ଭଦ୍ରକ ଗ୍ରାମାଂଚଳ ପୋଲିସ୍ ର ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ବାପି ପାଣି ଆହତ,ପୁଣି ଥରେ ହିରୋ ସାଜିଲେ ଥାନାଧିକାରୀ ଆଲୋକ ଜେନା ଓ ତାଙ୍କ ଟିମ…

ବନିତା ସାମଲ(ଭଦ୍ରକ):ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ର ଅଦମ୍ୟ ସାହାସିକତା ଓ କାର୍ଯ୍ୟଦକ୍ଷତା ପାଇଁ କୁକ୍ଷାତ ଲୁଟେରା ବାପି ପାଣିକୁ ଏନକାଉଣ୍ଟର କରି ଗିରଫ କରିଛି ପୋଲିସ |ଡକାୟତି ଯୋଜନା ବେଳେ ଏନକାଉଣ୍ଟର କରାଯାଇଛି |ଗତ ଦୁଇ ଦିନ ତଳେ ଭଦ୍ରକ ଆରଡ଼ି ଛକରୁ ଗୁଳି ଫୁଟାଇ ଲୁଟ ଓ ପରେ ବୃଦ୍ଧଙ୍କ ଠାରୁ ଲୁଟ ସମସ୍ତ ଘଟଣାକୁ ନେଇ ଗ୍ରାମାଞ୍ଚଳ ପୋଲିସ ତରଫରୁ ଥାନାଧିକାରୀ ଆଲୋକ ଜେନାଙ୍କ ନେତୃତ୍ୱରେ ଏକ ଟିମ ବିଶେଷ ସୂତ୍ରରୁ ସୂଚନା ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ଚଢ଼େୟା ଠାରେ ଚଢ଼ାଉ କରିଥିଲା ଗ୍ରାମାଞ୍ଚଳ ପୋଲିସ |

ବାପି ଓ ତାର ସହଯୋଗୀ ଓମପ୍ରକାଶ ଏକ ବାଇକରେ ଖସି ଯାଉଥିବା ବେଳେ ଅଟକାଇବାକୁ ଚେଷ୍ଟା କରିଥିଲା ପୋଲିସ କିନ୍ତୁ ଦୁର୍ଦାନ୍ତ ଅପରାଧୀ ବାପି ପାଣି ପୋଲିସ ଉପରକୁ ଗୁଳି ଚାଳନା କରିଥିଲା ଯାହା ଫଳରେ ପୋଲିସ ମଧ୍ୟ ତା ଉପରକୁ ପାଲଟା ଗୁଳି କରିଥିଲା । ବାପି ପାଣିର ଡାହାଣ ଗୋଡ଼ ୨ଟି ଓ ବାମ ଗୋଡ଼ରେ ୧ ଟି ଗୁଳି ବାଜିଛି ଏବଂ ଡକାୟତର ସହିତ ଧସ୍ତା ଧସ୍ତି ବେଳେ ତିନି ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି, ସେମାନେ ହେଲେ ଥାନାଧିକାରୀ ଆଲୋକ ଜେନା, ସବ ଇନ୍ସ୍ପେକଟର ଶୋଭନ ସ୍ୱାଇଁ ଓ କନେଷ୍ଟବଳ ଶ୍ରୀକାନ୍ତ ଜେନା ଆହତ ହୋଇଛନ୍ତି |

ସୂଚନା ମୁତାବକ ବାପି ପାଣି ନାମରେ ଆଗରୁ ଭଦ୍ରକରେ ୨୦ ରୁ ଅଧିକ ଅପରାଧିକା ମାମଲା ଥିବାର ପୋଲିସ ସୂଚନା ଦେଇଛି ଏବଂ ଆଜିର ଘଟଣାରେ ବାପି ପାଣି ସହିତ ତାର ସହଯୋଗୀ ଓମ ପ୍ରକାଶ ମଲ୍ଲିକ କୁ ମଧ୍ୟ ଗିରଫ କରିଛି ପୋଲିସ ଏବଂ ପୋଲିସ ତରଫରୁ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି ଯାହାର କେଶ ନମ୍ବର ୪୬୮/୨୧ ବାପି ପାଣିକୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି |

ଏହି ମାମଲାରେ ଅଧିକ ତଦନ୍ତ କରାଯାଉଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜିତେନ୍ ପଣ୍ଡା କହିଥିଲେ |ଆଜିର ପୂରା ଘଟଣାରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିକାରୀଙ୍କ ଓ ଟିମ କୁ ଭଦ୍ରକ ବାସୀଙ୍କ ତରଫରୁ ପ୍ରଶଂସାର ଶୁଅ ସୁଟିଛି, କାରଣ ସାରା ଭଦ୍ରକରେ ଭୟର ବାତାଵରଣସୃଷ୍ଟି କରିଥିବା ବାପି ପାଣିକୁ ଥାନାଧିକାରୀ ଆଲୋକ ଜେନାଙ୍କ ନେତୃତ୍ୱରେ ଏନକାଉଣ୍ଟର କରି ଧରିବାରେ ସକ୍ଷମ ହୋଇଛି ପୋଲିସ ଯାହା ଭଦ୍ରକ ବାସୀଙ୍କ ମନରେ ଥିବା ଭୟ ଦୂରେଇଯାଇଛି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆସୁଛି ଆଉ ଏକ ବାତ୍ୟା ଆସନ୍ତା ୪୮ ଘଣ୍ଟାରେ ଅବପାତ ରୂପ ନେବ...

Sun Nov 14 , 2021
ବାସ୍ତବବ୍ୟୁରୋ(ଭୁବନେଶ୍ୱର):୧୪/୧୧- ଆସୁଛି ଆଉ ଏକ ବାତ୍ୟା,ଥାଇଲାଣ୍ଡ ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଶନିବାର ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଥାଇଲାଣ୍ଡ ସାଗର ଉପରେ ଲଘୁଚାପ ରୂପ ନେଇସାରିଛି । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ମୁହାଁଉଛି । ଆସନ୍ତା ୪୮ ଘଣ୍ଟାରେ ଅବପାତ ରୂପ ନେବ । ୧୭ ତାରିଖ ସୁଦ୍ଧା ଏହା ସମୁଦ୍ରରୁ ଅଧିକ ବଳ ଗୋଟାଇ ଗଭୀର ଅବପାତରେ ପରିଣତ ହେବ ।ଏହାର ପ୍ରଭାବରେ […]

You May Like

Pin It on Pinterest