ଚାନ୍ଦବାଲି ଏନଏସି ରେ ୧୫ ଟି ୱାର୍ଡ଼ରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି,ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ପ୍ରଶାସନର ଅଣଦେଖା…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୭/୧୧-ରାଜ୍ୟର ମୁଖୁଆଙ୍କ ନିର୍ଦ୍ଦେଶ ରାଜ୍ୟରେ କେହି ରହିବେନି କଚା ଘରେ , ତାହାର ବାସ୍ତବତାକୁ ଫୁ କରି ଉଡ଼େଇ ଦେଇଛନ୍ତି ଚାନ୍ଦବାଲି ଏନ ଏ ସି ଅଧିକାରୀ ଯୋଗ୍ୟ ହେଉ କିମ୍ବା ଅଯୋଗ୍ୟ ହେଉ ଯିଏ ଶାଷକ ଦଳର କର୍ମୀ ସେମାନଙ୍କୁମିଳୁଛି ଆବାସ ଯୋଜନାରେ ଘର । ଏନ ଏ ସି କିଛି ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ଦଳୟ କୋଟାରେ ଘର ପ୍ରଦାନ ।

ପରେ ଏହାକୁ ବିରୋଧ କରି ବିଜେପି ଦଳ ଉଚ୍ଚ ନ୍ୟାୟଳୟରେ ଆବେଦେନ କରିଥିଲେ, ଏଥିନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟ ପକ୍ଷରୁ ବାସ୍ତବ ତଦନ୍ତ କରି ଯୋଗ୍ୟ ହିତାଧିକାରୀ ମାନଙ୍କୁ ୭ ଦିନ ମଧ୍ୟରେ ଘର ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ , ଜିଲ୍ଲାପାଳ ଏହି କାର୍ଯ୍ୟକରିବାକୁ ଏନ ଏ ସି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ୭ ସପ୍ତାହ ପରେ ଏହାର ତଦନ୍ତ ହୋଇ ପାରିଲା ନାହିଁ ।

ଏଥିସହ ଶାସକ ଦଳ ପକ୍ଷରୁ ମାନ୍ଯବର କୋର୍ଟକୁ ଢାଲ କରି ବିଜେପି କାର୍ଯ୍ୟରେ ପ୍ରତିବନ୍ଦକ ପାଇଁ ଲେକେ ଘର କରିବାର ୬ ମାସ ପରେ ମଧ୍ୟ ଟଙ୍କା ପାଇପାରୁ ନାହଁନ୍ତି ବୋଲି ଯେଉଁ ଅପପ୍ରଚାର କରୁଛନ୍ତି ତାହାକୁ ବିଜେପି ଦଳ ନିନ୍ଦା କରିବା ସହ ଏହି ଘଟଣାରେ ଶାଷକ ଦଳ ତଦନ୍ତରେ ହସ୍ତକ୍ଷେପ କରି କାର୍ଯ୍ୟାଦେଶକୁ ବାଟବଣା କରୁଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପୂର୍ବତନ ରାଜସ୍ବ ମନ୍ତ୍ରୀ ମନମୋହନ ସମାଲ ପ୍ରକାଶ କରିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଲୋକପ୍ରିୟ ବ୍ୟଙ୍ଗ ଚିତ୍ରକର(କାର୍ଟୁନିଷ୍ଟ) କିଶୋର ରଥଙ୍କ ଆଉ ନାହାନ୍ତି...

Mon Nov 8 , 2021
ବାସ୍ତବବ୍ୟୁରୋ(ଭୁବନେଶ୍ୱର): ୦୮।୧୧ – ଲୋକପ୍ରିୟ ବ୍ୟଙ୍ଗ ଚିତ୍ରକର(କାର୍ଟୁନିଷ୍ଟ) କିଶୋର ରଥଙ୍କ ଆଉ ନାହାନ୍ତି।ଦେଖିବାକୁ ମିଳିବନି ସମ୍ବାଦ ଖବର କାଗଜରେ “କିଶୋର କଟାକ୍ଷ” ।ତାଙ୍କର ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,ସେ ଦୁଇ ଦିନ ହେଲା ଅସୁସ୍ଥ ଥିଲେ। ଆଜି(ସୋମବାର) ଭୋର ସମୟରେ ତାଙ୍କର ଶ୍ବାସପ୍ରଶ୍ବାସ ନେବାରେ ସମସ୍ୟା ଦେଖାଦେଇଥିଲା। ସଂଗେ ସଂଗେ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଶ୍ରୀ ରଥଙ୍କର ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ […]

You May Like

Pin It on Pinterest