ବିକାଶର ସ୍ବପ୍ନ ଦେଖୁଛି ସିଲେଟ ପଞ୍ଚାୟତ-ନିଜ ଜିଲ୍ଲା ଅପେକ୍ଷା ପଡୋଶୀ ଜିଲ୍ଲା ଉପରେ ନିର୍ଭରଶୀଳ, ସରଳ ନିରୀହ ଆଦିବାସୀ ଜାତି ଓ ଜନଜାତି ପରିବାର…

ଦୀପକ ସାହୁ(କଳାହାଣ୍ଡି)ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ବଦଳିନି ଚିତ୍ର । ଆଜି ବି ଚିରଅବହେଳିତ ହୋଇ ପଡିରହିଛି ଅନେକ ଦୁର୍ଗମ ଅଞ୍ଚଳ । ଶିକ୍ଷା, ସ୍ବାସ୍ଥ୍ୟ,ଗମନାଗମନ ,ବିଜୁଳି ଓ ପାନୀୟଜଳ ଭଳି ସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ଏସବୁ ଅଞ୍ଚଳ । ଏମାନଙ୍କ ପାଇଁ ଅଭିଶପ୍ତ ପାଲଟିଛି ଏହି ଅଞ୍ଚଳର ଭୌଗଳିକ ସ୍ଥିତ । ଅସହାୟ ବୃଦ୍ଧ ବୃଦ୍ଧା, ବିଧବା ,ଦିବ୍ୟାଙ୍ଗ ତଥା ଗରିବ ଲୋକେ କାଟୁଛନ୍ତି ଦୁର୍ବିସହ ଜୀବନ । ସରକାରୀ ଯୋଜନା ଏହି ଅଞ୍ଚଳ ବାସୀଙ୍କ ପାଇଁ ଯୋଜନ ଯୋଜନ ଦୂରରେ ।ପ୍ରତ୍ୟେକ ଯୋଜନା ଏସବୁ ଅଞ୍ଚଳ ପାଇଁ ପାଲଟିଛି ସାତସପନ ।ଏମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ କିଏ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି ।


ଏ ହେଉଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ନବଗଠିତ ଦୁର୍ଗମ ଗ୍ରାମ ପଞ୍ଚାୟତ ସିଲେଟ । ପ୍ରାକୃତିକ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଏହି ଇଲାକାର ୧୩ ଗୋଟି ରାଜସ୍ବ ଗ୍ରାମରେ ରହନ୍ତି ପ୍ରାୟ ୬୦୦ ସରଳ ନିରୀହ ଆଦିବାସୀ ଜାତି ଓ ଜନଜାତି ପରିବାର । ଏଠିକାର ଅନୁମାନିକ ଜନସଂଖ୍ୟା ହେଉଛି ୨୫୦୦ ।ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରୁ ପ୍ରାୟ ୬୦ କି:ମି ଦୂର ଏହି ଦୁର୍ଗମ ସିଲେଟ୍ ପଞ୍ଚାୟତର କୌଣସି ଗାଁକୁ ନାହିଁ ରାସ୍ତା । ଘଞ୍ଚ ଜଙ୍ଗଲର ପାହାଡିଆ ସଂକୀର୍ଣ୍ଣ ରାସ୍ତାରେ ନଦୀ ନାଳ ପରିହୋଇ ଏସବୁ ଗାଁକୁ ଯିବାକୁ ପଡିଥାଏ । ତଥାପି ଆଜି ଆମ ପ୍ରତିନିଧି, ନଦୀ ନାଳ,ପାର ହୋଇ ପହଞ୍ଚି ଥିଲେ ସିଲେଟ ଗ୍ରାମପଞ୍ଚାୟତର ମୁସଷ୍ପାଞ୍ଜ ଗ୍ରାମରେ ।


ଏଠିକାର ପଞ୍ଚାୟତବାସୀ ନିଜ ବ୍ଲକ ନିଜ ଜିଲ୍ଲା ଅପେକ୍ଷା ପଡୋଶୀ ବ୍ଲକ ଓ ଜିଲ୍ଲା ଉପରେ ନିର୍ଭରଶୀଳ । ଏହି ଦୁର୍ଗମ ପଞ୍ଚାୟତକୁ ସ୍ବାସ୍ଥ୍ୟ ସେବା ଅପହଞ୍ଚ ।ଅମ୍ବୁଲାନ୍ସ୍ ସେବାତ ଏମାନଙ୍କ ପାଇଁ ସାତସପନ । ଗର୍ଭବତୀ ମହିଳା ଅବା ରୋଗୀ ଖଟିଆରେ ବୁହାହୋଇ ଏହି ବିପଦସଙ୍କୁଳ ଜଙ୍ଗଲୀ ପାହାଡିଆ ରାସ୍ତାରେ ଯିବାକୁ ପଡିଥାଏ ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ସଦର ମହକୁମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ । ଏପରି ପ୍ରତିକୁଳ ପରିସ୍ଥିତି ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ଏହି ଅଞ୍ଚଳ ବାସୀଙ୍କୁ । ଏଭଳି ବିପଦ ସମୟରେ ଭଗବାନଙ୍କୁ ଭରସା କରିବା ଛଡା କୌଣସି ଉପାୟ ଏମାନଙ୍କ ନଥାଏ ।


ଶିକ୍ଷାରୁ ବଞ୍ଚିତ ଏଠିକାର କୋମଳମତୀ ଶିଶୁ । ସରକାର କିଛି ଗାଁରେ ବିଦ୍ୟାଳୟ ଖୋଲିଛନ୍ତି ସତ କିନ୍ତୁ ଏଭଳି ଅଞ୍ଚଳରେ ସେବା ଦେବା ମଧ୍ୟ କଷ୍ଟକର ହୋଇଥାଏ । ଏଥିରୁ ଅନୁମାନ ଏୟା ଯେ ଏଭଳୀ ଦୁର୍ଗମ ଅଞ୍ଚଳରେ ଶିକ୍ଷା କେଉଁ ରୂପରେ ରହିଥିବ । ଏମିତି କିଛି ବିଦ୍ୟାଳୟ ରହିଛି ସେଠାରେ ଶିକ୍ଷକଙ୍କୁ ଦେଖିନଥିବା ମଧ୍ୟ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଆସିଛି । ଯାହା ଶିକ୍ଷା ବିଭାଗର ନଜରରେ କେବେ ଆସିନଥାଏ । ଫଳରେ ଶିକ୍ଷାରୁ ବଞ୍ଚିତ ହେବା ସହିତ ଅନ୍ଧାର ଆଡକୁ ଠେଲି ହେଇଯାଉଛି ଏହି କୋମଳମତୀ ଶିଶୁମାନଙ୍କ ଭାଗ୍ୟ ଓ ଭବିଷ୍ୟତ । ଏହି ଅଞ୍ଚଳରେ ବିଜୁଳି ଆଲୁଅ ମଧ୍ୟ ସାତସପନ ପାଲଟିଛି।
କୌଣସି ପ୍ରଶାସନିକ ଅଧିକାରୀ କି ଜନପ୍ରତିନିଧି ଏହି ଅଞ୍ଚଳକୁ ଅସୁନଥିବା ଅଭିଯୋଗ କରିଛନ୍ତି ମୁସଷ୍ପାଞ୍ଜ,ସିକେରକୁପା, କାନ୍ଦୁଲଗୁଡା,ରୂପେନ,ଝାଞ୍ଜି, ସେମିଖାଲ,ସରମାଣ୍ଡି ଏମିତି ୧୩ ଖଣ୍ଡ ଗ୍ରାମର ଲୋକେ ଏ ସରକାରଙ୍କ ମୁଖ୍ୟ ସ୍ରୋତରେ କେବେ ସାମିଲ ହେବେ ତାହା ଏବେ ଦେଖିବାକୁ ବାକି ରହିଲା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭଦ୍ରକ ଗ୍ରାମାଂଚଳ ପୋଲିସ୍ ର ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ବାପି ପାଣି ଆହତ,ପୁଣି ଥରେ ହିରୋ ସାଜିଲେ ଥାନାଧିକାରୀ ଆଲୋକ ଜେନା ଓ ତାଙ୍କ ଟିମ...

Sun Nov 14 , 2021
ବନିତା ସାମଲ(ଭଦ୍ରକ):ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ର ଅଦମ୍ୟ ସାହାସିକତା ଓ କାର୍ଯ୍ୟଦକ୍ଷତା ପାଇଁ କୁକ୍ଷାତ ଲୁଟେରା ବାପି ପାଣିକୁ ଏନକାଉଣ୍ଟର କରି ଗିରଫ କରିଛି ପୋଲିସ |ଡକାୟତି ଯୋଜନା ବେଳେ ଏନକାଉଣ୍ଟର କରାଯାଇଛି |ଗତ ଦୁଇ ଦିନ ତଳେ ଭଦ୍ରକ ଆରଡ଼ି ଛକରୁ ଗୁଳି ଫୁଟାଇ ଲୁଟ ଓ ପରେ ବୃଦ୍ଧଙ୍କ ଠାରୁ ଲୁଟ ସମସ୍ତ ଘଟଣାକୁ ନେଇ ଗ୍ରାମାଞ୍ଚଳ ପୋଲିସ ତରଫରୁ ଥାନାଧିକାରୀ ଆଲୋକ ଜେନାଙ୍କ ନେତୃତ୍ୱରେ ଏକ […]

You May Like

Pin It on Pinterest