
ମଧୁସ୍ମିତା ପ୍ରଧାନ(ସମ୍ବଲପୁର): ରାଉରକେଲା ଇଣ୍ଟରସିଟି ଟ୍ରେନରୁ ମାଁ ଝିଅ ନିଖୋଜ ହେବାର ୩ ଦିନ ପରେ ପତ୍ତା ମିଲୁନି । ସମ୍ବଲପୁର ସିଟି ଷ୍ଟେସନରେ ରାଉରକେଲା ଇଣ୍ଟରସିଟ ଟ୍ରେନରେ ଭୁବନେଶ୍ଵର ଯିବା ପାଇ ମାଁ ଝିଅ ବସିଥିଲେ ।ହେଲେ ଭୁବନେଶ୍ଵର ଟ୍ରେନ ପହଚିଥିଲା ମାଁ ଝିଅ ପହଚି ନଥିଲର ।ଏନେଇ ତାଙ୍କ ସ୍ବାମୀ ପରିବାର ଲୋକଙ୍କୁ ଖବର ଦେବାପରେ ସମ୍ବଲପୁର ଜିଆରପି ଥାନାରେ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି ।
ସୂଚନା ଯେ ଜଗତସିଂଘ ପୁର ଜିଲ୍ଲାର ମଲୟ ରଞ୍ଜନ ମୈତ୍ରୀ ଙ୍କ ସ୍ତ୍ରୀ ଓ ଝିଅ ହୀରାକୁଦ ତାଙ୍କ ବାପା ଘରୁ ଆସିଥିଲେ । ୨୫ ତାରିଖରେ ସକାଳେ ସିଟିଷ୍ଟେସନରୁ ରାଉରକେଲା ଇଣ୍ଟରସିଟି ଟ୍ରେନର ଭୁବନେଶ୍ଵର ଯିବା ପାଇ ତାଙ୍କ ଭିଣାଇ ବସାଇଥିଲେ । ଟ୍ରେନ ସକାଲ ୭ ଟା ୫୦ ରେ ସିଟିଷ୍ଟେସନରୁ ଛାଡିଥିଲା ।ପରେ ଭୁବନେଶ୍ଵର ୧୨ ଟାରେ ପହଚିଥିଲା ହେଲେ ମାଁ ଝି ଅ ପହଚନଥିଲେ ।ପରିବାର ଲୋକ ଜିଆରପି ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
୩ ଦିନ ପରେ ପୋଲିସ ମୋବାଇଲ ଟ୍ରାକିଙ୍ଗ କରିଥିବାରୁ ଶେଷଥର ପାଇ ମୋବାଇଲ ଟି ଶାସନ ଅଂଚଳ ଥିବା ଜଣାପଡିଥିଲା ।ତେଵେ ପରିବାର ଲୋକ ମା ଝିଅ କୁ ଅପରହରଣ କରାଯାଇଥିବା ଅଭିଯୋଗ କରିଛନ୍ତି । ଜିଆରପି ପୋଲିସ ତଦନ୍ତ ବିଲମ୍ବ ହେଉଥିବାରୁ ସନ୍ତୁଷ୍ଟ ନଥିବା ଅଭିଯୋଗ କରିଛନ୍ତି ।