
ବବିତା ସାମଲ(ଭଦ୍ରକ): ଭଦ୍ରକ ସହରରେ ମାତିଛନ୍ତି ମନ୍ଦିର ଲୁଟେରା| ପୁରୁଣା ବଜାର ଥାନା କାନ୍ଥକୁ ଳାଗି ଥିବା କଦମ୍ବେସ୍ୱର ମନ୍ଦିରରେ ହୋଇଛି ଚୋରି |ସୂଚନା ଅନୁଯାଇ ଗତକାଲି ପୁରୁଣା ବଜାର ଥାନା ପାଖରେ ଥିବା କଦମ୍ବେସ୍ୱର ମନ୍ଦିର ରେ ତାଲା ଭାଙ୍ଗି ମନ୍ଦିରରେ ଥିବା ଟଙ୍କା ଓ ସମସ୍ତ ପୂଜା ସାମଗ୍ରୀ ସହ ପିତ୍ତଳ ବାସନ ସବୁ ଚୋରି ହୋଇଯିବାର ଅଭିଯୋଗ ହୋଇଛି|ଥାନା ପାଖରେ ଏପରି ଘଟଣା କୁ ନେଇ ବହୁ ଦୁଃଖ ପ୍ରକାଶ କରିଛନ୍ତି ଜନସାଧାରଣ,ଏଠି ପ୍ରଶ୍ନ ଉଠୁଛି ଯଦି ଥାନା ପାଖରୁ ପୋଲିସ ଥାଉ ଥାଉ ମଦିରରୁ ଚୋରି ହୋଇପାରୁଛି ତାହା ହେଲେ ଅନ୍ୟ ଜାଗା ମାନ କେତେଯେ ସୁରକ୍ଷିତ ଏହାକୁ ନେଇ ପୋଲିସ ର କାର୍ଯ୍ୟ ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ ହୋଇପଡିଛି |