ବିଜେପି କର୍ମୀଙ୍କୁ ମାଡ଼ମାରିବା ପ୍ରତିବାଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ…

ଭଦ୍ରକ(ବବିତା ସାମଲ) ୨୨।୧୦-ଭଦ୍ରକରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ।ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ ବେଳେ, ବିଜେପି କର୍ମୀଙ୍କୁ ମାଡ଼ ମାରିବା ଘଟଣାକୁ ପାଇଁ ଭଦ୍ରକ ବିଜେପି ଯୁବମୋର୍ଚ୍ଚାର ପ୍ରତିବାଦ ଶୋଭାଯାତ୍ରା ।ବିଜେପି କର୍ମୀମାନେ ବିଭିନ୍ନ ଲାରା ଦେଇ ସହର ପରିକ୍ରମା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି।

ଖବର ଅନୁଯାଇ, ମୁଖ୍ୟମନ୍ତ୍ରୀ ବାରିପଦା ଗସ୍ତରେ ଯାଇଥିବା ବେଳେ ଭଦ୍ରକ ବିଜେପି ଯୁବମୋର୍ଚ୍ଚାର କେତେକ ନେତା ଓ କର୍ମୀ ବ୍ୟାରିକେଡ଼ ଭିତରକୁ ଧସେଇ ପଶୁଥିବା ବେଳେ କେତେକ ଲୋକେ ମାଡ଼ ମାରୁଥବା ବେଳର ଭିଡ଼ିଓ ଭାଇରାଲ ହୋଇଛି। ବିଜେପି ଯୁବ ମୋର୍ଚ୍ଚା ଅଭିଯୋଗ ଯେ, ବିଜେପି ଯୁବମୋର୍ଚ୍ଚା ଆଇଟି ସେଲ ରାଜ୍ୟ ସମ୍ପାଦକ ସୂର୍ଯ୍ୟବଂଶୀ ସୁରଜ,ଭଦ୍ରକ ବିଜେପି ଯୁବ ମୋର୍ଚ୍ଚାର ପୂର୍ବତନ ସମ୍ପାଦକ ଦେବାଂଶୁ ରାଉତ ଓ ଅନ୍ୟ କର୍ମୀଙ୍କୁ ବିଜେଡି କର୍ମୀ ମାନେ ମାଡ଼ ମାରିଛନ୍ତି । ଏହି ଘଟଣା କୁ ପ୍ରତିବାଦ କରି ଯୁବ ମୋର୍ଚ୍ଚା ସଦସ୍ୟମାନେ ଭଦ୍ରକ ସହରରେ ପ୍ରତିବାଦ ଶୋଭାଯାତ୍ରା କରିଛନ୍ତି। ଏଥିସହ ସହରର ମଧ୍ୟ ଭାଗରେ ମୁଖ୍ୟମନ୍ତ୍ରୀ ଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭଦ୍ରକ ଜିଲ୍ଲାରେ ପୁଣି ଧଳା ଜହର ମାଫିଆ....

Sat Oct 23 , 2021
ବବିତା ସାମଲ(ଭଦ୍ରକ):ଭଦ୍ରକର ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା ନିକଟସ୍ଥ ଧାମରା ରେଲୱେ ଓଭରବ୍ରିଜ ନିକଟରୁ ଗତକାଲି ମୋଟର ଭେଇକିଲ ଯାଞ୍ଚ ବେଳେ, ଗୋଟିଏ ବାଇକ ରେ ଯାଉଥିବା ତିନି ଜଣଙ୍କୁ ଅଟକାଇଥିଲା ପୋଲିସ ଏବଂ ଯାଞ୍ଚ ବେଳେ ୩୧୬ ଗ୍ରାମ୍ ବ୍ରାଉନ ସୁଗାର,ବ୍ରାଉନ, ସୁଗାର ଭରିବା ପାଇଁ ଉପଯୋଗୀ ୨୦୦ ଖାଲି ପ୍ୟାକେଟ,ତିନିଟି ମୋବାଇଲ, ଆଧାର କାର୍ଡ, ୪00 ଟଙ୍କା ଜବତ କରିଛି ଗ୍ରାମାଞ୍ଚଳ ପୋଲିସ | ଜଣେ […]

You May Like

Pin It on Pinterest