ପିପିଲିରେ ରାଜ୍ୟ ସ୍ତରୀୟ ଜାତୀୟ ପ୍ରେସ ଦିବସ ସମାବେଶ…

ତ୍ରିନାଥ ବାରିକ(ସତ୍ୟବାଦୀ): ଆଜି ହେଉଛି ଜାତୀୟ ପ୍ରେସ ଦିବସ।ଏହି ଅବସରରେ ଆଜି ରାଜ୍ୟ ସ୍ତରୀୟ ଜାତୀୟ ପ୍ରେସ ଦିବସ ସମାବେଶ ପୁରୀ ଜିଲ୍ଲା ପିପିଲି ଠାରେ ଉତ୍କଳମଣି ସାମ୍ବାଦିକ ସଙ୍ଘ ଓ ପିପିଲି ପେଷାଦାର ସାମ୍ବାଦିକ ସଙ୍ଘ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ରାଜ୍ୟର ସାମ୍ବାଦିକ ଙ୍କ ସହ ସ୍ଥାନୀୟ ଅଞ୍ଚଳର ସାମ୍ବାଦିକ ମାନେ ଯୋଗ ଦେଇଥିଲେ।

ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାରଙ୍କ ସାହାଯ୍ୟ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ଏବଂ ସାମ୍ବାଦିକଙ୍କ ନିରପେକ୍ଷ ଖବର ପ୍ରସାରଣ କରିବା ଦିଗରେ ବିଶେଷ ଆଲୋଚନା କରାଯାଇଥିଲା।ବର୍ତ୍ତମାନ ସମାଜରେ ସାମ୍ବାଦିକ ଓ ଗଣମାଧ୍ୟମ ର ଭୂମିକା ଅତୁଳନୀୟ ବୋଲି ଅତିଥିମାନେ ମତ ଦେଇଥିଲେ।ପିପିଲି ପେଷାଦାର ସାମ୍ବାଦିକ ସଙ୍ଘ ର ବୈଠକ ହୋଟେଲ ରାଞ୍ଚ ରେ ଅନୁଷ୍ଠିତ ହୋଇଥିଲା।

ଏହାକୁ ପରିଚାଳନା କରିଥିଲେ ସଭାପତି ରାଜ୍ କିଶୋର ସ୍ୱାଇଁ ଏବଂ ଉତ୍କଳ ମଣି ସାମ୍ବାଦିକ ସଂଘରେ ଅତିଥି ମାନଙ୍କ ମଧ୍ୟରେ ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ସଂଜୟ କୁମାର ଦାସବର୍ମା, ଆଳି ବିଧାୟକ ପ୍ରତାପ କେଶରୀ ଦେଓ,ପିପିଲି ବିଧାୟକ ରୁଦ୍ର ପ୍ରତାପ ମହରଥୀ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ,ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଶ୍ରୀକୁମାର ଶୁକ୍ଳପ୍ରମୁଖ ଯୋଗ ଦେଇଥିଲେ।

ଏହାକୁ ପରିଚାଳନା କରିଥିଲେ ରାଜ୍ୟ ସଭାପତି ବିଭୂତି ଭୂଷଣ କର,ପିପିଲି ସଭାପତି ପୂର୍ଣ୍ଣ ଚନ୍ଦ୍ର ନାୟକ ଏବଂ ସମ୍ପାଦକ ବିଜୟ କୁମାର ମହାପାତ୍ର ଏବଂ ମଞ୍ଚପରିଚାଳନା କରିଥିଲେ ପ୍ରଦ୍ୟୁମ୍ନ ସୁବୁଦ୍ଧି।ଅତିଥି ମାନଙ୍କ ଦ୍ୱାରା କିଛି ସମାଜ ସେବୀ ଓ ସାମ୍ବାଦିକ ଙ୍କ ସହ କିଛି ଅନୁଷ୍ଠାନ କୁ ଉପଢ଼କନ,ଫୁଲତୋଡା ଓ ମାନପତ୍ର ରେ ସଂମାନିତ କରାଯାଇଥିଲା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାତୀୟ ପ୍ରେସ ଦିବସ ପାଳିତ...

Wed Nov 17 , 2021
ଦୀପକ ସାହୁ(କଳାହାଣ୍ଡି): କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ ରୁପ୍ରାରୋଡ଼ ଅଗ୍ରସେନ ଭବନ ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇ ଯାଇଛି । ଜିଲ୍ଲା ସଭାପତି କମ୍ବୁପାଣି ମିଶ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଜାତୀୟ ପ୍ରେସ ଦିବସରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ସାମ୍ବାଦିକ ରାହସ ବିହାରୀ ବେହେରା ଯୋଗ ଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ବିଜୟ ଦ୍ବିବେଦୀ […]

You May Like

Pin It on Pinterest