ସୁପ୍ରିମ କୋର୍ଟ ର ଐତିହାସିକ ଫଇସଲା

ବାସ୍ତବ ବ୍ୟୁରୋ: ଅଯୋଧ୍ୟା ମାମଲା ରେ ସୁପ୍ରିମ୍‌ କୋର୍ଟ ର ଐତିହାସିକ ରାୟ ପ୍ରକାଶ ପାଇଛି । ବିବାଦୀୟ ଜାଗା ଉପରେ ମନ୍ଦିର ନିର୍ମାଣ ହେବ ଏବଂ ମସ୍‌ଜିଦ୍‌ ନିର୍ମାଣ ପାଇଁ ମୁସଲମାନମାନଙ୍କୁ ବିକଳ୍ପ ଜମି ଯୋଗାଇ ଦିଆଯାଉ ବୋଲି ଶନିବାର ଦିନ ସୁପ୍ରିମ୍‌ କୋର୍ଟ କହିଛନ୍ତି କହିଛନ୍ତି।

ବିବାଦୀୟ ଜାଗା ଉପରେ ମନ୍ଦିର ନିର୍ମାଣ ଲାଗି ତିନି ମାସ ମଧ୍ୟରେ ଏକ ଯୋଜନା କରି କେନ୍ଦ୍ର ସରକାର ବୋର୍ଡ ଟ୍ରଷ୍ଟି ଗଠନ କରିବେ। ସୁପ୍ରିମ୍‌ କୋର୍ଟ କହିଲେ, ବୋର୍ଡ ଅଫ୍‌ ଟ୍ରଷ୍ଟିଙ୍କୁ କେନ୍ଦ୍ର ସରକାର ବିବାଦୀୟ ସ୍ଥାନ ହସ୍ତାନ୍ତର କରିବେ ଏବଂ ଅଯୋଧ୍ୟା ଠାରେ ସୁନ୍ନି ଓ୍ଵାକଫ୍‌ ବୋର୍ଡକୁ ୫ ଏକର ବିଶିଷ୍ଟ ବିକଳ୍ପ ଜମି ଯୋଗାଇ ଦେବେ।

ଅଯୋଧ୍ୟା ବିବାଦର ରାୟ ପାଠ କରି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଲେ, ପ୍ରତ୍ନତାତ୍ତ୍ୱିକ ପ୍ରମାଣକୁ ଅପୂର୍ଣ୍ଣ ସୂଚନା ଓ କାଳ୍ପନିକ ବୋଲି କହି ଏଡ଼ାଇ ହେବନାହିଁ। ବାବ୍ରି ମସ୍‌ଜିଦ୍‌ ଫାଙ୍କା ଜମି ଉପରେ ନିର୍ମାଣ କରାଯାଇ ନ ଥିଲା।

ସେ କହିଲେ ଯେ ଏହା ତଳେ ହିନ୍ଦୁମାନଙ୍କର ନିର୍ମିତ କୌଣସି ଢାଞ୍ଚା ରହିଛି ବୋଲି ପ୍ରତ୍ନତତ୍ତ୍ୱକ ପ୍ରମାଣ ମିଳୁଛି। ଜମି ମାଲିକାନା କେବଳ ଆଇନଗତ ପ୍ରମାଣ ଆଧାରରେ ଫଏସଲା କରିହେବ।

ପରିବ୍ରାଜକ ଏବଂ ଐତିହାସିକମାଙ୍କ ବର୍ଣ୍ଣନାରେ ଉଲ୍ଲେଖ ଅଛି ଯେ ହିନ୍ଦୁ ବିଶ୍ୱାସ ଅନୁସାରେ ଏହା ପ୍ରଭୁ ରାମଙ୍କ ଜନ୍ମସ୍ଥାନ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମହାରାଷ୍ଟ୍ର ରାଜନୀତି ରେ ନୂଆମୋଡ: ବିଜେପିକୁ ସରକାର ପାଇଁ ଡାକରା

Sat Nov 9 , 2019
ବାସ୍ତବ ବ୍ୟୁରୋ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅଚଳାବସ୍ଥାର ଅବସାନ ହେବାର ଆଶା ଦେଖାଦେଇଛି । ସରକାର ଗଢିବାକୁ ବିଜେପିକୁ ନିମନ୍ତ୍ରଣ କଲେ ରାଜ୍ୟପାଳ । ରାଜ୍ୟପାଳ  ଭଗତ ସିଂ କୋସ୍ୟାରୀ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ଦଳ ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି ।  ବିଜେପି ବିଧାୟକ ଦଳର ନେତା ଦେବେନ୍ଦ୍ର ଫଡନବୀସଙ୍କୁ ଏଥିପାଇଁ ଆମନ୍ତ୍ରଣ କରାଯାଇଛି ଓ ଆସନ୍ତା ୧୧ ତାରିଖ ସୁଦ୍ଧା ସଂଖ୍ୟା […]

You May Like

Pin It on Pinterest