ତେଲ ଦରକୁ ନେଇ ରାଜନୀତି ସରଗରମ ରାଜ୍ୟ ସରକାର ଆଉ ୧୪ ଟଙ୍କା ଭାଟ କମାଅନ୍ତୁ-ବିଜେପି

ବାସ୍ତବବ୍ୟୁରୋ(ଭୁବନେଶ୍ବର):ଆଗକୁ ପଂଚାୟତ ନିର୍ବାଚନ,ରାଜନୈତିକ ଦଳମାନଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଵାଲା କଷାକଷି ।ଆଉ ଏହି ସମୟରେ ତେଲ ଦରକୁ ନେଇ ରାଜନୀତି ସରଗରମ । ତୈଳ ଦର ଉପରେ ଉତ୍ପାଦନ ଶୁଳ୍କ କମାଇ ଦୀପାବଳି ଭେଟି ଦେଇଥିବା ମୋଦୀ ସରକାରଙ୍କୁ ରାଜ୍ୟ ବିଜେପି ଧନ୍ୟବାଦ ଦେବା ସହ, ରାଜ୍ୟ ସରକାର ଆଉ ୧୪ ଟଙ୍କା ଭାଟ କମାଇବାକୁ ଦାବି କରିଛି।

ବିଜେପି କହିଛି, ପେଟ୍ରୋଲ ଓ ଡିଜେଲ ପାଇଁ ଭାରତ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ଥିବାରୁ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ କମାଇଲେ ଏବଂ ଭାଟ କମାଇବାକୁ ରାଜ୍ୟମାନଙ୍କୁ ଅନୁରୋଧ କଲେ। ତେବେ ରାଜ୍ୟ ସରକାର ୩ ଟଙ୍କା କେଉଁ ଦିଗକୁ ଦୃଷ୍ଟିରେ ରଖି କମାଇ ଦେଇ ବାହା ବାହା ନେବାକୁ ଚେଷ୍ଟା କରୁଛନ୍ତି ।ଏହା ସହ ରୋଷେଇ ଗ୍ୟାସ ପ୍ରସଙ୍ଗରେ ବିଜେଡିର ଆନ୍ଦୋଳନ ଚେତାବନୀକୁ ଟାର୍ଗେଟ କରିଛି ବିଜେପି। ବିଜେଡି ନେତା ବିଜେପି ସହ ତର୍କ କରିବାକୁ ଆହ୍ୱାନ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଇଂରାଜୀରେ MA ହେଲେ ଚାକିରି ନାହିଁ, ଖୋଲିଲେ ଚା'ଦୋକାନ, MA ଇଂରାଜୀ ଚା'ବାଲିର କାହାଣୀ ….

Sun Nov 7 , 2021
ବାସ୍ତବବ୍ୟୁରୋ(କୋଲକତା):କୋଲକାତାର ଟୁକଟୁକି ଦାସଙ୍କ ପିତାମାତା ତାଙ୍କୁ ସବୁବେଳେ କହିଥିଲେ ଯେ ଯଦି ସେ ଯଥେଷ୍ଟ ପରିଶ୍ରମ କରନ୍ତି ତେବେ ସେ ଆକାଶକୁ ଛୁଇଁ କରିପାରିବେ। ସେ ଚାହୁଁଥିଲେ ତାଙ୍କ ଝିଅ ଶିକ୍ଷକ ହେଉ । ତାଙ୍କ ଝିଅ କଠିନ ଅଧ୍ୟୟନ କରିଥିଲେ ଏବଂ ପରୀକ୍ଷାରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ ଏବଂ ଇଂରାଜୀରେ ଏମଏ । କିନ୍ତୁ ଏମଏ ଡିଗ୍ରୀ ହାସଲ କରିବା ସତ୍ୱେ ଟୁକଟୁକି ଚାକିରି ପାଇପାରିଲେ ନାହିଁ। […]

You May Like

Breaking News

Pin It on Pinterest