‘ବୁଲ୍-ବୁଲ୍’ ପ୍ରଭାବରେ ଭିଜିବ ଓଡ଼ିଶା

ବାସ୍ତବ ବ୍ୟୁରୋ – ଆରମ୍ଭ ହୋଇଛି ‘ବୁଲବୁଲ’ ପ୍ରଭାବ ରେ ବର୍ଷା | ବାଲେଶ୍ୱରରେ ଏବେ ବର୍ଷାର ପରିମାଣ କମ ଥିଲେ ବି ଧୀରେ ଧୀରେ ବର୍ଷା ପରିମାଣ ବଢିବ ବୋଲି ଜଣାପଡିଛି | ଆଜିଠୁ ୯ ତାରିଖ ଯାଏ ୯ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା କରାଯାଇଛି | ଆଜି ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ ଓ ଜଗତସିଂହପୁରରେ ବର୍ଷା ଆଶଙ୍କା ଥିବାବେଳେ କାଲି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, କଟକ ଓ ଯାଜପୁରର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା କରାଯାଇଛି | ପାରାଦୀପ ଉପକୂଳରୁ ୧୩୪ କିମି ଦୂରରେ ‘ବୁଲ୍‌ବୁଲ୍‌’ ଅତିକ୍ରମ କରିବାକୁ ଥିବାବେଳେ ବାତ୍ୟା ମୁକାବିଲା ପାଇଁ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମବାହିନୀ ନିୟୋଜିତ କରାଯାଇଛି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବୁଲ୍-ବୁଲ ପାଇଁ ୩ ଦିନ ସ୍କୁଲ ଛୁଟି

Fri Nov 8 , 2019
ବାସ୍ତବ ବ୍ୟୁରୋ : ଓଡ଼ିଶାରେ ବାତ୍ୟା ବିପଦ ଟଳିଥିଲେ ବି ଏହାର ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଆଜିିଠାରୁ ତିନି ଦିନ ଯାଏ ଉପକୂଳ ଓ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବ। ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା ଆଦି ଜିଲ୍ଲାକୁ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି |ଏହି ୪ଟି ଜିଲ୍ଲାରେ ପବନର ବେଗ ଅଧିକ ରହିବା ସହ ପ୍ରବଳ ବର୍ଷା ହେବ | ଭଦ୍ରକରେ ଦିନ […]

You May Like

Pin It on Pinterest