ଓଡ଼ିଆ ପୁଅ ପ୍ରମୋଦ ଭଗତ ପାଇବେ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ମେଜର ଧ୍ୟାନଚାନ୍ଦ ଖେଳରତ୍ନପୁରସ୍କାର

ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ): ୦୨/୧୧-ଓଡ଼ିଆ ପୁଅ ପ୍ରମୋଦ ଭଗତ ପାଇବେ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର । ଟୋକିଓ ପାରାଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରମୋଦଙ୍କୁ ଖେଳରତ୍ନ ଦେବା ପାଇଁ ଗତ ବୁଧବାର ଜାତୀୟ କ୍ରୀଡ଼ା ପୁରସ୍କାର କମିଟି ପାରିସ୍ କରିଥିଲା। ଆଉ ଆଜି କ୍ରୀଡ଼ା ମନ୍ତ୍ରଣାଳୟ ଏଥିରେ ମୋହର୍ ମାରିଛି। ପ୍ରମୋଦ ପ୍ରଥମ ଓଡ଼ିଆ କ୍ରୀଡ଼ାବିତ୍ ଭାବେ ‘ଖେଳ ରତ୍ନ’ ପୁରସ୍କାର ପାଇବେ।ପ୍ରମୋଦଙ୍କ ସହ ଆଉ ଦୁଇ ଓଡ଼ିଆ ହକି ଷ୍ଟାର୍ ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସ ଅର୍ଜୁନ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

ନୀରଜ ଚୋପ୍ରା, ରେସଲର୍ ରବି ଦାହିୟା, ପିଆର୍ ଶ୍ରୀଜେଶ, ମନପ୍ରୀତ ସିଂହ, ଲଭଲିନ୍ ବୋର୍ଗୋହେନ୍, ଫୁଟବଲର ସୁନୀଲ ଛେତ୍ରୀ, ମହିଳା କ୍ରିକେଟର୍ ମିତାଲୀ ରାଜ, ଆଥଲେଟ୍ ସୁମିତ୍ ଅନ୍ତିଲ୍, ପାରା ଶୁଟର୍ ଅବନୀ ଲେଖରା, ପାରା ବ୍ୟାଡମିଣ୍ଟନ୍ ଖେଳାଳି କ୍ରିଷ୍ଣା ନାଗର ଓ ପାରା ଶୁଟର୍ ଏମ୍ ନରୱାଲ୍ ଙ୍କ ସହ,ଓଡ଼ିଶାର ବ୍ୟାଡ୍‌ମିଣ୍ଟନ ଖେଳାଳୀ ତଥା ପାରାଅଲିମ୍ପିକ୍‌ ଗୋଲ୍ଡ ବିଜେତା ପ୍ରମୋଦ ଭଗତଙ୍କ ନାମକୁ ମଧ୍ୟ ଖେଳରତ୍ନ ପାଇଁ ସୁପାରିଶ କରାଯାଇଥିଲା । ନ୍ୟାଶନାଲ୍‌ ସ୍ପୋର୍ଟସ୍‌ ଆୱାର୍ଡ କମିଟି ଖେଳରତ୍ନ ପାଇଁ ମୋଟ ୧୧ ଜଣଙ୍କ ନାମ ସୁପାରିଶ କରିଥିବା ବେଳେ ୩୫ କ୍ରୀଡ଼ାବିତ୍‌ଙ୍କୁ ଅର୍ଜୁନ ପୁରସ୍କାର ଦେବା ପାଇଁ ସୁପାରିଶ କରାଯାଇଥିଲା ।

ଚଳିତ ବର୍ଷ ଅଗଷ୍ଟ ମାସରେ ଦେଶର କ୍ରୀଡ଼ାବିତ୍ ମାନଙ୍କୁ ପ୍ରଦାନ କରାଯାଉଥିବା ସମ୍ମାନଜନକ ‘ଖେଳରତ୍ନ ପୁରସ୍କାର’ର ନାଁ ପରିବର୍ତନ କରାଯାଇଥିଲା ।ଏହାକୁ ପୂର୍ବରୁ ‘ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର’ ନାଁରେ ନାମିତ ଥିବା ବେଳେ ଏବେ ଏଥିରୁ ରାଜୀବ ଗାନ୍ଧୀଙ୍କ ନାଁକୁ ହଟାଇ, ‘ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ ପୁରସ୍କାର‘ ନାଁରେ ନାମିତ କରାଯାଇଥିଲା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଦିୱାଲୀରେ ୧ କିଲୋଗ୍ରାମ ମିଠାର ଦାମ ୫୦,୦୦୦ ଟଙ୍କା

Wed Nov 3 , 2021
ହାଇଲାଇଟ୍ସ |ଏହି ମିଠା କିଲୋଗ୍ରାମରେ ୫୦ ହଜାର ଟଙ୍କାରେ ବିକ୍ରି ହେଉଛି | କ୍ୱିନୱରଏକ୍ସୋଟିକା ହେଉଛି ୨୪ କରାଟ ସୁନା ଧାତୁଯୁକ୍ତ ମିଠା |କ୍ୱିନୱର ଚିଲଗୋଜେ, କାଶ୍ମୀରୀ କେସର, ମେକଡାମିଆ ବାଦାମ, ବ୍ଲୁ ବେରୀର ବ୍ୟବହାର କରାଯାଇଛି । ବାସ୍ତବବ୍ୟୁରୋ:ଏଥର ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୋ, ଦିୱାଲୀରେ ଏକ ବିଶେଷ ପ୍ରକାରର ମିଠା ପାଇଁ ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଛି । ଏହି ମିଠା ବିଷୟରେ ଆଲୋଚନା କରିବାର ଅନେକ କାରଣ ଅଛି, […]

You May Like

Pin It on Pinterest