
ସୁବର୍ଣ୍ଣପୁର (ସୂର୍ଯ୍ୟନାରାୟଣ ପାଢ଼ୀ)ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ। ସୁବର୍ଣ୍ଣପୁର ଜିଲ୍ଲା ବିଜେପି ଏହି ବନ୍ଦ ଡାକରା ଦେଇଛି। ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ଚକ ଅଖ ବନ୍ଦ ରହିବ। ଏଥିସହ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି।
ମମିତା ମେହେର ହତ୍ୟା ଘଟଣା ର ପ୍ରତିବାଦ ରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ ସମ୍ପୃତି ଥିବା ଓ ଏ ପର୍ଯନ୍ତ ମନ୍ତ୍ରୀ ଙ୍କୁ ଘଣ୍ଟ ଘୋଡାଉ ଥିବା ପ୍ରତି ବାଦ ରେ ଜିଲ୍ଲା ବିଜେପି ପକ୍ଷ ରୁ ବନ୍ଦ ଡାକରା ଦିଆ ଯାଇ ଥିଲା । ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବି ନେଇ ପୂର୍ବରୁ ଗତ ୨୫ ତାରିଖରେ ୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ ପାଳନ ହୋଇଥିଲା। ତେଣୁ ଆଜି ବୀରମହାରାଜପୁରକୁ ବାଦ ଦେଇ ସୋନପୁର ଜିଲ୍ଲାର ଅନ୍ୟ ସମସ୍ତ ୫ ବ୍ଲକ୍, ୨ଟି ଏନଏସି ଓ ଗୋଟିଏ ମୁନିସିପାଲିଟି ଅଞ୍ଚଳରେ ବିଜେପି ବନ୍ଦ ପାଳନ କରିଛି।
ସେହିପରି ନୂଆପଡ଼ା ଜିଲ୍ଲାରେ ବିଜେପି ବନ୍ଦ ଡାକରା ଦେଇଥିବା ବେଳେ ବୌଦ୍ଧରେ ଏସ୍ପି କାର୍ଯ୍ୟାଳୟ ଘେରିବ ବୋଲି ଜଣାପଡ଼ିଛି।ଏଥିରେ ସୁବର୍ଣ୍ଣପୁର ରୁ ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଖମ୍ବେଶ୍ୱରୀ ପାଳି ଠାରେ ପଜେପି ନେତା ସାନନ୍ଦ ମେହେର ଙ୍କ ନେତୃତ୍ୱ ରେ ଅନେକ ବିଜେପି କର୍ମୀ ମାନେ ରାଜ ରାସ୍ତା କୁ ଅବରୋଧ କରି ମନ୍ତୀ ଙ୍କୁ ତୁରନ୍ତ ବହିଷ୍କାର ଓ ଦୋଷୀ କୁ ତୁରନ୍ତ କୋଠାର ଦଣ୍ଡ ଦିଆ ଯିବା ଉଦେଶ୍ୱ ରେ ବନ୍ଦ ପାଳନ କରିଛନ୍ତି । ସେହିପରି ନୂଆପଡ଼ା ଜିଲ୍ଲାରେ ବିଜେପି ବନ୍ଦ ଡାକରା ଦେଇଥିବା ବେଳେ ବୌଦ୍ଧରେ ଏସ୍ପି କାର୍ଯ୍ୟାଳୟ ଘେରିବ ବୋଲି ଜଣାପଡ଼ିଛି।




