ଧନତେରସରେ ଆପଣଙ୍କ ରାଶିରେ,ଜ୍ୟୋତିଷଙ୍କଠାରୁ ଜାଣନ୍ତୁ କ’ଣ କିଣିବା ଶୁଭ ହେବ?

ଜ୍ୟୋତିର୍ବିଦ୍,ବାସ୍ତୁକାର-ଡ଼.ନବକିଶୋର ମିଶ୍ର

ମଙ୍ଗଳବାର ଦିନ ଧନତେରସ ଙ୍କ ସହ ଦୀପାବଳି ଆରମ୍ଭ ହୋଇଛି। ଏହି ଦିନ ଆୟୁର୍ବେଦର ପିତା ଧନନ୍ତରୀଙ୍କ ଜନ୍ମ ବାର୍ଷିକୀ ଶ୍ରଦ୍ଧା ଓ ଉଲ୍ଲାସର ସହ ପାଳନ କରାଯାଏ । ପରମ୍ପରା ଅନୁଯାୟୀ ଧନତେରସ ରେ, କିଣା କିଣି ସହ ଧନ ଦେବତା କୁବେର, ମା ଲକ୍ଷ୍ମୀ, ଧନ୍ଵନ୍ତରୀ ଏବଂ ଯମରାଜଙ୍କୁ ପୂଜା କରାଯାଏ ଓ ସୁଖ ଓ ସମୃଦ୍ଧତା ପାଇଁ ପ୍ରାର୍ଥନା କରାଯାଏ । ଏଥର ଗ୍ରହ ଯୋଗ ଧନ୍ତରସରେ କଣ କିଣା କିଣି ପାଇଁ ଶୁଭପ୍ରଦ ହେବ |ଜ୍ୟୋତିର୍ବିଦ୍ ତଥା ବାସ୍ତୁକାର ଡ଼.ନବକିଶୋର ମିଶ୍ରଙ୍କ ମତରେ,ଏହି ଦିନ ରାଶି ଅନୁସାରେ କିଣା କିଣି କରିବା ଦ୍ୱାରା ମା ଲଷ୍ମୀଙ୍କ ଶୁଭ ଆଶୀର୍ବାଦ ମିଳିଥାଏ |

  • ରାଶି ଅନୁଯାୟୀ କଣ କିଣିବା ଶୁଭ
  • ମେଷ – ରୂପା ପାତ୍ର, ବୈଦୁତିକ ସାମଗ୍ରୀ, ସୁନା ଅଳଙ୍କାର |
  • ବୃଷ – ପୋଷାକ,କଳସ |
  • ମିଥୁନ – ସୁନା ଅଳଙ୍କାର, ଲୁହା ବାସନ |
  • କର୍କଟ – ରୂପା ଅଳଙ୍କାର କିମ୍ବା ବାସନ, ଘର ସାମଗ୍ରୀ |
  • ସିଂହ – ତମ୍ବା ପାତ୍ର କିମ୍ବା କଳସ, ନାଲି ରଙ୍ଗର ପୋଷାକ |
  • କନ୍ୟା – ସୁନା କିମ୍ବା ରୂପା ଅଳଙ୍କାର କିମ୍ବା କାଲାଶ |
  • ତୁଳା – ପୋଷାକ, ସୌନ୍ଦର୍ଯ୍ୟ ସାମଗ୍ରୀ କିମ୍ବା ସାଜସଜ୍ଜା ସାମଗ୍ରୀ |
  • ବିଛା – ବୈଦୁତିକ ଉପକରଣ, ସୁନା ଅଳଙ୍କାର |
  • ଧନୁ – ସୁନା ଅଳଙ୍କାର, ତମ୍ବା ବାସନ, ମାଟିପାତ୍ର |
  • ମକର – ପୋଷାକ, ଯାନବାହାନ,ରୂପା ବାସନ କିମ୍ବା ଅଳଙ୍କାର |
  • କୁମ୍ଭ – ସୌନ୍ଦର୍ଯ୍ୟ ସାମଗ୍ରୀ ,ସୁନା, ତମ୍ବା ବାସନ |
  • ମିନା – ସୁନା ଅଳଙ୍କାର, ବୈଦୁତିକ ଉପକରଣ |

ଧନତେରସ ରେ କିଣାକିଣି ଏବଂ ପୂଜା ପାଇଁ ଶୁଭମୁହୁର୍ତ |
ସକାଳ ୯ ଟାରୁ ରାତି ୧ :୩୦ ପର୍ଯ୍ୟନ୍ତ |
ସନ୍ଧ୍ୟା ୭ :୩୦ ରୁ ୯ :୩୦ ପର୍ଯ୍ୟନ୍ତ |
ସକାଳ ୧୦ :୩୦ ରୁ ରାତି ୧ :୩୦ ପର୍ଯ୍ୟନ୍ତ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue Nov 2 , 2021
ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୨୭ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୪୦ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୨୧୦୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୧୨୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୨୯୫୮୫ଜଣ ସୁସ୍ଥ ହୋଇଛନ୍ତି । […]

You May Like

Pin It on Pinterest