
ଦୀପକ ସାହୁ(କଳାହାଣ୍ଡି)କଳାହାଣ୍ଡି-ଥୁଆମୁଳ ରାମପୁର ଆଇ.ସି.ଡ଼ି.ଏସ ସିଡିପିଓ ପୁଷ୍ପାଞ୍ଜଳି ରଥ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ। ଅଙ୍ଗନୱାଡି କର୍ମୀ ଚୟନ ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ନବରଙ୍ଗପୁର ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା। ଭବାନୀପାଟଣା ବଡପଡା ବାସଭବନ ରେ ବୀର ସିଂ ଠାରୁ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟଙ୍କା ସହ ଧରିଲା। ନବରଙ୍ଗପୁର ଭିଜିଲାନ୍ସ ଡିଏସପି କଳାବତୀ ବାଗ , ମାଲକାନଗିରି ଡିଏସପି ଶୁସାନ୍ତ ବିଶ୍ବାଳ, ଅଜିତ୍ ପାଢୀ ପ୍ରମୂଖ ଚଢ଼ାଉ କରିଥିଲେ।