ନର୍ଲା କୁ ଉପଖଣ୍ଡର ମାନ୍ୟତା ଦାବିରେ ସର୍ବସାଧାରଣ ସମାରୋହ ବୈଠକ…

ସନ୍ତୋଷ ପାତ୍ର (ନର୍ଲା):୧୪/୧୧- କଳାହାଣ୍ଡି ଜିଲ୍ଲା ନର୍ଲା ସରସ୍ୱତୀ ଶିଶୁ ମନ୍ଦିର ପରିସରେ ନର୍ଲାକୁ ଉପଖଣ୍ଡ ମାନ୍ୟତା ଦାବୀନେଇ, ଆଜି ଏକ ସର୍ବସାଧାରଣ ସମାବେଶ ହୋଇଥିଲା | ଆଇନଜୀବୀ କୁବେର ସାହୁ ଙ୍କ ଅଧ୍ୟକ୍ଷତା ଏହି ବୈଠକ ଆବାହନ କରାଯାଇଥିବା ବେଳେ, ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟାକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ନର୍ଲା ସରପଞ୍ଚ ଚିରଞ୍ଜିବି ଗୌଡ଼ିଆ , ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ନାଏକ,ବ୍ଲକ ସଭାପତି ସମୀର ଚାନ୍ଦ, ବରିଷ୍ଠ ନାଗରିକ ପର୍ଶୁରାମ ପଣ୍ଡା ସମେତ ଥବିର ବୁଦ୍ଧିଆ ବିମଲ କେଡ଼ିଆ ମଞ୍ଚା ସିନ ଥିଲେ |

ଦୀର୍ଘ ଦିନର ଦାବୀ ପରେ ମଧ୍ୟ ନର୍ଲା କୁ ଉପଖଣ୍ଡ ମାନ୍ୟତା ମିଳିପାରି ନାହିଁ,ନର୍ଲା, ଲାଞ୍ଜିଗଡ଼, ମ-ରାମପୁର ,କର୍ଲ୍ଲା ମୁଣ୍ଡା ବ୍ଲକ ର ମଧ୍ୟସ୍ଥଳରେ ନର୍ଲା ରହିଛି ଏବଂ ଜନସଂଖ୍ୟା ଓ ଭୌଗୋଳିକ ଦୃଷ୍ଟିରୁ ହିଁ ମୁଖ୍ୟାଳୟ ହେବାକୁ ଉପଯୁକ୍ତ ସ୍ଥାନ ତେଣୁ ସରକାର ତୁରନ୍ତ ନର୍ଲାକୁ ଉପଖଣ୍ଡ ମାନ୍ୟତା ଦିଆଯାଉ ବୋଲି ସମାବେଶ ମତ ପ୍ରକାଶ ପାଇଥିଲା| ତେଣୁ ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନାହିଁ, ଆନ୍ଦୋଳନ କୁ ଜୋରଦାର କରିବା ପାଇଁ ଏହି ବୈଠକ ରେ ଆହ୍ୱାନ ଦିଆଯାଇଥିଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ,ଏହି ସମାବେଶରେ ମନୋଜ ଷଡ଼ଙ୍ଗୀ ମଞ୍ଚ ପରିଚାଳନା କରିଥିବା ବେଳେ ନର୍ଲା, ମ- ରାମପୁର,କର୍ଲ୍ଲା ମୁଣ୍ଡା ,ଲାଞ୍ଜିଗଡ଼ ବ୍ଲକ ର ଜନସାଧାରଣ ଉପସ୍ଥିତ ଥିଲେ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜକନିକା ବ୍ଲକରେ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୧ ଅନୁଷ୍ଠିତ ହୋଇଯାଇଛି...

Sun Nov 14 , 2021
ଆଶିଷ ନାୟକ(ରାଜକନିକା): କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ କେଶବାନନ୍ଦ ନୋଡାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୧ ଆୟୋଜନ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ, ରାଜକନିକା ଠାରେ, ଅନୁଷ୍ଠିତ ହୋଇଯାଇଛି | ଏହି ଶିଶୁ ମହୋତ୍ସବ ରେ, କନିକା ତହସିଲଦାର ପ୍ରେମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଥିଲେ ରାଜକନିକା ବିଇଓ ସରୋଜ […]

You May Like

Pin It on Pinterest