ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୭୪ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୨୯ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୦୯୬୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୩୮୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୨୮୨୦୭ଜଣ ସୁସ୍ଥ ହୋଇଛନ୍ତି ।

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ବିଭିନ୍ନ ଜିଲ୍ଲାରେ ଆନ୍ଦୋଳନ ଜାରି ରଖିଛି ବିଜେପି । ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଆଜି ବିଭିନ୍ନ ଜିଲ୍ଲାରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା  ୬ଟା ପର୍ଯ୍ୟନ୍ତ କେନ୍ଦ୍ରାପଡା, ବାଲେଶ୍ୱର, ଜଗତସିଂହପୁର ଓ ବୌଦ୍ଧ ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ନେଇ ଡାକରା ଦେଇଛି ବିଜେପି ।

ଓଡ଼ିଶା ରାଜ୍ୟ ଭେଷଜ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ (ଡିଏମ୍‌ଇଟି) ହୋଇଛନ୍ତି ପ୍ରଫେସର ଡାକ୍ତର ରମା ରମଣ ମହାନ୍ତି । ଡାକ୍ତର ମହାନ୍ତି ଏବେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଡିନ୍‌ ଓ ପ୍ରିନ୍‌ସିପାଲ ଅଛନ୍ତି । ଚଳିତ ମାସ ୩୧ ତାରିଖରେ ପ୍ରଫେସର ସିବିକେ ମହାନ୍ତି ଅବସର ନେବେ । ତାଙ୍କଠାରୁ ଡିଏମ୍‌ଇଟିର ନୂଆ ଦାୟିତ୍ୱ ନେବେ ପ୍ରଫେସର ରମା ରମଣ ମହାନ୍ତି ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୩୧୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୪୯ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୪୨ ଲକ୍ଷ ୬୦ ହଜାର ୪୭୦ରେ ପହଁଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୫୭ ହଜାର ୭୪୦ରେ ପହଞ୍ଚିଥିବା ବେଳେ ୧୬୧୫୫୫ ସକ୍ରିୟ ମାମଲା ରହିଛି ।  

ଆଜି ଦେଶରେ ୩ଟି ଲୋକସଭା ଏବଂ ୩୦ଟି ବିଧାନସଭା ଆସନ ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ କରାଯାଉଛି । ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା-ନଗର ହାେଓ୍ଵଲି ଓ ଦାମନ-ଦିୟୁର ୩ଟି ଲୋକସଭା ଆସନ ନିମନ୍ତେ ଅନୁଷ୍ଠିତ ଉପନିର୍ବାଚନରେ ଭୋଟ୍‌ ଗ୍ରହଣ ଚାଲିଛି ।

କରୋନାର ପ୍ରଭାବ ହ୍ରାସ ପାଉଥିବା ବେଳେ ଲାଗୁ ରହିଥିବା କଟକଣା ଧୀରେ ଧୀରେ କୋହଳ କରାଯାଉଛି। ଏବେ ଦିଲ୍ଲୀରେ ସିନେମା ହଲ୍‌, ଥିଏଟର ଓ ମଲ୍ଟିପ୍ଲେକ୍ସ ୧୦୦ ପ୍ରତିଶତ କ୍ଷମତା ସହିତ ଖୋଲିପାରିବ। ଡିଡିଏମ୍‌ଏ ଏ ନେଇ ଔପଚାରିକ ଭାବେ ଆଦେଶ ଜାରି କରିଛି। ଏହା ପୂର୍ବରୁ ସିନେମା ହଲ୍‌ ଗୁଡ଼ିକ ୫୦ ପ୍ରତିଶତ କ୍ଷମତାରେ ପରିଚାଳିତ ହେଉଥିଲା। ଅନ୍ୟପଟରେ ରେସ୍ତୋରାଁ, ବାର୍‌, ଅଡିଟୋରିୟମ ଏବଂ ସଭାଗୃହ ଏବେବି ୫୦ ପ୍ରତିଶତ କ୍ଷମତାରେ ଖୋଲାଯିବାକୁ କୁହାଯାଇଛି। ବିବାହ ସମାରୋହ ଓ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ୨୦୦ ଲୋକ ସାମିଲ ହୋଇପାରିବେ।

ଦୀର୍ଘ ୨୮ ଦିନ ପରେ ମେଗା ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଶେଷରେ ଜେଲରୁ ବାହାରିଛନ୍ତି। ପୁଅକୁ ଆଣିବା ପାଇଁ ନିଜେ ଶାହରୁଖଙ୍କ ଗାଡି ଆର୍ଥର ରୋଡ୍‌ ଜେଲରେ ପହଞ୍ଚିଥିଲା। ଶାହରୁଖଙ୍କ ବଡିଗାର୍ଡ ରବି ଆର୍ଯ୍ୟନ୍‌ଙ୍କୁ ଆଣିବା ପାଇଁ ଜେଲ୍‌ରେ ପହଞ୍ଚିଥିଲେ। ଏହାପରେ ସେଠାରୁ ସେମାନେ ସିଧା ଗାଡ଼ିରେ ବସି ମନ୍ନତ ଅଭିମୁଖେ ବାହାରି ଯାଇଥିଲେ।

ଆଜି ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୨୪ କୋଟି ୬୭ ଲକ୍ଷ ୨୧ ହଜାର ୬୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ଯୋଗୁଁ ୫୦ ଲକ୍ଷ ୩ ହଜାର ୮୫୭ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ବିଶ୍ବରେ ୨୨ କୋଟି ୩୫ ଲକ୍ଷ ୧୨ ହଜାର ୨୫ ଜଣ  କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୧  କୋଟି ୮୨ ଲକ୍ଷ ୫ ହଜାର ୬୮୪ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି ।

 G-20 ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇଟାଲୀରେ ଭବ୍ୟ ସ୍ବାଗତ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଇଟାଲୀ ସମକକ୍ଷ ମାରିଓ ଦ୍ରାଘୀଙ୍କୁ ଭେଟିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଦ୍ରାଘୀ ରୋମ୍‌ର ପଲ୍ଳାଜୋ ଚିଗୀରେ ମୋଦୀଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏଠାରେ ଗାର୍ଡ ଅଫ ଅନର ଦିଆଯାଇଥିଲା। ଉଭୟ ନେତା ଏକ ବୈଠକରେ ଦ୍ବିପାକ୍ଷୀକ ଓ ବିକାଶମୂଳକ ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଆଜି ଭାଟିକାନ ସିଟିରେ ପୋପ୍‌ ଫ୍ୟାନ୍ସିସଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। 

ଆମେରିକା ସରକାର ଛୋଟ ପିଲାମାନଙ୍କୁ ଫାଇଜର ଟିକାର ଡୋଜ୍ ପ୍ରଦାନ କରିବାକୁ ଆଜି ଅନୁମତି ଦେଇଛନ୍ତି। ଆମେରିକା ଫୁଡ ଆଣ୍ଡ ଡ୍ରଗ ଆଡମିନଷ୍ଟ୍ରେସନ(ଏଫଡିଏ) ୫ରୁ ୧୧ ବର୍ଷର ପିଲାମାନଙ୍କୁ ଟିକାର ଡୋଜ୍‌ ଦେବାକୁ କହିଛି। ଏଥିସହ ୧୧ରୁ ଅଧିକ ବର୍ଷ ବର୍ଗର ପିଲାମାନେ ମଧ୍ୟ ଫାଇଜର ଟିକା ନେଇପାରିବେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଲାଞ୍ଜିଗଡ଼ ବ୍ଲକ ବିଜେପି ପକ୍ଷରୁ ଥାନା ଘେରାଉ...

Sun Oct 31 , 2021
ଦୀପକ କୁମାର ସାହୁ(କଳାହାଣ୍ଡି): କଳାହାଣ୍ଡି ଜିଲ୍ଲା ମହାଳିଙ୍ଗ ସ୍ଥିତ ଘରୋଇ ସ୍କୁଲ ଅଧ୍ୟକ୍ଷl ମମିତା ମେହେର ପରିବାରକୁ ନ୍ୟାୟ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଗିରପ ଦାବିରେ ଲାଞ୍ଜିଗଡ଼ ବ୍ଲକ ବିଜେପି ପକ୍ଷରୁ ଆଜି ଲାଞ୍ଜିଗଡ଼ ଥାନା ଘେରାଉ କରିଛନ୍ତି । ବ୍ଲକ ସଭାପତି ଭାଗିରଥି ମାଝୀ ଙ୍କ ନେତୃତ୍ୱରେ କର୍ମୀମାନେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧ ରେ ନାରାବାଜି କରି […]

You May Like

Pin It on Pinterest