ବାସ୍ତବ ବ୍ୟୁରୋ : ଓଡ଼ିଶାରେ ବାତ୍ୟା ବିପଦ ଟଳିଥିଲେ ବି ଏହାର ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଆଜିିଠାରୁ ତିନି ଦିନ ଯାଏ ଉପକୂଳ ଓ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବ। ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା ଆଦି ଜିଲ୍ଲାକୁ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି |ଏହି ୪ଟି ଜିଲ୍ଲାରେ ପବନର ବେଗ ଅଧିକ ରହିବା ସହ ପ୍ରବଳ ବର୍ଷା ହେବ |
ଭଦ୍ରକରେ ଦିନ ୧୧ଟାରୁ ବର୍ଷା ଆରମ୍ଭ ହୋଇଥିବାବେଳେ ଚାନ୍ଦବାଲି, ଧାମରା, ଧାମନଗର, ଭଣ୍ଡାରପୋଖରୀକୁ ନଜରରେ ରଖାଯାଇଛି | ସମୁଦ୍ରକୂଳିଆ ଓ ନଦୀକୂଳିଆ ଲୋକଙ୍କୁ ସତର୍କ କରାଯାଇଥିବାବେଳେ ସମୁଦ୍ର ମଧ୍ୟକୁ ନ ଯିବାକୁ ଧାମରାର ଧୀବରମାନଙ୍କୁ ପରାମର୍ଶ ଦିଆଯାଇଛି | ସେହିପରି କେନ୍ଦ୍ରାପଡାରେ ସକାଳ ୧୦ଟାରୁ ଝିପିଝିପି ବର୍ଷା ହେଉଥିବାବେଳେ ହାଲକା ପବନ ବୋହୁଛି | କୌଣସି ଲୋକଙ୍କୁ ସ୍ଥାନାନ୍ତର କରାଯାଇନଥିଲେ ବି ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ କରି ରଖାଯାଇଛି |

ଜିଲ୍ଲାର ଅଧିକାରୀମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀର ଦାୟିତ୍ୱ ଦିଆଯାଇଛି | ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଛୁଟି ବାତିଲ କରାଯାଇଥିବେଳେ ଆବଶ୍ୟକ ହେଲେ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି | ଜଗତସିଂହପୁରରେ ମଧ୍ୟ ତିନିଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି | ସମୁଦ୍ର ମଧ୍ୟକୁ ନଯିବାକୁ ଡ଼ାକବାଜି ଯନ୍ତ୍ରରେ ପ୍ରଚାର କରାଯାଇଥିବାବେଳେ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି |