ଚାନ୍ଦବାଲି ନିକଟସ୍ଥ ବୈତରଣୀନଦୀର ମୁଆଁଘାଟରେ କୁମ୍ଭୀର ଆତଙ୍କ…

  • ଚାନ୍ଦବାଲି ନିକଟସ୍ଥ ବୈତରଣୀନଦୀର ମୁଆଁଘାଟରେ କୁମ୍ଭୀର ଆତଙ୍କ।
  • ଡଙ୍ଗା ଥିବାରୁ ଅଳ୍ପକେ ବର୍ତ୍ତିଲେ ୪ମତ୍ସ୍ଯଜିବୀ ।


ଦେବକାନ୍ତ ମହାନ୍ତି (ଚାନ୍ଦବାଲି):୫\୧୧-ଗତକାଲି ଅମାବାସ୍ଯା ତିଥି ଥିବାରୁ ସମୁଦ୍ର ଜୁଆରରେ ଫୁଲି ଉଠିଥିଲା ଚାନ୍ଦବାଲି ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ବୈତରଣୀନଦୀ, ଏପରିକି ଦୈନନ୍ଦିନ ପରି ମୁଆଁଗାଁର ମତ୍ସ୍ଯଜିବୀମାନେ ରାତିପ୍ରାୟ ୯ଟା ସମୟରେ ଏକ ଡଙ୍ଗା ନେଇ ନଦୀକୁ ଯାଇଥିଲେ ମାଛ ମାରିବା ପାଇଁ। ହେଲେ ଆଜି ସକାଳୁ ନଦୀରେ ମତ୍ସ୍ଯଜିବୀମାନେ ଜାଲ ମାରୁଥିବା ବେଳେ ହଠାତ ଦେଖିବାକୁ ପାଇଥିଲେ ୧୫\୧୬ଫୁଟର କୁମ୍ଭୀର।

କୁମ୍ଭୀର ଏପରି ହିଂସ୍ର ଥିଲା ସେମାନଙ୍କ ପାଟି ଶୁଣି କୁମ୍ଭୀର ବାରମ୍ବାର ଝାମ୍ଫ ମାରିଥିଲା। କୁମ୍ଭୀରକୁ ଘୋଉଡାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ଯ କୁମ୍ଭୀର ସେ ସ୍ଥାନ ଛାଡି ଯାଇନଥିଲା। ଫଳରେ ମତ୍ସ୍ଯଜିବୀମାନେ ଜୀବନ ବଞ୍ଚାଇବାକୁ ଯାଇ ନଦୀରେ ଜାଲ ଛାଡି ଡଙ୍ଗା ନେଇ ପଳାଇ ଆସିଥିବା କହିଛନ୍ତି। ଗତକିଛିଦିନ ହେଲା ଚାନ୍ଦବାଲି ଠାରୁ ଧାମନଗର ଗାନ୍ଧିଘାଟ ଦୀର୍ଘ ୨୦\୨୫କିମି ନଦୀରେ ସନ୍ତରଣ କରିବା ସହ ହିଂସ୍ର ହୋଇ ଖାଦ୍ଯ ଅନେଶୋଣରେ କେତେବେଳେ ଗୃହପାଳିତ ପଶୁ ତ ଆଉ କେତେବେଳେ ମଣିଷଙ୍କୁ ଝାମ୍ଫି ନେଉଛି କୁମ୍ଭୀର। କେବଳ ସଚେତନତା ଫଳକ ମାରି ଚୁପ ବସିଛି ବନଖଣ୍ଡ ବିଭାଗ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଖଣ୍ଡଳମଣିଙ୍କ ମନ୍ଦିରଚୂଡାକୁ ଉଠିଲା ମହାଦୀପ...

Fri Nov 5 , 2021
ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୫\୧୧-ପବିତ୍ର ଦିପାବଳୀ ଉତ୍ସବ ଅବସରରେ ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାକୁ ନିର୍ଦ୍ଧାରିତ ସମୟ ତଥା ରାତ୍ର ୯ ଟାରେ ଉଠିଲା ମହାଦୀପ।ଏଥିପାଇଁ ଦିନତମାମ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା ସ୍ବତନ୍ତ୍ର ନୀତିକାନ୍ତି , ଭୋର ୪ଟାରେ ମନ୍ଦିରର ଦ୍ବାରଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ମହାସ୍ନାନ ସରିବା ପରେ ନୂତନବସ୍ତ୍ର, ଚନ୍ଦନ, ବେଲ୍ବପତ୍ର ଲାଗି କରାଯାଇ ଦିଗମ୍ବରବେଶରେ ସଜ୍ଜିତ କରାଯାଇଥିଲା ମଣିବାବାଙ୍କୁ। ପରେ ପହଡଖିଆ […]

You May Like

Pin It on Pinterest