
ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୫\୧୧-ପବିତ୍ର ଦିପାବଳୀ ଉତ୍ସବ ଅବସରରେ ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାକୁ ନିର୍ଦ୍ଧାରିତ ସମୟ ତଥା ରାତ୍ର ୯ ଟାରେ ଉଠିଲା ମହାଦୀପ।ଏଥିପାଇଁ ଦିନତମାମ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା ସ୍ବତନ୍ତ୍ର ନୀତିକାନ୍ତି , ଭୋର ୪ଟାରେ ମନ୍ଦିରର ଦ୍ବାରଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ମହାସ୍ନାନ ସରିବା ପରେ ନୂତନବସ୍ତ୍ର, ଚନ୍ଦନ, ବେଲ୍ବପତ୍ର ଲାଗି କରାଯାଇ ଦିଗମ୍ବରବେଶରେ ସଜ୍ଜିତ କରାଯାଇଥିଲା ମଣିବାବାଙ୍କୁ। ପରେ ପହଡଖିଆ ଅନ୍ନନୀତି, ଯୋଗୀବେଶ, ବଡ ଅନ୍ନନୀତିଭୋଗ ଲାଗି ହେବା ପରେ ୧ଘଣ୍ଟା ଅବକାଶ(ଶୟନ) ନୀତି କରାଯିବ।
ପରେ ଦୀପାବଳୀ ନୀତି ନିମନ୍ତେ ମନ୍ଦିର ଗର୍ଭଗୃହକୁ ସଫେଇ କରାଯାଇ ଅପରାହ୍ଣ ୪ଟାରେ ମଣିବାବାଙ୍କୁ ବଡସିଂହାର ବେଶରେ ସଜ୍ଛିତ କରାଯାଇଥିଲା ସଂଧ୍ଯାରେ ଦୀପଦାନ ଓ ଷୋଡଶ ଉପଚାରପୂଜା ,ବଡଆଳତୀ ନୀତି ସରିବା ପରେ ରାତ୍ର ୮ଟାରେ ପାଳିଆ ସେବାୟତଙ୍କ ଦ୍ବାରା ମହାଦୀପ ପ୍ରସ୍ତୁତ କରାଯାଇ, ଗୁପ୍ତଷୋଡଶ ଉପଚାର ପୂଜାରେ ମହାଦୀପ ମାର୍ଜନା ଓ ଅଗ୍ନି ସଂଯୋଗ କରାଯିବା ପରେ ସଂକିର୍ତନ ସହ ମନ୍ଦିର ବେଢା ପରିକ୍ରମା କରାଯିବା ପରେ ରାତ୍ର ୯ଟାରେ ମହାଦୀପ ମନ୍ଦିରଚୂଡାକୁ ଉଠିଥିଲା ମହାଦୀପ। ନିର୍ଦ୍ଧାରଣ କରାଯାଇଛି। ସମସ୍ତ ନୀତିକାନ୍ତି କୋଭିଡ କଟକଣା ମଧ୍ଯରେ ସମ୍ପନ୍ନ ହୋଇଥିଲା