁଠି ମମତାଙ୍କୁ ପୋତି ଦିଆଯାଇଥିଲା, ସେହି ସ୍ଥାନକୁ ଖୋଳାଖୋଳି କରାଯାଇଥିଲା। ସେହି ସ୍ଥାନରୁ ମୋବାଇଲ୍ ଭଳି କିଛି ଜିନିଷ ମିଳିଥିବା କୁହାଯାଉଛି। ଏହି ସମୟରେ ମଧ୍ୟ ଉତ୍ତରାଞ୍ଚଳ ଡିଆଇଜି ଓ ଏସ୍ପି ଉପସ୍ଥିତ ଥିଲେ। ପରେ ସେମାନେ ସନ୍ସାଇନ୍ ସ୍କୁଲ୍ର ଗର୍ଲସ ହଷ୍ଟେଲ ଯାଇ ଯାଞ୍ଚ କରିଥିଲେ।
ମହାଲିଙ୍ଗ, ଚାନ୍ଧୋତରା,କୁରସୁଡ ରେ ଅଭିଯୁକ୍ତ ର କ୍ରାଇମ୍ ରିକ୍ରେଏସନ କରାଯାଇଥିଲା। ବର୍ତ୍ତମାନ ମୃତ ଦେହ ଉଦ୍ଧାର ସ୍ଥାନ ରେ ଫୋରନସିକ ର ୩ ଜଣିଆ ଟିମ୍ ଯାଂଚ କରୁଛନ୍ତି। ସକାଳୁ ଲୋକ ଉଠିବା ପୁର୍ବରୁ ପୋଲିସ କ୍ରାଇମ୍ ରିକ୍ରିଏସନ ସାରି ସିନ୍ଧେକେଲା ଥାନା ନେଇଛି।ଅନ୍ୟପକ୍ଷରେ ଗତକାଲି ଏହି ହତ୍ୟାକାଣ୍ଡ ମାମଲାରେ ରାଧେ ନାମକ ଆଉଜଣେ ବ୍ୟକ୍ତିକୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ସେ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ସହଯୋଗ କରିଥିଲା ବୋଲି ଜଣାପଡ଼ିଛି। ସେହିପରି ଏହି ଘଟଣାରେ ପୁଲିସ୍ ଅଟକ ରଖିଥିବା ଜେସିବି ଡ୍ରାଇଭର ପୁଷ୍କର ଭୋଇ ଓ ମୁନ୍ସୀ ଗୁପ୍ତେଶ୍ୱର ତାଣ୍ଡି ରାଜସାକ୍ଷୀ ହେବେ ବୋଲି ପୁଲିସ୍ ସୂତ୍ରରୁ ପ୍ରକାଶ।



