ଆଜିର ରାଶିଫଳ

ମେଷ: କାର୍ଯ୍ୟ କ୍ଷେତ୍ରରେ କୌଣସି ପରିବର୍ତ୍ତନ ଆଣିପାରନ୍ତି। ପରିବାରର ବୟୋଜ୍ୟେଷ୍ଠଙ୍କ ପରାମର୍ଶରେ ବଡ଼ ପଦକ୍ଷେପ ନେବେ। ଦୂର ସ୍ଥାନକୁ ଭ୍ରମଣ ଯୋଗ ରହିଛି। ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସନୀୟ କାମ କରି ବୁଦ୍ଧିଜୀବୀମାନଙ୍କ ଦୃଷ୍ଟି ଆକର୍ଷଣ କରିବେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ, ପରିବହନରେ ସଫଳତା ମିଳିବ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୮।

ବୃଷ: ନିଜ କାର୍ଯ୍ୟରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଆର୍ଥିକ ମାମଲାରେ ହଇରାଣ ହୋଇପାରନ୍ତି। ଗପ-କବିତା ଆଦି ପଢ଼ିବାରେ ରୁଚି ବଢ଼ିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।

ମିଥୁନ: କର୍ମଜଞ୍ଜାଳର ବ୍ୟାପକ ପରିସର ବୃଦ୍ଧି ଜନିତ ପାରିବାରିିକ ଶାନ୍ତି ଓ ସୁସ୍ଥତା ସାମାନ୍ୟ ବ୍ୟତିକ୍ରମ ଭିତରେ କଟିବ । ପିଲାଙ୍କ ରୁଗ୍‌ଣ ସ୍ବାସ୍ଥ୍ୟ ଓ ନିମ୍ନ ମାନର ଶିକ୍ଷାକୁ ନେଇ ଚିନ୍ତିତ ରହିବେ। କଚେରି ମାମଲା କିମ୍ବା ଜମିଜମା ସମସ୍ୟା ସମାଧାନ ହେବାରେ ବିଶେଷ ଡେରି ହେବ ନାହିଁ । ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ ଅର୍ଥ ଓ ସମ୍ମାନର ଅଭାବ ରହିବ ନାହିଁ । ଶୁଭରଙ୍ଗ: ଫିକା ହଳଦିଆ। ଶୁଭସ˚ଖ୍ୟା: ୭।

କର୍କଟ: ଧାର୍ମିକ କାର୍ଯ୍ୟରେ ମନ ଦିଅନ୍ତୁ, ସୁଫଳ ମିଳିବ। ସ˚ପର୍କୀୟଙ୍କ ସାହାଯ୍ୟରେ କାମ ପୂରଣ ହେବ। ବ୍ୟବସାୟକୁ ନେଇ ଦୂର ସ୍ଥାନକୁ ଯାଇପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୬।

ସି˚ହ: ପ୍ରଭୁଙ୍କୁ ଦର୍ଶନ କରନ୍ତୁ; ମନୋକାମନା ପୂରଣ ହେବ। ଜୀବନସାଥୀଙ୍କ ପରାମର୍ଶକ୍ର‌େମ ନୂଆ ବ୍ୟବସାୟରେ ଅର୍ଥ ଲଗାଇବେ। ଆଇନ ଛାତ୍ରଙ୍କ ଲାଗି ଦିନଟି ଶୁଭଙ୍କର। ବାଣିଜ୍ୟ, ବ୍ୟବସାୟ ବାଧାପ୍ରାପ୍ତ ହେବନାହିଁ । ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ । ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୭।

କନ୍ୟା: ମନରେ ଚଞ୍ଚଳତା ସୃଷ୍ଟି ହେଲେ ମଧ୍ୟ ଯାତ୍ରା ଓ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ରହିବ। ବିଶେଷ ଖର୍ଚ୍ଚାନ୍ତ ଯୋଗ ରହିଛି, ଅବଶ୍ୟ କୌଣସି ଦ୍ରବ୍ୟକ୍ରୟ ପାଇଁ ହୋଇପାରେ। କର୍ମକ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି। କୌଶଳପୂର୍ଣ୍ଣ କଥା କହି ଶତ୍ରୁଠାରୁ ମଧ୍ୟ କାମ ହାସଲ କରିନେବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।

ତୁଳା: ମିତ୍ରଙ୍କ ଠାରୁ ପରାମର୍ଶ ପାଇବେ। ଯୋଜନାକୁ ଆଗକୁ ବଢ଼ାଇବା ଲାଗି ଚିନ୍ତା କରିବେ। ଅଫିସରେ ଭଲ କାମ ପାଇଁ ପ୍ରଶ˚ସିତ ହେ‌ବ। ଯାତ୍ରା, ବିବାଦ, ଗୃହାରମ୍ଭ ପ୍ରଭୃତିରେ ସମସ୍ୟା ଜନିତ ସ୍ଥିରତା ରହି ନ ପାରେ । ସଭାସମିତି ଓ ସଙ୍ଗଠନ, କଳା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସିତ ହେବେ । ଶୁଭରଙ୍ଗ: ଆକାଶୀ ନୀଳ। ଶୁଭସ˚ଖ୍ୟା: ୩।

ବିଛା: ମିତ୍ରମାନଙ୍କ ସହଯୋଗ ସଙ୍ଗକୁ ପାରିବାରିକ ଶାନ୍ତି ଓ ସଦ୍‌ଭାବରୁ ମାନସିକ ଶାନ୍ତି ପାଇବେ । ମାଙ୍ଗଳିକ କାମ ସକାଶେ ଆଲୋଚନା କରିପାରନ୍ତି। ଜମିଜମା ବିବାଦ କିମ୍ବା ଆରକ୍ଷୀ ସମ୍ବନ୍ଧିତ ସମସ୍ୟାର ସରଳ ସମାଧାନ ଆଶା କରାଯାଇପାରେ। ଅର୍ଥ ପ୍ରାପ୍ତିରେ ବାଧା ସୃଷ୍ଟିର ଆଶଙ୍କା ରହିଛି। ବ୍ୟବସାୟ, ପରିବହନ, ସାମ୍ବାଦିକତା ପାଇଁ ଅସୁବିଧା ହେବନାହିଁ । ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୨।

ଧନୁ: ଶାରୀରିକ ଓ ମାନସିକ ଦୃଷ୍ଟିରୁ ସୁସ୍ଥ ରହିବେ। ଚାକିରିଆଙ୍କ ଲାଗି ଦିନଟି ଭଲ। ଅଫିସରେ ନୂଆ ଦାୟିତ୍ବ ନେବାକୁ ସକ୍ଷମ ହେବେ। ଶୁଭରଙ୍ଗ: ମେରୁନ। ଶୁଭସ˚ଖ୍ୟା: ୧।

ମକର: ପୂର୍ବର ସ୍ଥିତି ବଦଳି ଯାଇଥିବାରୁ ମନ ଏକପ୍ରକାର ହାଲୁକା ରହିବ । କିନ୍ତୁ ବନ୍ଧୁ, ଆତ୍ମୀୟସ୍ବଜନଙ୍କ ସ୍ବାସ୍ଥ୍ୟହାନି ଜନିତ ସାମୟିକ ମନସ୍ତାପ କରିପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ ଓ ମନୋରଞ୍ଜନର ମଉକା ପାଇପାରନ୍ତି। ବିଭିନ୍ନ କ୍ଷେତ୍ରରେ ସୁଯୋଗ ଲାଭକରି କାର୍ଯ୍ୟ ସମ୍ପନ୍ନ କରିପାରିବେ । ପୁରାତନ ରୋଗ ଓ ପୁରୁଣାବାକି ଟଙ୍କା ପରିଶୋଧର ଚିନ୍ତା କରିପାରନ୍ତି। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୬।

କୁମ୍ଭ: ମନରେ ନୂଆ ବିଚାର ଆସିବ। ପରିବାର ଲୋକଙ୍କ ସହିତ ଖୁସି‌େର ରହିବେ। ଛୋଟଛୋଟ କଥାକୁ କେନ୍ଦ୍ରକରି ଅଯଥା ଆଲୋଚନାର ନିର୍ଯ୍ୟାସ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିପାରେ। ଅଳସୁଆମି ଓ କାଳକ୍ଷେପଣ ନୀତି ସକାଶେ କେତେକ କାମ ଅଧୁରା ରହିଯାଇପାରେ।  ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୭।

ମୀନ: ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। ବେପାରରେ ଲାଭ ହେବାର ସମ୍ଭାବନା। ସହପାଠୀ ନିଜ ମନ କଥା ଆପଣଙ୍କୁ ଜଣାଇବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସୁପ୍ରିମ କୋର୍ଟ ର ଐତିହାସିକ ଫଇସଲା

Sat Nov 9 , 2019
ବାସ୍ତବ ବ୍ୟୁରୋ: ଅଯୋଧ୍ୟା ମାମଲା ରେ ସୁପ୍ରିମ୍‌ କୋର୍ଟ ର ଐତିହାସିକ ରାୟ ପ୍ରକାଶ ପାଇଛି । ବିବାଦୀୟ ଜାଗା ଉପରେ ମନ୍ଦିର ନିର୍ମାଣ ହେବ ଏବଂ ମସ୍‌ଜିଦ୍‌ ନିର୍ମାଣ ପାଇଁ ମୁସଲମାନମାନଙ୍କୁ ବିକଳ୍ପ ଜମି ଯୋଗାଇ ଦିଆଯାଉ ବୋଲି ଶନିବାର ଦିନ ସୁପ୍ରିମ୍‌ କୋର୍ଟ କହିଛନ୍ତି କହିଛନ୍ତି। ବିବାଦୀୟ ଜାଗା ଉପରେ ମନ୍ଦିର ନିର୍ମାଣ ଲାଗି ତିନି ମାସ ମଧ୍ୟରେ ଏକ ଯୋଜନା କରି କେନ୍ଦ୍ର ସରକାର ବୋର୍ଡ […]

You May Like

Pin It on Pinterest