ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୩୩ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୧୬ ବୃଦ୍ଧି ପାଇଛି ।  ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୩୯୨୬୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୬୨୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୨୬୨୭୭ଜଣ ସୁସ୍ଥ ହୋଇଛନ୍ତି । 

ବୁଧବାର କାର୍ତ୍ତିକ କୃଷ୍ଣ ଷଷ୍ଠୀ ତିଥିରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀଜିଉଙ୍କ ଶ୍ରୀମୁଖ ସିଂହାର ହେବ। ଏହି ନୀତି ଅପରାହ୍ଣ ୪ଟାରୁ ଆରମ୍ଭ ହେବ। ପ୍ରାୟ ୩ ଘଣ୍ଟା ଧରି ଏହି ନୀତିକାନ୍ତି ଚାଲିବ। ଏହି ଦୃଷ୍ଟିରୁ ବୁଧବାର ଅପରାହ୍ଣ ୪ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି। ରାତି ପ୍ରାୟ ସାଢ଼େ ୭ଟାରୁ ୮ଟା ଭିତରେ ବନକଲାଗି ନୀତି ସରିବ। ଏହା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି ।

ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ । ମମିତା ମେହେର ହତ୍ୟା ମାମଲାରେ ଦୋଷୀଙ୍କୁ କଠୋର ଦଣ୍ଡ ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବନ୍ଦ ଡାକରା ଦେଇଛି ବିଜେପି । ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ଏହି ବନ୍ଦ ପାଳନ କରାଯିବ । ସକାଳୁ ସକାଳୁ ଦୋକାନ ବଜାର ବନ୍ଦ ରହିଥିବା ସହ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି। ସେହିପରି ସରକାରୀ କାର୍ଯ୍ୟାଳୟ ଓ ବେସରକାରୀ କାର୍ଯ୍ୟାଳୟକୁ ବନ୍ଦ କରିବା ପାଇଁ ପିକେଟିଂ କରାଯାଉଛି

ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ କଟକରେ ରାଜ୍ୟସ୍ତରୀୟ ଐତିହାସିକ ବାଲିଯାତ୍ରା ଆୟୋଜନ ହେବ ନାହିଁ । କୋଭିଡ୍‌ କଟକଣା ଜାରି ରହିଥିବାରୁ ଚଳିତ ବର୍ଷ ବାଲିଯାତ୍ରା ଆୟୋଜନ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରସ୍ତୁତି ନାହିଁ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି । ବାଲିଯାତ୍ରା ଆୟୋଜନ ନ ହେବା ଖବର କ୍ଷୁଦ୍ର ବ୍ୟବସାୟୀଙ୍କଠାରୁ ଆରମ୍ଭ କରି କୁଟୀର ଶିଳ୍ପ, ହସ୍ତଶିଳ୍ପ ବ୍ୟବସାୟୀଙ୍କ ସମେତ ମଧ୍ୟମବର୍ଗର ବ୍ୟବସାୟୀ ଏବଂ ମିଶନ ଶକ୍ତି ତଥା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ପୁଣି ନିରାଶ କରିଛି ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୪୨୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୫୬ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୪୨ ଲକ୍ଷ ୨ ହଜାର ୨୦୨ରେ ପହଁଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୫୫ ହଜାର ୬୮ରେ ପହଞ୍ଚିଥିବା ବେଳେ ଦେଶରେ ୧୬୩୮୧୬ ସକ୍ରିୟ ମାମଲା ରହିଛି ।

ତାମିଲ ସିନେମା ସୁପରଷ୍ଟାର ରଜନୀକାନ୍ତ ଏକ ନୂଆ ସୋସିଆଲ ମିଡିଆ ପ୍ଲାଟଫର୍ମ Hoote ଲଞ୍ଚ କରିଛନ୍ତି। ଏହା ଏକ ଭଏସ୍ ଆଧାରିତ ସୋସିଆଲ୍ ମିଡିଆ ଆପ୍, ଯାହା ତାଙ୍କ ଝିଅ ସୌନ୍ଦର୍ଯ୍ୟାଙ୍କ ଦ୍ୱାରା ପ୍ରତିଷ୍ଠିତ। ଆପ୍ ର ବିଶେଷତ୍ୱ ​​ହେଉଛି, ଆପଣ ଭଏସ୍ ନୋଟ୍ ମାଧ୍ୟମରେ ଆପଣଙ୍କର ଭାବନାକୁ ପ୍ରକାଶ କରିପାରିବେ। ଆପଣଙ୍କ ପୋଷ୍ଟକୁ ଉତ୍ତମ କରିବା ପାଇଁ ଆପଣ ବ୍ୟାକଗ୍ରାଉଣ୍ଡ୍ ମ୍ୟୁଜିକ୍ ମଧ୍ୟ ବ୍ୟବହାର କରିପାରିବେ। ଏହି ଆପ୍ ତାମିଲ, ହିନ୍ଦୀ, ତେଲୁଗୁ, ମରାଠୀ, ମାଲାୟାଲମ୍, କନ୍ନଡ, ବଙ୍ଗାଳୀ ଏବଂ ଗୁଜୁରାଟୀ ସହିତ ୮ ଟି ଭାରତୀୟ ଭାଷା ଏବଂ ୩ ଟି ଆନ୍ତର୍ଜାତୀୟ ଭାଷାକୁ ସପୋର୍ଟ କରେ।

 କରୋନା କୁ ରୋକିବା ପାଇଁ ଭାରତର ପ୍ରଥମ ସ୍ୱଦେଶୀ ଟିକା କୋଭାକ୍ସିନ୍ କୁ ଆଜି ଆନ୍ତର୍ଜାତୀୟ ସ୍ତରରେ ଅନୁମୋଦନ ମିଳିପାରେ । ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ବୈଠକରେ ଏହି ନିଷ୍ପତ୍ତି ନିଆଯାଇପାରେ । ଆଜି (ମଙ୍ଗଳବାର) ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଟିକାକରଣର ପ୍ରଭାବ, ନିରାପତ୍ତା ଏବଂ ଆଣ୍ଟିବଡି ସ୍ତର ଇତ୍ୟାଦି ପରୀକ୍ଷା କରିବା ବ୍ୟତୀତ କମିଟିର ବିଶେଷଜ୍ଞମାନେ ସେମାନଙ୍କ ମତାମତ ଦେବେ । ଯାହା ଆଧାରରେ କୋଭାକ୍ସିନ ଜରୁରୀକାଳୀନ ବ୍ୟବହାର ତାଲିକାରେ ଅନ୍ତର୍ଭୁକ୍ତ ହୋଇପାରିବ । କୋଭାକ୍ସିନ୍ ଏପର୍ଯ୍ୟନ୍ତ ଆନ୍ତର୍ଜାତୀୟ ସ୍ତରରେ ଅନୁମୋଦିତ ହୋଇନାହିଁ । ଯାହା ଦ୍ୱାରା କୋଭାକ୍ସିନ୍ ସପ୍ଲିମେଣ୍ଟଗୁଡିକ ବିଦେଶୀ ଯାତ୍ରା ପାଇଁ ଯୋଗ୍ୟ ନୁହେଁ ।

ବୟନ ଶିଳ୍ପ କ୍ଷେତ୍ରରେ ଅପାର ସମ୍ଭାବନା ଥିବା ଓଡିଶା ରାଜ୍ୟରେ ପିଏମ୍ ମିତ୍ର ଯୋଜନାରେ ଏକ ଗ୍ରୀନ୍ ଫିଲ୍ଡ ମେଗା ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରିବା ପାଇଁ ବିଚାର କରିବାକୁ କେନ୍ଦ୍ର ବୟନ ଶିଳ୍ପ, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖି ଅନୁରୋଧ କରିଛି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମନ୍ଦ୍ରେ ପ୍ରଧାନ । 

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜମୁ କଶ୍ମୀର ଗସ୍ତର ୩ୟ ତଥା ଅନ୍ତିମ ଦିନରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ) କ୍ୟାମ୍ପରେ ରାତ୍ରୀଯାପନ କରିଛନ୍ତି। ଏହା ପୂର୍ବରୁ ସେ ଯବାନଙ୍କ ସହିତ ରାତ୍ରୀ‌ ଭୋଜନ କରିଛନ୍ତି। ଅମିତ ଶାହ ପୁଲୱାମା ଜିଲ୍ଲାର ଲେଥପୋରାସ୍ଥିତ ସିଆରପିଏଫ କ୍ୟାମପରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। 

ଆଜି ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୨୪ କୋଟି ୪୭ ଲକ୍ଷ ୬୯ ହଜାର ୭୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ଯୋଗୁଁ ୪୯ ଲକ୍ଷ ୬୯ ହଜାର ୨୧୧ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ବିଶ୍ବରେ ୨୨ କୋଟି ୧୮ ଲକ୍ଷ ୩୫ ହଜାର ୬୯୬ ଜଣ  କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୧  କୋଟି ୭୯ ଲକ୍ଷ ୬୪ ହଜାର ୮୩୪ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। 

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମମିତା ମେହେର୍ ପାଇଁ ଆସନ୍ତା ୩୦ରେ ଭଦ୍ରକ ବନ୍ଦ...

Tue Oct 26 , 2021
ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବିଜେପିର ସାମ୍ବାଦିକ ସମ୍ମିଳନୀ, ଆସନ୍ତା ୩୦ ରେ ୬ ଘଣ୍ଟିଆ ଭଦ୍ରକ ବନ୍ଦ ବବିତା ସାମଲ(ଭଦ୍ରକ): ବହୁ ଚର୍ଚ୍ଚିତ ମମିତା ମେହେରଙ୍କୁ ଅପହରଣ ପରେ ଅମାନୁଷିକ ଭାବେ ହତ୍ୟା କରାଯିବା ପରେ ରାଜ୍ୟରେ ଦେଖା ଦେଇଛି ଅଶାନ୍ତି , ବିରୋଧୀ କଂଗ୍ରେସ ଓ ବିଜେପି ପକ୍ଷରୁ ବିଭିନ୍ନ ପ୍ରକାର ଆନ୍ଦୋଳନ ମଧ୍ୟ କରାଯାଉଛି । ନିରୀହ ମମିତା ମେହେର ଙ୍କୁ ଯେଉଁପରି ଭାବେ ହତ୍ୟା […]

You May Like

Pin It on Pinterest