କୋଣାର୍କ-ଭୁବନେଶ୍ୱର-ପୁନେ ଓ ବିଶାଖାପାଟଣା-ପୁନେ ଏକ୍ସପ୍ରେସ ଟ୍ରେନ ର ସାମୟିକ ମାର୍ଗ ପରିବର୍ତ୍ତନ

ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ :

କେନ୍ଦ୍ରୀୟ ରେଳପଥର ୱାଡି-ପୁନେ ରେଳ ସେକ୍ସନର କାଲବୁର୍ଗୀ-ସଭାଲଗି ରେଳ ଷ୍ଟେସନରେ ଦୋହରୀକରଣ କାର୍ଯ୍ୟ ସମ୍ପାଦନ ନିମନ୍ତେ ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଏବଂ ପୁନେ-ଏଲଟିଟି ରେଳ ସେକ୍ସନରେ ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ ପରିସୀମାରୁ ମୁମ୍ବାଇ ଯାତ୍ରାକରୁଥିବା ୦୩ଟି ଟ୍ରେନର ସାମୟିକ ଭାବେ ମାର୍ଗ ପରିବର୍ତ୍ତନ କରାଯାଇଅଛି I

A. ନଭେମ୍ବର ମାସ ୨୦ ରୁ ୨୫ ତାରିଖ ମଧ୍ୟରେ ଉଭୟ ଭୁବନେଶ୍ୱର ଓ ମୁମ୍ବାଇ ପାର୍ଶ୍ୱରୁ ୧୧୦୨୦/୧୧୦୧୯ ଭୁବନେଶ୍ୱର-ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ ଏହାର ନିର୍ଧାରିତ ମାର୍ଗ ପରିବର୍ତ୍ତେ ସିକନ୍ଦରାବାଦ-ନାନ୍ଦେଡ଼-ଔରଙ୍ଗIବାଦ-ମନମଡ଼ ମାର୍ଗଦେଇ ଚଳାଚଳ କରିବ I ଏହି ସମୟ ମଧ୍ୟରେ କୋଣାର୍କ ଏକ୍ସପ୍ରେସ ଉଭୟ ପାର୍ଶ୍ୱରୁ ବେଗମପେଟ, ଲିଙ୍ଗମପଲ୍ଲୀ, ତନ୍ଦୁର, ସେରମ, ୱାଡି, କାଲବୁର୍ଗୀ, ସୋଲାପୁର ଏବଂ ଦଉଣ୍ଡ ଷ୍ଟେସନ ମାନଙ୍କରେ ରହଣି କରିବ ନାହିଁ I

B. ୨୨୮୮୧/୨୨୮୮୨ ପୁନେ-ଭୁବନେଶ୍ୱର-ପୁନେ ଏକ୍ସପ୍ରେସ ଭୁବନେଶ୍ୱର ଠାରୁ ନଭେମ୍ବର ମାସ ୨୬ ତାରିଖ ଦିନ ଓ ପୁନେ ଠାରୁ ନେଭେମ୍ବର ମାସ ୨୮ ତାରିଖ ଦିନ ପରିବର୍ତ୍ତିତ ମାର୍ଗ ବିକାରIବାଦ-ପାର୍ଲି ଭାଇଜନାଥ-ଲାଟୂର ରୋଡ଼- କୁର୍ଡୁଭାଡ଼ି ମାର୍ଗରେ ଚଳାଚଳ କରିବ ଏବଂ ବିକାରIବାଦ ଓ ପୁନେ ମଧ୍ୟରେ ସ୍ଥିରୀକୃତ ଷ୍ଟେସନ ପଥରେ ଯିବ ନାହିଁ I

C. ୧୮୫୧୯/୧୮୫୨୦ ବିଶାଖାପାଟଣା-ଏଲଟିଟି-ବିଶାଖାପାଟଣା ଏକ୍ସପ୍ରେସ ବିଶାଖାପାଟଣା ଠାରୁ ନଭେମ୍ବର ମାସ ୧୯ରୁ ୨୫ ତାରିଖ ମଧ୍ୟରେ ଏବଂ ଏଲଟିଟି ଠାରୁ ନଭେମ୍ବର ମାସ ୨୧ ରୁ ୨୬ ତାରିଖ ମଧ୍ୟରେ ଉଭୟ ପାର୍ଶ୍ୱରୁ ପରିବର୍ତ୍ତିତ ମାର୍ଗ ବିକାରIବାଦ-ପାର୍ଲି ଭାଇଜନାଥ-ଲାଟୂର ରୋଡ଼- କୁର୍ଡୁଭାଡ଼ି ମାର୍ଗରେ ଚଳାଚଳ କରିବ I .

i. ଏହି ଟ୍ରେନ ଉପରୋକ୍ତ ସମୟ ମଧ୍ୟରେ ବିକାରIବାଦ ଓ ପୁନେ ମଧ୍ୟରେ ସ୍ଥିରୀକୃତ ଷ୍ଟେସନ ମାନଙ୍କରେ ରହଣି କରିବ ନାହିଁ I

ii. ନଭେମ୍ବର ମାସ ଶେଷ ପର୍ଯ୍ୟନ୍ତ ଏହି ଟ୍ରେନ ଉଭୟ ଦିଗରୁ ବିଶାଖାପାଟଣା ଓ ପୁନେ ମଧ୍ୟରେ ଚଳାଚଳ କରିବ ଏବଂ ପୁନେ ଓ ଏଲଟିଟି ମଧ୍ୟରେ ବାତିଲ ରହିବ I

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

'ବୁଲ୍-ବୁଲ୍’ ପ୍ରଭାବରେ ଭିଜିବ ଓଡ଼ିଶା

Fri Nov 8 , 2019
ବାସ୍ତବ ବ୍ୟୁରୋ – ଆରମ୍ଭ ହୋଇଛି ‘ବୁଲବୁଲ’ ପ୍ରଭାବ ରେ ବର୍ଷା | ବାଲେଶ୍ୱରରେ ଏବେ ବର୍ଷାର ପରିମାଣ କମ ଥିଲେ ବି ଧୀରେ ଧୀରେ ବର୍ଷା ପରିମାଣ ବଢିବ ବୋଲି ଜଣାପଡିଛି | ଆଜିଠୁ ୯ ତାରିଖ ଯାଏ ୯ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା କରାଯାଇଛି | ଆଜି ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ ଓ ଜଗତସିଂହପୁରରେ ବର୍ଷା ଆଶଙ୍କା ଥିବାବେଳେ କାଲି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, […]

You May Like

Pin It on Pinterest