ଆଖଣ୍ଡଳମଣି ପୀଠରେ ୧୪୪ ଧାରା,କୋଭିଡ୍ କଟକଣା ମଧ୍ୟରେ ଦୁର୍ଲଭ ହରଗୌରୀ ବେଶରେ ଦର୍ଶନ ଦେବେ ବାବା…

ଆଖଣ୍ଡଳମଣିଙ୍କ ମନ୍ଦିରରେ କଟକଣାରେ ସମ୍ପନ୍ନ ହେବ କାର୍ତ୍ତିକ ପୂର୍ଣ୍ଣିମା ନୀତି
:ମଧ୍ଯାହ୍ନ ୧ଟାରେ ପଞ୍ଚାନନ ବେଶ :ଅପରାହ୍ଣ ୪ଟାରେ ଦୁର୍ଲଭ ହରଗୌରୀ ବେଶ
;ପୀଠରେ ୧୪୪ଧାରା ଜାରୀ ; :ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ମନା
:_ ଜଳପଥ ଓ ସ୍ଥଳପଥରେ କଡା ସୁରକ୍ଷା ବ୍ଯବସ୍ଥା।


ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୧୯\୧୧-ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବାବା ଆଖଣ୍ଡଳମଣି ଦୁର୍ଲଭ ହରଗୌରୀ ବେଶରେ ଦର୍ଶନ ଦେବେ। ହେଲେ କୋଭଡ-୧୯ ଭୟଭୟତାକୁ ନେଇ ଗୁରୁବାର ସକାଳ ୮ଟାରୁ ଶୁକ୍ରବାର ୮ଟା ଯାଏଁ ପୀଠରେ ୧୪୪ଧାରା ଜାରୀ କରାଯିବା ସହ ଭକ୍ତଙ୍କ ଦର୍ଶନ ଉପରେ ରୋକ ଲଗାଇଛି ପ୍ରଶାସନ। ଏଥିପାଇଁ ସ୍ବତନ୍ତ୍ର କଟକଣା ଜାରୀ କରିଛି ପ୍ରଶାସନ। ଅନ୍ଯପଟେ ମଣିବାବାଙ୍କର ସମସ୍ତ ପଞ୍ଚୁକ ନୀତି ସହ ହେବାକୁ ଥିବା ଦୁର୍ଲଭ ହରଗୌରୀବେଶ କୋଭିଡ ନିୟମ ଅନୁଯାୟୀ ସମ୍ପନ୍ନ କରିବା ପାଇଁ ସେବାୟତଙ୍କୁ ପରାମର୍ଶ ଦେଇଛି ପ୍ରଶାସନ।

ଭୋର ଦ୍ବାରଫିଟା ନୀତି ସହ ମଙ୍ଗଳ ଆଳତୀ ସରିବା ପରେ ମଧ୍ଯାହ୍ନରେ ବାବାଙ୍କୁ ପଞ୍ଚାନନ ବେଶ ଓ ଅପରାହ୍ଣ ୪ଟାରେ ଦୁର୍ଲଭ ହରଗୌରୀ ବେଶରେ ସଜ୍ଜିତ କରାଯିବ। ଆଗନ୍ତୁକ ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜଳପଥ ଓ ସ୍ଥଳପଥରେ ବ୍ଯାପକ ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯିବା ସହ ପୀଠରେ ଥିବା ମୁଆଁ, ତିନିତର, ଧାନଖଣିଆ ଘାଟରେ ଡଙ୍ଗା ଚଳାଚଳ ବନ୍ଦ କରିଛି ପ୍ରଶାସନ। ସେହିପରି ଭକ୍ତଙ୍କ ଡଙ୍ଗା ଭସାଇବା ଉପରେ କଟକଣା ଜାରୀ କରାଯିବା ସହ ଶିବଗଙ୍ଗା ପୁଷ୍କରିଣୀ, ବୈତରଣୀ ନଦୀଘାଟ, ଶାସ୍ତ୍ରୀଘାଟରେ କଟକଣା ଜାରି କରାଯାଇଛି। ପୀଠରେ ୨ଦିନ କଟକଣା ପରେ ଆସନ୍ତା ରବିବାର ସକାଳ ୬ଟାରେ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ଖୋଲିବ ବାବାଙ୍କ ମନ୍ଦିର।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଧର୍ମେନ୍ଦ୍ର ପ୍ରଧାନଙ୍କ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ, କୁଆଡେ ଗଲା ଆପଣଙ୍କ ନୈତିକତା ?

Fri Nov 19 , 2021
ଭୁବନେଶ୍ୱର(ବାସ୍ତବବ୍ୟୁରୋ): ମମିତା ହତ୍ୟା ମାମଲାକୁ ନେଇ ଧର୍ମେନ୍ଦ୍ର ପ୍ରଧାନ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ ।ନୈତିକତା ଚାପରେ ଶାସ୍ତ୍ରୀ, ଆଡଭାନୀ ବି ଇସ୍ତଫା ଦେଇଥିବା ବେଳେ, କୁଆଡେ ଗଲା ଆପଣଙ୍କ ନୈତିକତା ?ନୈତିକତା ଆଧାରରେ ଆପଣ ବି ଅନେକ ମନ୍ତ୍ରୀଙ୍କୁ ବିଦା କରିଛନ୍ତି।ହେଲେ ଆଜି ଏ ନୀରବତା ପଛର କାରଣ କଣ ? ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତିକି, ଏତଲାଟିଏ ଦେବା ପାଇଁ ପୀଡ଼ିତାଙ୍କ ବାପା, ମା’ ଥାନା ଥାନା […]

You May Like

Pin It on Pinterest