ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ନଭେମ୍ବର ୧୫ରୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ…

ଭୁବନେଶ୍ୱର(ବାସ୍ତବବ୍ୟୁରୋ):ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନାନୁଯାଇ, ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଇଁ ସ୍କୁଲ୍। ଆସନ୍ତା ନଭେମ୍ବର ୧୫ ତାରିଖରୁ ପୁଣି ସ୍କୁଲ ଯିବେ ଛାତ୍ର ଛାତ୍ରୀ । କୋଭିଡ୍ ଗାଇଡଲାଇନ ଆଧାରରେ ପାଠପଢ଼ା ହେବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି। ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ସ୍କୁଲ ଖୋଲାଯାଇପାରେ ବୋଲି ଯେଉଁ ସୂଚନା ମିଳିଥିଲା, ତାହା ଆଜି ଶେଷରେ ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ପାଖାପାଖି ଦୁଇ ବର୍ଷ ହେଲା କୋଭିଡ୍‌ ମହାମାରୀ ପାଇଁ ସ୍କୁଲ ବନ୍ଦ ରହିଥିଲା।ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିବା ପରେ ରାଜ୍ୟରେ ନବମ,ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲା ହୋଇଥିଲା। ଦଶହରା ପରେ ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲା ଯାଇଥିଲା । ଯାହା ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରାଯାଇଥିଲା ।ମନ୍ତ୍ରୀ ଶ୍ରୀ ଦାସ ଏକଥା ମଧ୍ୟ କହିଛନ୍ତିକି, କୋଭିଡ୍ ଗାଇଡ୍ ଲାଇନ୍ ଆଧାରରେ ପାଠପଢ଼ା ହେବ। ଏଥିପାଇଁ ଖୁବଶୀଘ୍ର ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଇଁ ଗାଇଡଲାଇନ୍ ଆସିବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆସନ୍ତା ୨୯ ନଭେମ୍ବର ମାସା ଆର୍ମୀ ପକ୍ଷରୁ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା...

Wed Nov 10 , 2021
ବାସ୍ତବବ୍ୟୁରୋ(ମୟୁରଭଞ୍ଜ)ସାନ୍ତାଳୀ ଭାଷା କୁ ଓଡିଶା ର ଦ୍ବିତୀୟ ରାଜ ଭାଷା ସହିତ ଭାଷା ଭୀତିକ ସଂଖ୍ୟାଲଘୁ ମାନ୍ୟତା ଏବଂ ମୁଣ୍ଡାରୀ,ଭୂମିଜ ଓ ହୋ ଭାଷା କୁ ସମ୍ବିଧାନ ର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ଦାବିରେ ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ମାସା ଆର୍ମୀ ପକ୍ଷରୁ ଆସନ୍ତା ୨୯ ନଭେମ୍ବର ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଘୋଷଣା କରାଯାଇଛି l ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ କୁ ସଫଳ […]

You May Like

Pin It on Pinterest