
ପୀରହାଟ ଥାନା ପକ୍ଷରୁ ଗଦିରେ ଜାଲ ନୋଟ ଜବଦ ସହ ଅଭିଯୁକ୍ତ ଗିରଫ,ଗିରଫ ଅଭିଯୁକ୍ତ ହେଲେ ବଂଶଡା ଥାନା ଅଧିନ ହଟପୁର ଗାଁର ନିହାରରଞ୍ଜନ ଜେନା
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୦୩/୧୧-ତିହିଡି ଓ ଚାନ୍ଦବାଲିରେ ଦିନକୁ ଦିନ ସକ୍ରିୟ ହେବାର ଲାଗିଛି ଜାଲ ନୋଟ କରବାର l ଆଜି ପିରାହାଟ ଥାନା ଅଧିନ ଗଦି ବଜ଼ାରରେ ବଂଶଡା ଥାନା ଅଧିନ ନୂଆଗାଁ ପଞ୍ଚାୟତ ହଟପୁର ଗ୍ରାମରେ ନିହାରଞ୍ଜନ ଜେନା ଏହି ଜାଲ ନୋଟ କାରବାର କରୁଥିବା ରଙ୍ଗେ ହାତେ ଧରାପଡିଛି ।
ଯୁବକ ଜଣକ ଗଦି ବଜାରରେ ଥିଵା ତ୍ରିପାଠୀ ହାଡ଼ଓୟାର ଦୋକାନ ରୁ କିଛି ଇଲେକ୍ଟ୍ରି ସାମଗ୍ରୀ କିଣି ଟଙ୍କା ଦେବା ସମୟରେ ଦୋକାନୀ ନକଲୀ ନୋଟ ବୋଲି ଜାଣିବାକୁ ପାଇଥିଲେ ଏବଂ ଆସାମିକୁ ଅଟକ ରଖି ପିରାହାଟ ପୋଲିସ କୁ ଖବର ଦେଇଥିଲେ।ଘଟଣାର ସ୍ଥଳରେ ପିରାହାଟ ପୋଲିସ ପହଞ୍ଚି ଅଭିଯୁକ୍ତଙ୍କୁ ଥାନାକୁ ଆଣିବା ସହିତ ତା ପାଖରୁ ୬ ଟି ୧୦୦ ଟଙ୍କିଆ ନୋଟ ଏବଂ ୨ ଟି ୨୦୦ ଟଙ୍କିଆ ନକଲି ନୋଟ ଜବତ କରି ପୀରହାଟ ଥାନାରେ -୧୪୯/୨୧ ଦଫାରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l