
ବାସ୍ତବବ୍ୟୁରୋ(ମୟୁରଭଞ୍ଜ):ଓଡ଼ିଶାରେ ବଢି ଚାଲିଛି ଲୁଟାରେଙ୍କ ଲୁଟ ରାଜ,ଟାର୍ଗେଟ ରେ କେବେ ବ୍ୟାଙ୍କ ଗ୍ରାହକ ତ କେବେ ଏଟିଏମ । ଏବେ କିନ୍ତୁ ଟାର୍ଗେଟ୍ରେ ପେଟ୍ରୋଲ ପମ୍ପ। ବନ୍ଧୁକ ଦେଖାଇ କରୁଛନ୍ତି ଲୁଟ୍।ଘଟଣାଟି ୧୮ନମ୍ବର ଜାତୀୟ ରାଜପଥ କଡ଼ରେ ବାରିପଦା ସଦର ଥାନାର ମଞ୍ଚାବନ୍ଧା ଏସ୍ଆର୍ ପେଟ୍ରୋଲ ପମ୍ପରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ୩ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ବନ୍ଧୁକ ଦେଖାଇ ଟଙ୍କା ବ୍ୟାଗ୍ ଲୁଟି ନେଇଛନ୍ତି।
ଖବର ଅନୁଯାଇ,ଗତରାତିରେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ପ୍ରଥମେ ତେଲ ପକାଇଥିଲେ।ତା ପରେ ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପର କର୍ମଚାରୀଙ୍କଠାରୁ ଟଙ୍କା ବ୍ୟାଗ ନେଇ ଚମ୍ପଟ ମାରିଥିଲେ। ଏହି ସମସ୍ତ ଘଟଣା ସିସିଟିଭିରେ କଏଦ୍ ହୋଇଛି।
ଏହି ଲୁଟେରାମାନେ ବାରିପଦା ଆଡୁ ଆସି ଲୁଟ କରି ବାଲେଶ୍ୱର ଆଡ଼କୁ ପଳାଇଥିଲେ।ତେବେ ଏହି ଘଟଣାଏବେ ଜିଲ୍ଲାରେ ସମାନ ପ୍ରକାର ଢଙ୍ଗରେ ବାରମ୍ବାର ଘଟୁଥିବା ବେଳେ ପେଟ୍ରୋଲ ପମ୍ପ ମାଲିକ ଓ କର୍ମଚାରୀ ଭୟଭୀତ ଅବସ୍ଥାରେ ସମୟ କାଟୁଛନ୍ତି । ୧୦ ଦିନ ଭିତରେ ରାଇରଙ୍ଗପୁର ନୀଳମାଧବ ପେଟ୍ରୋଲ ପମ୍ପ,ମାଣତ୍ରୀ ପେଟ୍ରୋଲ ପମ୍ପ, ଭୁବନେଶ୍ୱର ପେଟ୍ରୋଲ ପମ୍ପ ସହିତ ଗତକାଲି ପୁଣି ମଞ୍ଚାବନ୍ଧା ପେଟ୍ରୋଲ ପମ୍ପରୁ ଲୁଟ୍ ହେଲାଣି।ଲଗାତର ଭାବେ ୪ ଟି ପେଟ୍ରୋଲ ପମ୍ପରୁ ଲୁଟ୍ ହୋଇଥିଲେ ମଧ୍ୟ ପୁଲିସ ଅପରାଧୀଙ୍କୁ ଧରିବାରେ ଏଯାଏଁ ସଫଳ ହୋଇନାହିଁ ।