
ଆଶିଷ ନାୟକ(ରାଜକନିକା): କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ କେଶବାନନ୍ଦ ନୋଡାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୧ ଆୟୋଜନ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ, ରାଜକନିକା ଠାରେ, ଅନୁଷ୍ଠିତ ହୋଇଯାଇଛି |
ଏହି ଶିଶୁ ମହୋତ୍ସବ ରେ, କନିକା ତହସିଲଦାର ପ୍ରେମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଥିଲେ ରାଜକନିକା ବିଇଓ ସରୋଜ କାନ୍ତ ବିହାରୀ ,ମୁଖ୍ୟ ବକ୍ତା ଭାବରେ ବି.ଆର୍.ଶି ଶ୍ରୀ ଯୁକ୍ତ କୈଳାଶ ଚନ୍ଦ୍ର ସାହୁ ମଞ୍ଚାସିନ ହୋଇଥିବା ବେକେ,ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ଯୁକ୍ତ ସଂଜୟ ସାର୍, ଧନ୍ୟବାଦ ଅର୍ପଣ କରିଥିଲେ |

ରାଜକନିକା ବ୍ଲକ ର ୬୪ଟି ବିଦ୍ୟାଳୟ ରୁ ଅଷ୍ଟମ ଶ୍ରେଣୀ ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୫ଟି ବିଭାଗ ରୁ ଯଥା ସଂଗୀତ ଗାନ,ନୃତ୍ୟ ପରିବେଷଣ, ବକ୍ତୃତା, ଚିତ୍ରାଙ୍କନ,ଗଳ୍ପଲିଖନ ପାଇଁ ୨୦୦ଶହ ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ ଓ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା | ଶତାଧିକ ଛାତ୍ରଛାତ୍ରୀ , ଶିକ୍ଷକ ଓ ଶିକ୍ଷ୍ୟୟତ୍ରୀ, ଅଭିଭାବକ ଉପସ୍ଥିତ ଥିଲେ |

ଓଡିଶା ଓ ମହାରାଷ୍ଟ୍ର ଉଭୟ ରାଜ୍ୟ ର ମିଳିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଡିଇଓ ଙ୍କର ନିର୍ଦ୍ଦେଶ କ୍ରମେ ବିଇଓ ମାନେ ସମସ୍ତ ବ୍ଲକ ର ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷ୍ୟୟତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ।