
ବଂଶଡା ଥାନା ଅଧିନ ପଞ୍ଚୁଟିକ୍ରୀରେ ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା,ତହସିଲଦାର ଫେରୀ ଯାଅ ନାରା ଦେଲେ ସ୍ଥାନୀୟ ବାସୀ, ସରକାରୀ ଜମି ସହିତ ସ୍ଥିତିବାନ ଜମିରେ ଥିବା ଦୋକାନ ଗୃହ ଭଙ୍ଗିଲା ପ୍ରଶାସନ l
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୧୧/୧୧-ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ଅଧିନ ବାଂଶଡା ଥାନା ପଞ୍ଚୁଟିକ୍ରୀ ମହାଦେବ ପଡ଼ିଆରେ ଥିବା ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା ଦେଖା ଦେଇଛି। ସେଠାରେ ଥିବା ସରକାରୀ ଜମି ସହିତ ସ୍ଥିତିବାନ ଜମିରେ ଥିବା ଦୋକାନ ଗୃହ ଭାଙ୍ଗି ଦେବାରୁ ସ୍ଥାନୀୟ ବାସୀଙ୍କ ମଧ୍ୟରେ ଉତେଜନା ପୂର୍ଣ୍ଣ ଦେଖାଦେଇଥିଲା । ସରକାରୀ ପ୍ଲଟ ସଂଲଗ୍ନ ସ୍ଥିତିବାନ ସ୍ଥାନରେ ଥିବା ଏକ ଆଜବେଷ୍ଟ ଘରେ ଚାଲୁଥିବା ଏକ ଦୋକାନ ଘର ଭଙ୍ଗାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଛି।
ବେଆଇନ ଭାବେ ତସହିଲଦାର ଘର ଭାଙ୍ଗିଥିବା ଅଭିଯୋଗ କରି ପୋଲିସ ଭ୍ୟାନକୁ ଅଟକ ରଖିଥିଲେ ଲୋକେ। ସୂଚନା ମୁତାବକ ୭୩୯ ନମ୍ବର ପ୍ଲଟରେ ଜବର ଦଖଲ ଉଚ୍ଛେଦ କରିବା ଲାଗି ପ୍ରଶାସନ ପକ୍ଷରୁ ଡିମାର୍କେସନ ହୋଇଥିଲା। ପରେ ସରକାରୀ ଜମିରେ ଥିବା ଜବର ଦଖଲ ଉଚ୍ଛେଦ ପାଇଁ ଡେଙ୍ଗୁରା ଜରିଆରେ ଅବଗତ କରା ଯାଇଥିଲା। ମାତ୍ର ୭୩୯ପ୍ଲଟ ସହିତ ୭୪୧ ପ୍ଲଟରେ ଥିବା ଏକ ଆଜବେଷ୍ଟ ଦୋକାନ ଘର ଭାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ତହସିଲ ପ୍ରଶାସନ ବଳ ପୂର୍ବକ ପୋଲିସ ଲଗାଇ ଭାଙ୍ଗିଥିବା ଅଭିଯୋଗ କରିଛନ୍ତି ଘର ମାଲିକ।
ଘର ଭଙ୍ଗା ସମୟରେ ପୋଲିସ ଓ ତହସିଲଦାରଙ୍କ ସହ ଲୋକଙ୍କ ଭିତରେ ବଚସା ହୋଇଥିଲା। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ଯରେ ତିବ୍ର ଅସନ୍ତେଷ ଦେଖା ଦେବା ସହ କିଛି ସମୟ ପାଇଁ ଉତେଜନା ଦେଖା ଦେଇ ଥିଲା। ଉତ୍ତେଜିତ ହୋଇ ପୋଲିସ ଗାଡି ଅଟକାଇବା ସହ ପୋଲିସ ଭ୍ୟାନକୁ ଅଟକ ରଖି ତହସିଲଦାର ତୁମେ ଆମକୁ ଆମଜମି ଫେରସ୍ତ ଦିଅ ବୋଲି ନାରା ବାଜି ଦେବା ସହ ପ୍ରତିବାଦ କରିଥିଲେ ସ୍ଥାନୀୟ ବାସୀ l



