
ପ୍ରଭାତ ସାହା(ମାଲକାନଗିର):ଦେଶର ଲୌହ ମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଦେଶବ୍ୟାପୀ ରନ୍ ଫର୍ ୟୁନିଟି (ଏକତା ପାଇଁ ଦୌଡ) କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଥିବା ବେଳେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ ଭି ୭୯ ଠାରେ ଥିବା ୭୬ ବିଏନ୍ ବିଏସଏଫ ର ଶ୍ରୀ ଅନିଲ କୁମାର ଗୁଲେରିଆ.(second in command)off g commandant ପତାକା ଦେଖାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।
ଯେଉଁ ସର୍ଦ୍ଧାର ଭାଇ ଙ୍କ କାରଣରୁ ଦେଶରେ କୃଷି, ସମବାୟ, ସୁରକ୍ଷା ଓ ପ୍ରଶାସନ ଦ୍ୱାରା ଏକ ଲୌହ ଢାଂଚା ତିଆରି କରାଯାଇ ପାରିଥିଲା ସେହି ସର୍ଦ୍ଧାର ଭାଇଙ୍କୁ ଆଜି ସମସ୍ତେ ମନେ ପକାଇଥିଲା । ଆଜି ତାଙ୍କ ଜୟନ୍ତୀ ଦିବସ ବା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏମ ଭି ୭୯ ର ଯୁବପିଡ଼ି ଏବଂ ପୋଲିସ କର୍ମଚାରୀ ମାବେ ମଧ୍ୟ ଏହି ଦୌଡ଼ରେ ସାମିଲ ହୋଇଥିଲେ।ଶେଷରେ ସମସ୍ତଙ୍କୁ ଉପହାର ଓ ମାନ ପତ୍ର ଦିଆଯାଇଥିଲା ।