ବାସ୍ତବ ବ୍ୟୁରୋ: ନୟାଗଡ ଜିଲ୍ଲାର ମୁଦୁଲିଗାଡିଆ ଗାଁକୁ ମିଳିଛି ରାଜ୍ୟର ପ୍ରଥମ ଇକୋ ଭିଲେଜର ମାନ୍ୟତା । ଯାହାକୁ ନେଇ ବାଇଶିପଲ୍ଲୀ ଅଭୟାରଣ୍ୟର ଏହି ଆଦିବାସୀ ଅଧ୍ୟୁଷିତ ଗାଁ ଏବେ ପର୍ଯ୍ୟଟକଙ୍କ ପାଇଁ ଭ୍ରମଣ ସ୍ଥାନ ପାଲଟି ଯାଇଛି। ଗାଁରେ ପରିସ୍କାର ପରିଛନ୍ନ ଗାଁ ଦାଣ୍ଡ । ସଫା ସୁତୁରା ଘର ଚାରିପଟ ।
ଗାଁର ଘର ଗୁଡିକ ଗୋଟିଏ ରଂଗରେ ସଜେଇ ହୋଇଛି । ଘରର କାନ୍ଥ ଠାରୁ ଆରମ୍ଭ କରି ଛାତ ସବୁଠି ଲାଗିଛି ଗୋଟିଏ ରଂଗ । ଆଉ ଘର କାନ୍ଥରେ ପ୍ରଦର୍ଶିତ ହୋଇଛି ଆମ ସଂସ୍କୃତିର ପ୍ରତୀକ ଝୋଟି ଚିତା । ଗାଁରେ ପ୍ଲାଷ୍ଟିକକୁ ବାରଣ କରାଯାଇଛି । ବାହାରେ ମଇଳା ପକାଇବା ପୁରା ମନା । ଡଷ୍ଟବିନରେ ପକାଯାଉଛି । ଖୋଲାରେ ଶୌଚ ନ ହେବା ପାଇଁ ପ୍ରତି ଘରକୁ ଯୋଗାଇ ଦିଆଯାଇଛି ପାଇଖାନା । କାଠ ଚୁଲି ଛାଡିବା ପାଇଁ ପ୍ରତ୍ୟକ ଘରକୁ ଦିଆଯାଇଛି ଗ୍ୟାସ ଚୁଲି ।
ଏପରି ବ୍ୟବସ୍ଥା ଓ ପରିବେଶ ଗାଁକୁ ଆଣିଦେଇଛି ରାଜ୍ୟର ପ୍ରଥମ ଇକୋ ଭିଲେଜର ମାନ୍ୟତା ।
