
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୧୬-୧୧-ଚାନ୍ଦବାଲି ମତୋ ବିଜେପି କାର୍ଯ୍ୟାଳୟରେ ବିଜେପି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇ ଯାଇଛି । ପ୍ରତିକୂଳ ପାଗ ପାଇଁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ୧୭ ତାରିଖରେ ଧାମରା ପୋର୍ଟ ଘରୋଇ କତୃପକ୍ଷଙ୍କ ମନମୁଖ କାର୍ଯ୍ୟ ବିରୁଦ୍ଧରେ ଆନ୍ଦୋଳନ କୁ ଦଳ ପକ୍ଷରୁ ସ୍ଥଗିତ ରଖୁବା ପାଇଁ ବିଜେପି ଏକ ପ୍ରେସ ରିଲିଜ ଦ୍ବାରା ପ୍ରକାଶ କରିଛି ।
ଏଥିନେଇ ବିଜେପି ଦଳ ପକ୍ଷରୁ ୭ ଗୋଟି ଦାବୀ ନେଇ ନଭେମ୍ବର ୧୭ ତାରିଖରେ କମ୍ପାନୀ କର୍ତ୍ତୃପକ୍ଷ ବିରୁଦ୍ଧରେ ଆନ୍ଦାଳନ ପାଇଁ ଡ଼ାକରା ଦେଇଥିଲା, ବର୍ତମାନ ପ୍ରତିକୂଳ ପାଗ ପାଇଁ ଏହି ଆନ୍ଦୋଳନକୁ ଦଳ ପକ୍ଷରୁ ସ୍ଥଗିତ ରଖିବା ସହ ଆଗାମୀ ଦିନରେ କାର୍ଯ୍ୟକାରୀ କରିବାକୁ ନିଷ୍ପତି ନେଇଛି ଦଳ ।