
ଦୀପକ ସାହୁ(କଳାହାଣ୍ଡି) କଳାହାଣ୍ଡି ଜିଲ୍ଲା -ଥୁଆମୂଳ ରାମପୁର ଠାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟରତ ଆଶାକର୍ମୀ ମାନଙ୍କ ଦ୍ୱାରା ସ୍ଥାନୀୟ ଖଣ୍ଡୁଆଲ ବାବା ଖେଳ ପଡ଼ିଆ ଠାରେ,ଡାକ୍ତର ହେମାଙ୍ଗିନୀ ମେହେରଙ୍କ ଆଶାକର୍ମୀ ଙ୍କୁ ଦୁର୍ବ୍ୟବହାର ବିରୁଦ୍ଧରେ ଆଶା ସଙ୍ଘ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି ।
ସୂଚନା ମୁତାବକ,ଗତ ୨୯.୦୯.୨୦୨୧ ତାରିଖ ଦିନ ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବଣ୍ଡାବାଗ ଗ୍ରାମର ଆଶା ଦିଦି ସଂଗୀତ ନାଏକ, ଗର୍ଭବତୀ ମାଁ କ୍ଷୀରମଣି ଝଡ଼ିଆ ଙ୍କୁ ଥୁଆମୂଲ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଭବାନୀପାଟଣା ମୁଖ୍ୟ ଡ଼ାକ୍ତର ଖାନାକୁ ନେଇଥିବା ବେଳେ, ବିନା କାରଣରେ ଡାକ୍ତର ହେମାଙ୍ଗିନୀ ମେହେର ,ଆଶା ଦିଦି ଙ୍କୁ ରାଗିଯାଇ ନିଜ ହାତରେ ଧରିଥିବା ବଲପେନରେ ଆଶା ଦିଦି ସଂଗୀତା ଙ୍କ ଗାଲରେ ଗେଞ୍ଜି ଦେଇଥିଲେ ଏବଂ ମାରିବା ପାଇଁ ଚାପୁଡ଼ା ଓ ଚପଲ ଉଠିଥିବା ଘଟଣା କଳାହାଣ୍ଡି ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ,୩୦.୦୯.୨୦୨୧ ତାରିଖ ଦିନ କଳାହାଣ୍ଡି ଜିଲ୍ଲା ଆଶାକର୍ମୀ ସାମ୍ମୁଖ୍ୟର ସଭାପତି ତଥା ଜିଲ୍ଲା କର୍ମକର୍ତ୍ତାଙ୍କ ନେତୃତ୍ୟରେ CDMO ଏବଂ ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରି ନାହିଁ ବୋଲି ସମସ୍ତ ଆଶାକର୍ମୀ ଅଭିଯୋଗ କରିଛନ୍ତି ।

ଏସବୁକୁ ଆଖି ଆଗରେ ରଖି ଥୁଆମୂଳ ରାମପୁର ବ୍ଲକ ଠାରେ ଆଶା ଦିଦି ମାନଙ୍କ କଳାହାଣ୍ଡି ଜିଲ୍ଲା ସଭାନେତ୍ରୀ ଶାନ୍ତି ମାଝୀ, ସମ୍ପାଦିକା ରାଜେଶ୍ୱରୀ ସେଠୀ ଓ କୋଷାଧ୍ୟକ୍ଷ ରେଜେଶ୍ୱରୀ ନାଏକ ଙ୍କ ତତ୍ୱବାଧାନରେ ଥୁଆମୂଳ ରାମପୁର ବ୍ଲକ କମିଟି ଗଠନ କରାଯାଇଥିବା ବେଳେ, ସଭାନେତ୍ରୀ ଭାବେ ସୂର୍ଯ୍ୟକାନ୍ତି ନାଏକ,ଉପ-ସଭାନେତ୍ରୀ ପଙ୍କଜିନି ନାଏକ,ସମ୍ପାଦିକା ପୁଷ୍ପାଞ୍ଜଳି ନାଏକ,ସହ-ସମ୍ପାଦିକା ମଞ୍ଜୁଳତା ନାଏକ ଓ କୋଷାଧ୍ୟକ୍ଷ ଶାନ୍ତି ନାଏକ ଙ୍କୁ ମନୋନୀତ କରାଯାଇଥିବା ବେଳେ, ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଗୋବିନ୍ଦ ପ୍ରଧାନୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ମୁରଲୀଧର ନାଏକ,ସମିତି ସଭ୍ୟ ମନୋରଞ୍ଜନ ନାଏକ ଓ ପବିତ୍ର ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।
