ବଲାଙ୍ଗୀର(ବାସ୍ତବ ଟିଭି): ମା’ ସାମ୍ନାରୁ ହେଲା ମେଡିକାଲରେ ପିଲା ଚୋରି । ଆଶାକର୍ମୀଙ୍କ ଡ୍ରେସ୍ କୋଡରେ ଆସି ପିଲା ଚୋରିକରି ନେଳେ ମହିଲା । ଖାଲି ସେତିକି ନୁହେଁ ମା’ ପାଖରେ ବସିବା ସହ ସô୍ାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ ପିଲା ଚେରି ମହିଳା ତାହା ସହ ନବଜାତ ଶିଶୁଟିକୁ ମୁହଁଚୁଆଁ ମଧ୍ୟ ଦେଲେ ମହିଳା ଜଣକ । ପରେ ପରେ ଖେଳାଇବାକୁ କହି ପିଲା ଧରି ଚମ୍ପଟ ମାରିଲେ ମହିଳା । ଏକୌଣସି ଫିଲ୍କ କି ଡ଼୍ରାମାର କାହାଣୀ କହୁନୁ ଯାହାଘଟିଛି ବାସ୍ତବିକ ବଲାଙ୍ଗୀର ଚିକିତ୍ସାଳୟର ଘଟଣା ।

ସୂଚନା ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ପସିଏନ ଗାଁର ଜୟନ୍ତୀ ତାଣ୍ଡି ତାଙ୍କ ଶିଶୁପୁତ୍ର ଚୋରି ହୋଇ ଯାଇଥିବା ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁଯାୟୀ ଜଣେ ଅଚିହ୍ନା ମହିଳା ଦିନ ପ୍ରାୟ ୧୧ଟା ସମୟରେ ଓ୍ବାର୍ଡକୁ ଆସି ଜୟନ୍ତୀଙ୍କ ପାଖେ ବସିବା ସହ ସ୍ବାସ୍ଥ୍ୟ।ବସ୍ଥା ପଚାରି ବୁଝିଥିଲେ । ଶିଶୁପୁତ୍ରକୁ ଧରିବା ସହ ୧୦୦ ଟଙ୍କା ମୁହଁ ଦେଖା ଦେଇଥିଲେ । ସ୍ବାମୀ ଓ ଶ୍ବଶୁର ନଥିବାର ସୁଯ଼ୋଗ ନେଇ ମହିଳା ଜଣଙ୍କ ଛୁଆକୁ ଖେଳାଇବା ବାହାନାରେ ବାହାରକୁ ନେଇ ଚମ୍ପଟ ମାରିଥିଲେ । ମହିଳା ଜଣକ ଚମ୍ପଟ ମାରିବା ପରେ ପରେ ଚିକିତ୍ସାଳୟରେ ଉତ୍ତେଜନା ଲାଗି ରହିଥିଲା । ଚିକିତ୍ସାଳୟର ସିସିଟିଭି ଠିକସେ କାମକରୁନଥିବାରୁ ଦେଷୀକୁ ଚିହ୍ନୀବାକୁ ଅସୁବିଧା ହେଉଥିବା କହିଛନ୍ତି ମେଡ଼ିକାଲ କର୍ତ୍ତୃପକ୍ଷ । ତେବେ ଘଟଣା ସ୍ଥଳରେ ପାଟଣାଗଡ଼ ପୋଲିସ୍ ତଦନ୍ତ କରୁଥିବା ଜଣାପଡ଼ିଛି ।