ମୟୁରଭଞ୍ଜ ମାସା ଆର୍ମୀ ପକ୍ଷରୁ ମହାନ କ୍ରାନ୍ତିକାରି ସ୍ବାଧୀନତା ସଂଗ୍ରାମୀ ଜନନାୟକ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ପାଳିତ…

ବାସ୍ତବବ୍ୟୁରୋ(ମୟୁରଭଞ୍ଜ):ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ମାସା ଆର୍ମୀ ପକ୍ଷରୁ ମହାନ କ୍ରାନ୍ତିକାରି ସ୍ବାଧୀନତା ସଂଗ୍ରାମୀ ଜନନାୟକ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି l

ବାରିପଦା ନିକଟ ଅସ୍ତିଆ ଠାରେ ଥିବା ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସାନ୍ତାଳୀ ଭାଷାକୁ ଓଡ଼ିଶାର ଦ୍ବିତୀୟ ରାଜ ଭାଷା ସହିତ ଭାଷାଗତ ସଂଖ୍ୟାଲଘୁ ମାନ୍ୟତା ଏବଂ ମୁଣ୍ଡାରୀ,ଭୂମିଜ ଓ ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ଆସନ୍ତା ୨୯ ନଭେମ୍ବର ହେବାକୁ ଥିବା ମୟୂରଭଞ୍ଜ ବନ୍ଦ କୁ ସଫଳ କରିବା ପାଇଁ ପ୍ରାର୍ଥନା ଏବଂ ଶପଥ କରାଯାଇଛି l

ଆଜିର କାର୍ଯ୍ୟକ୍ରମ ମାସା ଆର୍ମୀ ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡି ନେତୃତ୍ବ ରେ ହୋଇଥବା ବେଳେ ଏଥିରେ ମାସା ଆର୍ମୀ ଜିଲ୍ଲା ସଭାପତି ମୁକେଶ ମାରାଣ୍ଡି,ଜିଲ୍ଲା ଉପସଭାପତି ଲକ୍ଷ୍ମୀକାନ୍ତ ବାସ୍କେ,ଜିଲ୍ଲା ସଂଯୋଜକ ହରି ସିଂ,ଗଜେନ୍ଦ୍ର ମୋଢେଇ,ବବି ସିଂ,ଗୌତମ ସିଂ,ସାଉନା ମୁର୍ମୁ,ପ୍ରମୁଖ ସାମିଲ ଥିଲେ l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue Nov 16 , 2021
ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୦୬ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୮୧ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୫୮୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୬୬୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୩୪୭୫୯ଜଣ ସୁସ୍ଥ ହୋଇଛନ୍ତି […]

You May Like

Pin It on Pinterest