
ବିମଲ ଯୋଷୀ(ବଲାଙ୍ଗୀର):ବହୁ ଚର୍ଚିତ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ,ଆଜି ସକାଳୁ ସକାଳୁ ଜେଲ ହାଜତ କୁ ପଠାଇ ଦିଆ ଯାଇଛି । ଗତକାଲି ସାରିଥିଲା ଗୋବିନ୍ଦର ରିମାଣ୍ଡ,ତେଣୁ ଆଜି ସକାଳୁ ତାକୁ ବଙ୍ଗମୁଣ୍ଡା ଏସ୍ଡିଜଏମ୍ କୋର୍ଟରେ ହାଜର କରିଥିଲା ପୁଲିସ୍। ଏହାପରେ ତାକୁ କଣ୍ଟାବାଞ୍ଝି ଜେଲ୍କୁ ପଠାଇ ଦିଆଯାଇଛି।
ଗୋବିନ୍ଦ ସାହୁର ୫ ଦିନିଆ ରିମାଣ୍ଡ ଅବଧୀ ଗତ ରାତିରେ ସରୁଥିଲା। ତେଣୁ ଆଜି ତାକୁ କୋର୍ଟରେ ହାଜର କରାଯିବ ବୋଲି ଗଣମାଧ୍ୟମ ପ୍ରତିନିଧୀଙ୍କ ନିକଟରେ ସୂଚନା ଥିଲା । ହେଲେ ପୁଲିସ୍ ସାମନା ପଟ ଗେଟ୍ରେ ଗୋଟିଏ ଗାଡ଼ି ରଖିଥିବା ବେଳେ ଉକ୍ତ ଗାଡ଼ିରେ ଗୋବିନ୍ଦକୁ ନିଆଯିବ ବୋଲି ଗଣମାଧ୍ୟମ ପ୍ରତିନିଧୀ ଚାହିଁ ରହିଥିଲେ। ହେଲେ ପଛ ଗେଟ୍ ବାଟ ଦେଇ ଭୋର ୪ଟାରେ ତାକୁ ରିଜର୍ଭ ପୋଲିସ କାର୍ଯ୍ୟାଳୟରୁ ନେଇ ଯାଇଥିଲା। ଏହାପରେ ସକାଳ ୭ଟାରେ କୋର୍ଟରେ ହାଜର କରାଇଥିଲା ପୁଲିସ୍ । ସବୁଠାରୁ ବଡ଼ କଥା କାହିଁକି ଗୋବିନ୍ଦକୁ ଗଣମାଧ୍ୟମ ପ୍ରତିନିଧିଙ୍କ ଆଢୁଆଳରେ ନିଆଗଲା ସେନେଇ ସନ୍ଦେହ ସୃଷ୍ଟି ହୋଇଛି ।



