ମେଷ: ଠାକୁରଙ୍କ ଦର୍ଶନ ଲାଭକରି ଖୁସି ହୋଇପାରନ୍ତି। ଗୃହକୁ ଧାତୁ , ଅଳଙ୍କାରାଦି ମୂଲ୍ୟବାନ ଜିନିଷ ଆଣିପାରନ୍ତି। ମିତ୍ର ସୁଖ ମିଳିବ। ମଧ୍ୟାହ୍ନରେ ଘର ଅପେକ୍ଷା ବାହାର ଲୋକମାନଙ୍କ ସକାଶେ ବିଶେଷ ସମୟ ଦେଇପାରନ୍ତି। କାର୍ଯ୍ୟଗୁଡିକ ତ୍ୱରାନ୍ବିତ ହେବା ବଦଳରେ ଆକସ୍ମିକ ସମସ୍ୟା ହେତୁ ହଠାତ୍ ଅଟକି ରହିଯିବାର ଆଶଙ୍କା ରହିଛି।
ବୃଷ: ଆଜିର ଦିନଟିରେ ବିଭିନ୍ନ ପ୍ରକାରର କାର୍ଯ୍ୟବ୍ୟସ୍ତତା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। କଠିନ ଶ୍ରମ ଓ ଭ୍ରମଣଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି। ବ୍ୟବସାୟ, କଚେରି ମାମଲା ଓ ପରିବହନ କ୍ଷେତ୍ରରେ ଝଗଡ଼ା ଲାଗିପାରେ। ମୋକଦ୍ଦମାର ରାୟ ଆପଣଙ୍କ ସପକ୍ଷରେ ଯିବ।
ମିଥୁନ: ପାରିବାରିକ କ୍ଷେତ୍ରରେ ବିଶେଷ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ। ପ୍ରଶାସନ, ପ୍ରେସ୍ ଓ ପବ୍ଲିକେଶନ, ଗବେଷଣା କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ। ବାଣିଜ୍ୟ, ପରିବହନ, ସଭାସମିତି, ଆଲୋଚନା ଓ ବନ୍ଧୁମିଳନର ସୁଯୋଗ ପାଇବେ। ଥଣ୍ଡା-କଫ ଜନିତ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି।
କର୍କଟ: କାର୍ଯ୍ୟଭାର ଲାଘବ ହେବ। ରୋଜଗାର ଆଶାନୁରୂପ ହେବ। ଲୋକପ୍ରିୟତା ଅର୍ଜନ କରିପାରନ୍ତି।ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ନୂତନ ବନ୍ଧୁତା ସ୍ଥାପନ କରିବା ଦିଗରେ ଆଜି ଦିନଟି ସ୍ମରଣୀୟ ହୋଇରହିବ। ଆଇନ, ଅଦାଲତ, ପ୍ରଶାସନ ତଥା ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ।
ସି˚ହ: ସ୍ବାସ୍ଥ୍ୟ ପ୍ରାୟତଃ ନିୟନ୍ତ୍ରଣାଧୀନ ରହିଲେ ମଧ୍ୟ ସାମୟିକ ମାନସିକ ସ୍ତରରେ ଅଶାନ୍ତି ରହିପାରନ୍ତି। ବାଣିଜ୍ୟ, ଯାତ୍ରା ପ୍ରଭୃତି କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ। ପାରିପାର୍ଶ୍ୱିକ ପରିସ୍ଥିତି ଆପଣଙ୍କୁ କେତେକାଂଶରେ ଅସ୍ବାଭାବିକ କରିପାରେ। କଳା, ସାହିତ୍ୟ, ପରିବହନ,ବ୍ୟବସାୟ ଓ ପ୍ରଶାସନିକ ସ୍ତରରେ ଆଶାନୁଯାୟୀ ଫଳ ପାଇବେ।
କନ୍ୟା: ଆଜିର କାମଗୁଡିକ ବହୁତ ବିଳମ୍ବରେ ସମ୍ପନ୍ନ ହେବା କାରଣରୁ ମନଟା ଭଲ ରହିବ ନାହିଁ। ଅର୍ଥନୈତିକ ସ୍ଥିତି, ପାରିବାରିକ ପରିସ୍ଥିତି ପୂର୍ବପରି ବଳବତ୍ତର ରହିବ। ସାଙ୍ଗଠନିକ କାମ, ରାଜନୀତି ଓ ସଭାସମିତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। କ୍ରୀଡା, ଚଳଚ୍ଚିତ୍ର ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ।
ତୁଳା: ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ। ପାରସ୍ପରିକ ସହୃଦୟତା କାରଣରୁ ପାରିବାରିକ ଜୀବନ ମଧ୍ୟ ପ୍ରୀତିପ୍ରଦ ରହିବ। କର୍ମକ୍ଷେତ୍ରରେ ଅଟକି ରହିଥିବା କାମକୁ ସମ୍ପନ୍ନ କରିବାରେ କୌଣସି ଅସୁବିଧା ହେବନାହିଁ। ରାଜନୀତି, ପ୍ରଶାସନ, ସଭାସମିତି, ଲେଖାପଢ଼ା ପାଇଁ ଦିନଟି ଅନୁକୂଳ ରହିବ। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି।
ବିଛା: ମୁହଁରେ ପ୍ରଶଂସା କରୁଥିବା ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ। ଅର୍ଜନ କରିଥିବା ପୂର୍ବର ଅଭିଜ୍ଞତା କାର୍ଯ୍ୟରେ ଲଗାଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ।
ଧନୁ: ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ପରିବାର ଓ କର୍ମକ୍ଷେତ୍ର ପାଇଁ ଅନୁକୂଳ ପ୍ରଭାବ ସୃଷ୍ଟି ହେବ। ମାତ୍ର ବ୍ୟୟାଧିପ ସମ୍ପର୍କରୁ ବହୁତ ଖର୍ଚ୍ଚାନ୍ତ ହୋଇ କାମଟିକୁ ହାସଲ କରିବାକୁ ପଡିବ। ସମ୍ପର୍କୀୟ ବ୍ୟକ୍ତିବିଶେଷଙ୍କ ଦ୍ୱାରା କାମରେ ସାମାନ୍ୟ ପ୍ରତିବନ୍ଧକ ସୃଷ୍ଟିର ସୂଚନା ମଧ୍ୟ ରହିଛି। ପ୍ରତିବେଶୀଙ୍କ ସହ ଭଲ ସମ୍ପର୍କ ସାହାଯ୍ୟକାରୀ ହେବ।
ମକର: ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭ ହୋଇପାରେ। ରାଜନୀତି, ସଙ୍ଗଠନ କିମ୍ବା ଆନୁଷ୍ଠାନିକ କାମ, ଆଇନ ଅଦାଲତ, ପ୍ରଶାସନ, ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। କଳା, ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା କ୍ଷେତ୍ର ମନ୍ଦ ହେବନି। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ପତ୍ନୀଙ୍କ ସହାୟତା ମିଳିବ।
କୁମ୍ଭ: ମନେ ମନେ ଯାହା ଭାବୁଛନ୍ତି ତାହା କେତେକାଂଶରେ ପ୍ରାପ୍ତିର ସମ୍ଭାବନା ରହିଛି। ଆର୍ଥିକ ଉନ୍ନତି, ବନ୍ଧୁଙ୍କ ଆଦର, ନୂତନ କର୍ମାରମ୍ଭ ଓ ମାନସିକ ସ୍ଥିରତା ପ୍ରଦାନ କରିବ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ବ୍ୟକ୍ତି ବିଶେଷ ଭାବେ ପ୍ରତିଷ୍ଠା ଅର୍ଜନ କରିପାରନ୍ତି।ସମୟର ପ୍ରତିକୂଳତା ଲାଗିରହିଥିଲେ ମଧ୍ୟ କର୍ମକ୍ଷେତ୍ରରେ ପ୍ରତିରୋଧକୁ ସାମ୍ନା କରି କାର୍ଯ୍ୟ ହାସଲ କରିପାରିବେ।
ମୀନ: ବିବାଦୀୟ ଚିନ୍ତାଧାରା ସୃଷ୍ଟି କରିପାରନ୍ତି। କର୍ମଜଞ୍ଜାଳର ତୀବ୍ରତା ବୃଦ୍ଧି ପାଇ ଆପଣଙ୍କୁ ବିଶ୍ରାମହୀନ କାମରେ ନିଯୁକ୍ତ କରିବ। ପରିବାର ସକାଶେ ଆକସ୍ମିକ ଭାବରେ ବହୁତ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ। ପରିସ୍ଥିତିବଶତଃ ଅପ୍ରିୟସତ୍ୟ ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ।