ସୁବର୍ଣ୍ଣପୁରରେ ଜାତୀୟ ପ୍ରେସ ଦିବସ ପାଳିତ,ମହାମାରୀ ସମୟରେ ଗଣମାଧ୍ୟମ: ଏକ ନୂତନ ଆହ୍ଵାନ


ନାମୋ ଗୁରୁ(ସୋନପୁର):୧୬/୧୧-ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି l ଜିଲ୍ଲା ସାମ୍ବାଦିକ ସଂଘ ସମ୍ପାଦକ ,ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ବ୍ଯୋମକେଶ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ ମୁଖ୍ୟ ଅତିଥି ଭାବରେ ଏବଂ ସମ୍ମାନୀତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶି ପୁନମ୍ ମିଞ୍ଜ୍, ବକ୍ତା ଭାବେ ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ସୁବର୍ଣ୍ଣପୁର ଶାଖା ସମ୍ପାଦକ ନିରଞ୍ଜନ ମିଶ୍ର, ଏବଂ ମୁଖ୍ୟ ବକ୍ତା ଭାବେ ଦୈନିକ ସମାଜ ଜିଲ୍ଲା ପ୍ରତିନିଧି ସ୍ଵାଧୀନ କୁମାର ମେହେର ଯୋଗଦାନ କରିଥିଲେ I

ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ସ୍ଵାଗତ ସମ୍ଭାଷଣ ଦେଇ ସମସ୍ତଙ୍କୁ ସ୍ଵାଗତ କରିଥିଲେ I ପ୍ରେସ କାଉନସିଲ ଅଫ୍ ଇଣ୍ଡିଆ ତରଫରୁ ଏ ବର୍ଷ ପ୍ରେସ ଦିବସ ଉପଲକ୍ଷେ ବାର୍ତ୍ତାଥିଲା – ମହାମାରୀ ସମୟରେ ଗଣମାଧ୍ୟମ, ଏକ ନୂତନ ଆହ୍ଵାନ I ଅତିଥିମାନେ ଏବଂ ବକ୍ତାମାନେ ଏହା ଉପରେ ବିଷଦ ଭାବରେ ନିଜର ମତାମତ ରଖିବା ସହିତ ଉପସ୍ଥିତ ସମସ୍ତ ସାମ୍ବାଦିକ ମାନଙ୍କୁ ନିରପେକ୍ଷ ଓ ନିର୍ଭୀକ ଭାବରେ ନିଜର କର୍ତ୍ତବ୍ଯ ସମ୍ପାଦନ କରିବା ପାଇଁ ଆହ୍ଵାନ ଦେଇଥିଲେ l

ସଭାରେ ଅଂଶ ଗ୍ରହଣ କରିଥିବା ସମସ୍ତ ସାମ୍ବାଦିକ ଏବଂ ଅତିଥି ମାନଙ୍କ ମଧ୍ୟରେ ଏକ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ରିପୋର୍ଟର ମାନେ ସେମାନଙ୍କ କରୋନା କାଳର ଅଭିଜ୍ଞତା ଏବଂ ନିଜର ବିଭିନ୍ନ ଅସୁବିଧା ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ଆଣିଥିଲେ I ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଶ୍ରୀ ଗୋରେଖନାଥ ସାହୁଙ୍କ ଅନୁପସ୍ଥିତି ରେ ତାଙ୍କ ପ୍ରେରିତ ଶୁଭେଚ୍ଛା ବାର୍ତ୍ତା ପଠନ କରାଯାଇଥିଲା I ସଭାର ସଭାପତି ଶ୍ରୀ ବ୍ୟୋମକେଶ ଦାଶ କରୋନା ମହାମାରୀ କାଳରେ ଜିଲ୍ଲା ର ସାମ୍ବାଦିକ ମାନଙ୍କର ସକ୍ରିୟ ଭୂମିକାକୁ ପ୍ରଶଂସା କରିବା ସହିତ ସେମାନଙ୍କ କର୍ତ୍ତବ୍ୟ ସମ୍ବନ୍ଧରେ ସଚେତନ କରିଥିଲେ I

ଶେଷରେ ଓଡିଶା ସାମ୍ବାଦିକ ସଂଘ, ସୁବର୍ଣ୍ଣପୁର ଶାଖା ଜିଲ୍ଲା ସଭାପତି ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ବିଦ୍ୟାପତି ପଣ୍ଡା ସଂଯୋଜନା କରିଥିଲେ l ଆଜିକାର ଏହି ସଭାରେ ଜିଲ୍ଲାର ସମସ୍ତ ଛଅଟି ବ୍ଲକର ଶତାଧିକ ସାମ୍ବାଦିକ ଯୋଗଦାନ କରିଥିବା ବେଳେ ସାମ୍ବାଦିକ ଶେଷଦେବ ବାରିକ, ଦିଲ୍ଲୀପ ପାତ୍ର, ବନମାଳୀ ପୋଢ଼, କୁଶ ବଘାର, ଧ୍ରୁବରାଜ ମିଶ୍ର, ବିନୟ ରଞ୍ଜନ ପ୍ରଧାନ ପ୍ରମୁଖ ନିଜ ନିଜର ଅଭିଜ୍ଞତା ବାଣ୍ଟିବା ସହ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ I

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପିପିଲିରେ ରାଜ୍ୟ ସ୍ତରୀୟ ଜାତୀୟ ପ୍ରେସ ଦିବସ ସମାବେଶ...

Tue Nov 16 , 2021
ତ୍ରିନାଥ ବାରିକ(ସତ୍ୟବାଦୀ): ଆଜି ହେଉଛି ଜାତୀୟ ପ୍ରେସ ଦିବସ।ଏହି ଅବସରରେ ଆଜି ରାଜ୍ୟ ସ୍ତରୀୟ ଜାତୀୟ ପ୍ରେସ ଦିବସ ସମାବେଶ ପୁରୀ ଜିଲ୍ଲା ପିପିଲି ଠାରେ ଉତ୍କଳମଣି ସାମ୍ବାଦିକ ସଙ୍ଘ ଓ ପିପିଲି ପେଷାଦାର ସାମ୍ବାଦିକ ସଙ୍ଘ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ରାଜ୍ୟର ସାମ୍ବାଦିକ ଙ୍କ ସହ ସ୍ଥାନୀୟ ଅଞ୍ଚଳର ସାମ୍ବାଦିକ ମାନେ ଯୋଗ ଦେଇଥିଲେ। ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାରଙ୍କ ସାହାଯ୍ୟ ସହଯୋଗ ନିତ୍ୟାନ୍ତ […]

You May Like

Pin It on Pinterest