କବି ତଥା ନାଟ୍ୟକାର ସ୍ୱର୍ଗୀୟ ପଦ୍ମଲୋଚନ ଭୋଇଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ….

ନର୍ଲା(ସନ୍ତୋଷ ପାତ୍ର):କବି ତଥା ନାଟ୍ୟକାର ପଦ୍ମଲୋଚନ ଭୋଇ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ରେ କବି ସାମ୍ବିଳନୀ,ନର୍ଲା ବ୍ଲକ ଅଧିନସ୍ଥ ରେଖପୁର କବି ନାଟ୍ୟକାର କଥା କାର ତଥା ସହତ୍ୟ ନାଟକ କଳା ପରିଷଦ ରେଖପୁର ର ପ୍ରତିଷ୍ଠାତା ସଭାପତି ସ୍ବର୍ଗତ ପଦ୍ମଲୋଚନ ଭୋଇ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ କବି ସ୍ବର୍ଗତ ଭୋଇ ଙ୍କ ତିରୋଧାନ ଦିବସ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ରେ ରେଖପୁର ଠାରେ ସାହିତ୍ୟ ନାଟକ କଳା ପରିଷଦ ପକ୍ଷରୁ ଆୟୋଜନ ହୋଇଥିଲା ।

ଏହି ଅବସରରେ ଟଙ୍କଧର ଭୋଇ ଅଧ୍ୟକ୍ଷତା ରେ କବିତା ଆସର ଓ ସମ୍ବର୍ଦ୍ଧନା ପର୍ବ କାର୍ଯକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ଭବାନୀପାଟଣା ବିବେକାନନ୍ଦ ପବ୍ଲିକ ସ୍କୁଲ ର ପ୍ରତିଷ୍ଠାତା ଶିବରାମ ନୟକ ଯୋଗଦେଇଥିଲେ

ସାହିତ୍ୟ ନାଟକ କଳା ପରିଷଦ ସଭାପତି ପ୍ରକାଶ ଭୋଇ ଉପସଭାପତି ନୀଳକଣ୍ଠ ଦଣ୍ଡସେନା ସମ୍ମାନିତ ଅତିଥି କୁଳମଣି ସାହୁ ମୁଖ୍ୟବକ୍ତା କବି ପଦ୍ମଲୋଚାନ ମିଶ୍ର କୁମୁଦ ନାଏକ ମଞ୍ଚାସିନ ରହି ସ୍ବର୍ଗତ ଭୋଇ ଙ୍କ ସ୍ମୃତି ଚାରଣ କରି ନର୍ଲା ଅଂଚଳର କୋଣ ଅନୁକୋଣରୁ କବି ମାନେ ଉପସ୍ଥିତି ରହି କବିତା ପାଠୋତ୍ସବ କରିଥିଲେ ।

ଏହି ମହାନ ଉତ୍ସବରେ ସାମ୍ବାଦିକ ସଂଘଠକ ତଥା ସମାଜ ସେବୀ ପରିଚିତ ଓ ପ୍ରଶଂସିତ ନିର୍ଭିକ ତଥା ନିରପେକ୍ଷ ସମ୍ବାଦ ପ୍ରଦାନ କରି ଜନସାଧାରଣ ଙ୍କୁ ସଚେତନତା ବାର୍ତ୍ତା ଦେବାରେ ମହତ ଭୂମିକା ତୁଲାଉ ଥିବା ବ୍ୟକ୍ତି ମାନଙ୍କୁ ସମ୍ୱର୍ଦ୍ଧନା କରାଯାଇଥିଲା,ଏହି ଅବସରରେ କବି ଅର୍ଜୁନବାଗ ,ଅରୁଣ ପ୍ରଧାନୀ ,ମୋହନ ଭଟ୍ଟ ,ଯଜ୍ଞ ସେନପଧାନ ମାଣ୍ଡେଲ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶରତ ଭୋଇ,ଉପସ୍ଥିତ ରହି ଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue Oct 26 , 2021
ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୩୩ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୧୬ ବୃଦ୍ଧି ପାଇଛି ।  ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୩୯୨୬୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୬୨୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୨୬୨୭୭ଜଣ ସୁସ୍ଥ ହୋଇଛନ୍ତି ।  ବୁଧବାର […]

You May Like

Pin It on Pinterest