ଭଦ୍ରକ ଜିଲ୍ଲାରେ ପୁଣି ଧଳା ଜହର ମାଫିଆ….

ବବିତା ସାମଲ(ଭଦ୍ରକ):ଭଦ୍ରକର ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା ନିକଟସ୍ଥ ଧାମରା ରେଲୱେ ଓଭରବ୍ରିଜ ନିକଟରୁ ଗତକାଲି ମୋଟର ଭେଇକିଲ ଯାଞ୍ଚ ବେଳେ, ଗୋଟିଏ ବାଇକ ରେ ଯାଉଥିବା ତିନି ଜଣଙ୍କୁ ଅଟକାଇଥିଲା ପୋଲିସ ଏବଂ ଯାଞ୍ଚ ବେଳେ ୩୧୬ ଗ୍ରାମ୍ ବ୍ରାଉନ ସୁଗାର,ବ୍ରାଉନ, ସୁଗାର ଭରିବା ପାଇଁ ଉପଯୋଗୀ ୨୦୦ ଖାଲି ପ୍ୟାକେଟ,ତିନିଟି ମୋବାଇଲ, ଆଧାର କାର୍ଡ, ୪00 ଟଙ୍କା ଜବତ କରିଛି ଗ୍ରାମାଞ୍ଚଳ ପୋଲିସ |

ଜଣେ ମହିଳା ସମେତ ତିନି ଜଣଙ୍କୁ ଗିରଫ କରାଯାଇଛି | ଗିରଫ ବ୍ରାଉନ୍‌ସୁଗାର ମାଫିଆ ଙ୍କ ମଧ୍ୟରେ, ଚରମ୍ପା ବଉଳ ପୋଖରୀ ଗାଁର କପିଳ ମଲ୍ଲିକ(୨୨)ବର୍ଷ ଓ ଧନେଶ୍ୱର ମଲ୍ଲିକ(୨୬)ବର୍ଷ ଏବଂ ଯାଜପୁର ଜିଲ୍ଲା ବଡ଼ଚଣାର ସୂଂଗୁଡ଼ା ଗାଁର ଶ୍ରୀମତୀ ଟୁନି ନାୟକ(୩୩)ବର୍ଷ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଭଦ୍ରକ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜିତେନ୍ ପଣ୍ଡା । ବ୍ରାଉନ୍‌ସୁଗାର କାରବାରର ଲିଙ୍କ ନେଇ ଛାନ୍‌ଭିନ୍‌ ଜାରି ରହିଛି । 

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭଉଣୀକୁ ମନେ ପକାଇ କାନ୍ଦୁଛି ଭାଇ,ଝିଅକୁ ଝୁରି ମା’ଙ୍କର ଚେତା ପଳାଉଛିପ,ରିବାରକୁ ଭେଟି ସାନ୍ତ୍ୱନା ଦେଲେ ମହିଳା କମିଶନ ଅଧ୍ୟକ୍ଷା....

Sat Oct 23 , 2021
ଦୀପକ ସାହୁ(କଳାହାଣ୍ଡି)କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ୍‌ର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡକୁ ନେଇ ଏବେ ସବୁ ଆଡ଼େ ଚର୍ଚ୍ଚା ହେଉଥିବା ବେଳେ ରାଜନୀତି ବି ଜୋର ଧରିଛି। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସ୍କୁଲ୍ ସଭାପତି ଗୋବିନ୍ଦ ସାହୁଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ସହିତ ଲିଙ୍କ୍ ଅଭିଯୋଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରିବା ତଥା ଗିରଫ କରିବା ଦାବିରେ ଅଡ଼ି ବସିଛନ୍ତି ବିରୋଧୀ ଦଳ […]

You May Like

Pin It on Pinterest