
ବାସ୍ତବବ୍ୟୁରୋ(ଭୁବନେଶ୍ୱର):୧୪/୧୧- ଆସୁଛି ଆଉ ଏକ ବାତ୍ୟା,ଥାଇଲାଣ୍ଡ ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଶନିବାର ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଥାଇଲାଣ୍ଡ ସାଗର ଉପରେ ଲଘୁଚାପ ରୂପ ନେଇସାରିଛି । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ମୁହାଁଉଛି । ଆସନ୍ତା ୪୮ ଘଣ୍ଟାରେ ଅବପାତ ରୂପ ନେବ ।
୧୭ ତାରିଖ ସୁଦ୍ଧା ଏହା ସମୁଦ୍ରରୁ ଅଧିକ ବଳ ଗୋଟାଇ ଗଭୀର ଅବପାତରେ ପରିଣତ ହେବ ।ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ୧୯ ତାରିଖ ସୁଦ୍ଧା ସୁଧା ବାତ୍ୟାରେ ପରିଣତ ହୋଇ, ଦକ୍ଷିଣ ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁପାରେ ବୋଲି, ପୂର୍ବାନୁମାନ କରାଯାଇଛି । ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ମଧ୍ୟ ବର୍ଷା ଆଶଙ୍କା ରହିଛି ।
ଅନ୍ୟପକ୍ଷେ ଆଜିଠୁ ରାଜ୍ୟରେ କମିବ ବର୍ଷାର ପ୍ରଭାବ ବଦଳିବ ପାଗ । ଶୀତର କମିବା ସହ ରାତିର ତାପମାତ୍ରାରେ ବିଶେଷ ପରିବର୍ତନର ହେବାର ସମ୍ଭାବନା ନାହିଁ । ଆକାଶ ମେଘାଛନ୍ନ ରହିବ, ଆସନ୍ତା ୧୭ ତାରିଖ ରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ସମ୍ଭାବନା।