ଆଜିର ରାଶିଫଳ

ମେଷ: ଦେହ ଭଲ ରହିଲେ ମଧ୍ୟ ମନଟା ଏଣୁତେଣୁ ଗୁଡ଼ାଏ ଚିନ୍ତାକରି ଭଲ ରହି ନ ପାରେ। ବାଣିଜ୍ୟ, ଶିଳ୍ପ, ବ୍ୟବସାୟ, ପରିବହନ, ପ୍ରଶାସନ, ସଭାସମିତି, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶାଜନକ ଫଳ ଲାଭକରିବେ ।

ବୃଷ: ଆନୁଷଙ୍ଗିକ ସୁବିଧା ସୁଯୋଗ ଲାଭକରି ଆଜିର କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହୋଇଯିବ। ସନ୍ତାନ ହେତୁକ ମାନସିକ ଆଘାତ ପାଇପାରନ୍ତି। ବନ୍ଧୁସମ୍ପର୍କ ସ୍ଥାପନ କରିବା କ୍ଷେତ୍ରରେ ଆଲୋଚନା ଅସମାପ୍ତ ରହିପାରେ। ଆଜିର ପ୍ରତ୍ୟୁଷ ଯାତ୍ରାରୁ ଖୁସିରହିବେ। ଜଣେ ବନ୍ଧୁଙ୍କ କ୍ରୂର ବ୍ୟବହାରକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ।

ମିଥୁନ: ଦୃଢ଼ ମନୋବଳ ଓ କାର୍ଯ୍ୟଦକ୍ଷତା ସଫଳତାର ଚାବିକାଠି ସଦୃଶ ପ୍ରତୀୟମାନ ହେବ। ଗତକାଲିର ସମସ୍ୟାର ସମାଧାନ ହୋଇପାରିଥିବା କାରଣରୁ ଏକ ପ୍ରକାର ମାନସିକ ଶାନ୍ତି ଅନୁଭବ କରିବେ। ଆଜିର ସଭାସମିତିରେ କିମ୍ବା ଆନୁଷ୍ଠାନିକ କାମରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଋଣ ପରିଶୋଧ କରିବା ସକାଶେ ଚାପର ସମ୍ମୁଖୀନ ହୋଇପାରନ୍ତି।

କର୍କଟ:ଆଜି ବନ୍ଧୁ ପରିଜନଙ୍କ ସମର୍ଥନ ଆପଣଙ୍କ କାମ ପାଇଁ ଖୋରାକ ଯୋଗାଇବ। ପାରିବାରିକ ଓ କର୍ମକ୍ଷେତ୍ରରେ ସହଯୋଗ ପାଇବାରେ ଅସୁବିଧା ରହିବ ନାହିଁ। ବନ୍ଧୁଙ୍କ ସହ ଆଲୋଚନା କାଳରେ ପାରସ୍ପରିକ ଦୋଷଦର୍ଶିତା ହେତୁ ମନାନ୍ତର ସୃଷ୍ଟି ହୋଇପାରେ। ଅର୍ଥ ସମ୍ବନ୍ଧୀୟ, ସରକାରୀ କାଗଜପତ୍ର ଏବଂ ଆନୁଷ୍ଠାନିକ କାମରେ ସମସ୍ୟା ସମାଧାନ କରିପାରିବେ।

ସି˚ହ: ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ର ବୁଝାମଣା ଭିତ୍ତିରେ ଶୃଙ୍ଖଳିତ ରହିବାରୁ ମନ ପ୍ରଫୁଲ୍ଲ ରହିବ। କିନ୍ତୁ କର୍ମଜଞ୍ଜାଳ କ୍ରମଶଃ ବୃଦ୍ଧି ପାଉଥିବାରୁ ଅବସର ପାଇପାରିବେ ନାହିଁ। ପରିସ୍ଥିତି ସହ ତାଳମିଳାଇ ସହକର୍ମୀଙ୍କ ମନ ନେଇ କାମକରି ପ୍ରଶଂସିତ ହେବେ। ଅଭାବ ରହିବ ନାହିଁ , କିନ୍ତୁ ସମସ୍ୟା ଛାଡ଼ିବ ନାହିଁ।

କନ୍ୟା: ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣକରି କର୍ମପନ୍ଥା ଅବଲମ୍ବନ କରିବାକୁ ଶ୍ରେୟ ମନେକରିବେ। କୌଣସି ଯାନ୍ତ୍ରିକ ଜିନିଷ କିଣିବାକୁ ମନ ବଳାଇପାରନ୍ତି। ଚିନ୍ତା କରିଥିବା କାମଗୁଡ଼ିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ନ ହୋଇପାରେ। ପିଲାମାନଙ୍କ ସ୍ବାସ୍ଥ୍ୟ ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ।

ତୁଳା: କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ଉପରେ ନିର୍ଭର କରି କୌଣସି କାମ ହୋଇପାରିବ ନାହିଁ। ନୂତନ ଭାବେ କରୁଥିବା ଦୀର୍ଘମିଆଦୀ ଯୋଜନା ପାଇଁ ପୁଞ୍ଜି ଲଗାଣ ସକାଶେ ଅର୍ଥ ଆବଶ୍ୟକ ହୋଇପାରେ। ସନ୍ତାନଙ୍କ ସ୍ବାସ୍ଥ୍ୟହାନି ଯୋଗୁ ବିଚଳିତ ହେବେ। ବ୍ୟବସାୟ, ପରିବହନ, ନୂତନ କର୍ମାରମ୍ଭ, ଅର୍ଥ ସମ୍ପର୍କ କ୍ଷେତ୍ରରେ ସୁଫଳ ପାଇବେ।

ବିଛା: ଗତକାଲିଠାରୁ ଆପଣ ମନେ ମନେ ଯାହା ଚିନ୍ତା କରିଛନ୍ତି ତାହାକୁ ପୂର୍ଣ୍ଣାଙ୍ଗ କରିବାରେ ସଫଳ ହେବେ। ବିବାଦୀୟ ଘଟଣାର କାରଣ ନ ବୁଝି ନିଜ ପରିବାରର ଲୋକମାନେ କ୍ରୋଧ ପ୍ରକାଶ କରିପାରନ୍ତି। ବ୍ୟବସାୟିକ ସ୍ଥିତି, ପରିବହନ, ଶେୟାରବଜାର, ନିର୍ମାଣ, ଜମିଜମା ପ୍ରଭୃତିରୁ ସୁଫଳ ପାଇବେ। ସ୍ବାସ୍ଥ୍ୟ ସମସ୍ୟାକୁ ଅବହେଳାକରି ଅନୁତାପ କରିପାରନ୍ତି।

ଧନୁ: ଆବଶ୍ୟକତା ବଢ଼ିବଢ଼ି ଯାଉଥିବାରୁ ମାନସିକ ଅସ୍ଥିରତା ସୃଷ୍ଟିହୋଇପାରେ। ଆଲୋଚନା ପରିସରରେ ବନ୍ଧୁଙ୍କ ସହ ମତାନ୍ତରର ଆଶଙ୍କା ରହିଛି। ହୋଟେଲ, ପ୍ରକାଶନ, ପ୍ରଶାସନ, ଆଇନ ଅଦାଲତ କ୍ଷେତ୍ରରୁ ଆଶାନୁରୂପ ଫଳ ପାଇପାରିବେ। ପାରିବାରିକ କ୍ଷେତ୍ରରୁ, ଆତ୍ମୀୟମାନଙ୍କ ସହୃଦୟତାରୁ ସଫଳତା ମିଳିପାରିବ।

ମକର: ସ୍ଥାନ ଓ କାମର ପରିବର୍ତ୍ତନଜନିତ କିଛିଟା ମାନସିକ ଦ୍ୱନ୍ଦ୍ୱର ସମ୍ମୁଖୀନ ହେବେ। ଅଭାବ ସୁଧାରିବା ନେଇ ସମ୍ପର୍କୀୟ ଜଣେ ବନ୍ଧୁଙ୍କ ନିକଟରୁ ସାହାଯ୍ୟର ପ୍ରତିଶ୍ରୁତି ପାଇବେ। ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇପାରେ। ବିବାଦୀୟ ଘଟଣାର ସମୀକ୍ଷା କରିବା ଦିଗରେ ମାନସିକ ଅସ୍ଥିରତା ସୃଷ୍ଟିର ସୂଚନା ରହିଛି।

କୁମ୍ଭ: କୌଣସି କାମ ଅଟକିବ ନାହିଁ କିମ୍ବା ପୂର୍ଣ୍ଣତଃ ସନ୍ତୋଷଜନକ ନ ହୋଇପାରେ। ଅସମ୍ପୂର୍ଣ୍ଣ କାର୍ଯ୍ୟ, ବନ୍ଧୁମାନଙ୍କ ଈର୍ଷାପରାୟଣତା, ପାରିବାରିକ କିଛିଟା ସମସ୍ୟା ହେତୁ ଶାନ୍ତି ବ୍ୟାହତ ହୋଇପାରେ। ଯଦିଓ ଅଭାବ ରହିବ ନାହିଁ ; କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ । ଅପରାହ୍ନରେ ଜଣେ ହିତୈଷୀଙ୍କ ସଙ୍ଗ ଲାଭରୁ ଖୁସି ରହିବେ।

ମୀନ: ଆତ୍ମୀୟମାନଙ୍କ ସହ କଳହ ଆଶଙ୍କା ରହିଛି ପ୍ରତିକୂଳ ପରିସ୍ଥିତି ହେତୁ ମନ ଚାହୁଁଥିବା ପ୍ରକାରେ କାମ କରିପାରିବେ ନାହିଁ। ସହକର୍ମୀ ନିକଟରୁ ବକେୟା ଅର୍ଥ ଆଦାୟ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ପଡ଼ିପାରେ। । କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ରରେ ସମସ୍ୟା ଲାଗିରହିବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନୟାଗଡର ମୁଦୁଲିଗାଡିଆ-ରାଜ୍ୟର ପ୍ରଥମ ଇକୋ ଭିଲେଜ

Sun Nov 10 , 2019
ବାସ୍ତବ ବ୍ୟୁରୋ: ନୟାଗଡ ଜିଲ୍ଲାର ମୁଦୁଲିଗାଡିଆ ଗାଁକୁ ମିଳିଛି ରାଜ୍ୟର ପ୍ରଥମ ଇକୋ ଭିଲେଜର ମାନ୍ୟତା । ଯାହାକୁ ନେଇ ବାଇଶିପଲ୍ଲୀ ଅଭୟାରଣ୍ୟର ଏହି ଆଦିବାସୀ ଅଧ୍ୟୁଷିତ ଗାଁ ଏବେ ପର୍ଯ୍ୟଟକଙ୍କ ପାଇଁ ଭ୍ରମଣ ସ୍ଥାନ ପାଲଟି ଯାଇଛି। ଗାଁରେ ପରିସ୍କାର ପରିଛନ୍ନ ଗାଁ ଦାଣ୍ଡ । ସଫା ସୁତୁରା ଘର ଚାରିପଟ । ଗାଁର ଘର ଗୁଡିକ ଗୋଟିଏ ରଂଗରେ ସଜେଇ ହୋଇଛି । ଘରର କାନ୍ଥ ଠାରୁ […]

You May Like

Pin It on Pinterest