ଆଖଣ୍ଡଳମଣିଙ୍କ ମନ୍ଦିରରେ ଆରମ୍ଭ ହେଲା ପଞ୍ଚୁକ ବ୍ରତ…

  • ରାହାସ ପୂର୍ଣ୍ଣିମାରେ ହରଗୌରୀ ବେଶରେ ଦର୍ଶନ ଦେବେ ବାବା


ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୧୫/ ୧୧-ପବିତ୍ର ପଞ୍ଚକବ୍ରତ ପାଇଁ ଉତ୍ସବମୁଖର ହୋଇ ଉଠିଛି ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର, ଚଳିତବର୍ଷ କୋଭିଡ କଟକଣା ଅନୁଯାୟୀ ମନ୍ଦିରରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବା ପାଇଁ ପ୍ରଶାସନ ପକ୍ଷରୁ ଏସୋପି ଜାରି କରାଯାଇଛି। ସେହିପରି ଆଗନ୍ତୁକ ଶ୍ରଦ୍ଧାଳୁଭକ୍ତ କୋଭିଡ କଟକଣା ପାଳନ କରିବା ସହ ମାକ୍ସ ପରିଧାନ କରି ବାବାଙ୍କୁ ଦର୍ଶନ କରିବା ପାଇଁ ପରାମର୍ଶ ଦିଆଯାଇଛି।

ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ଯବସ୍ଥାମାନ କରାଯାଇଛି। ପଞ୍ଚକବ୍ରତ ଠାରୁ ରାହାସ ପୂର୍ଣ୍ଣିମା ପ୍ରଯ୍ଯନ୍ତ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି କରାଯିବା ସହ ଭୋର ଦ୍ବାରଫିଟା ନୀତି ସରିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ସରିବା ପରେ ବାବାଙ୍କୁ ଦିଗମ୍ବର ଓ ପଞ୍ଚାନନ ବେଶରେ ସଜ୍ଜିତ କରାଯିବ। ତାହାସହ ଦୈନନ୍ଦିନ ନୀତିକାନ୍ତି ସହ ପଞ୍ଚକ ନୀତି ନିମନ୍ତେ ମନ୍ଦିର ପ୍ରାଙ୍ଗଣରେ ଭାଗବତ ପାରାୟଣ ଓ ପଠନ, ହରିହର ଭେଟ, ଦ୍ବାରପାଳ ପୂଜା ଅନୁଷ୍ଠିତ ହେଉଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କଲେ କନିଷ୍ଠ ଶିକ୍ଷକସଂଘ...

Mon Nov 15 , 2021
ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି ଦାବିରେ ରାଜଧାନୀର ରାଜରାସ୍ତାରେ କନିଷ୍ଠ ଶିକ୍ଷକ । ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିବା ଦେଖିବାକୁ ମିଳିଛି । ହଠାତ ବିଧାନସଭା ଫାଟକ ନିକଟରେ ପହଞ୍ଚି ଜୋର ଜରଦସ୍ତ ପଶିବାକୁ ଉଦ୍ୟମ କରିଥିଲେ କନିଷ୍ଠ ଶିକ୍ଷକସଂଘ । ଫାଟକରେ ମୁତୟନ ପୋଲିସ କର୍ମଚାରୀଙ୍କ ସହ ଶିକ୍ଷକ ସଂଘ ମୁହାଁମୁହିଁ ହୋଇଥିଲେ ଆନ୍ଦୋଳନରତ ଆଶାୟୀ ଶିକ୍ଷକମାନେ। ଏହି ସମୟରେ କିଛି ଶିକ୍ଷକମାନଙ୍କୁ ଉଠାଇନେଇଥିଲା ପୋଲିସ । […]

You May Like

Pin It on Pinterest