
ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି ଦାବିରେ ରାଜଧାନୀର ରାଜରାସ୍ତାରେ କନିଷ୍ଠ ଶିକ୍ଷକ । ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିବା ଦେଖିବାକୁ ମିଳିଛି । ହଠାତ ବିଧାନସଭା ଫାଟକ ନିକଟରେ ପହଞ୍ଚି ଜୋର ଜରଦସ୍ତ ପଶିବାକୁ ଉଦ୍ୟମ କରିଥିଲେ କନିଷ୍ଠ ଶିକ୍ଷକସଂଘ ।
ଫାଟକରେ ମୁତୟନ ପୋଲିସ କର୍ମଚାରୀଙ୍କ ସହ ଶିକ୍ଷକ ସଂଘ ମୁହାଁମୁହିଁ ହୋଇଥିଲେ ଆନ୍ଦୋଳନରତ ଆଶାୟୀ ଶିକ୍ଷକମାନେ। ଏହି ସମୟରେ କିଛି ଶିକ୍ଷକମାନଙ୍କୁ ଉଠାଇନେଇଥିଲା ପୋଲିସ । ଯାହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା ।
ମମିତା ମେହେର ହତ୍ୟା ମମାଲାରେ ରାଜ୍ୟ ସରକାର କୁମ୍ଭୀର କାନ୍ଦଣା କାନ୍ଦୁଥିବା ବେଳେ ଏଠାରେ ହଜାର ହଜାର ମମିତା ରାଜରାସ୍ତାରେ ବସିଛନ୍ତି । ତାଙ୍କୁ କଣ ନ୍ୟାୟ ଦେଉଛନ୍ତି ଜବାବ ଦିଅନ୍ତୁ ରାଜ୍ୟ ସରକାର ।ପ୍ରଥାମିକ ଶିକ୍ଷା ପାଇଁ ସରକାରଙ୍କର ବୈମାତୃକ ମନୋଭାବ କାହିଁକି । ତାଙ୍କ କଥା ବୁଝନ୍ତୁ, ନୋଟିଫିକେସନ ଦିଅନ୍ତୁ, ସ୍ଥାୟୀ ପ୍ରତିକାର କରନ୍ତୁ ବୋଲି ଶିକ୍ଷକ ସଂଘ କହିଛି ।



