
ଭୁବନେଶ୍ୱର(ବାସ୍ତବବ୍ୟୁରୋ): ମମିତା ହତ୍ୟା ମାମଲାକୁ ନେଇ ଧର୍ମେନ୍ଦ୍ର ପ୍ରଧାନ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ ।ନୈତିକତା ଚାପରେ ଶାସ୍ତ୍ରୀ, ଆଡଭାନୀ ବି ଇସ୍ତଫା ଦେଇଥିବା ବେଳେ, କୁଆଡେ ଗଲା ଆପଣଙ୍କ ନୈତିକତା ?ନୈତିକତା ଆଧାରରେ ଆପଣ ବି ଅନେକ ମନ୍ତ୍ରୀଙ୍କୁ ବିଦା କରିଛନ୍ତି।ହେଲେ ଆଜି ଏ ନୀରବତା ପଛର କାରଣ କଣ ?
ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତିକି, ଏତଲାଟିଏ ଦେବା ପାଇଁ ପୀଡ଼ିତାଙ୍କ ବାପା, ମା’ ଥାନା ଥାନା ବୁଲିଲେ। ପୀଡ଼ିତାଙ୍କ ବାପା, ମାଙ୍କର ୧୬୪ ବୟାନ ରେକର୍ଡ କରାଯାଇନି। ଏଭଳି ସ୍ଥିତିରେ ସେମାନଙ୍କ ଉପରେ ଚାପ ପକାଇ କେସ୍ କରାଯାଇଛି। ସେମାନଙ୍କୁ ଆଣି ପ୍ରାୟୋଜିତ ମାମଲା କରାଯାଇଛି । ସେମାନଙ୍କ ଉପରେ ଚାପ ପକାଇ ତ୍ୱରିତ ଶୁଣାଣି ପାଇଁ କେସ୍ ହୋଇଛି।ମାମଲାର ଚାର୍ଜସିଟ୍ ହୋଇ ନ ଥିବା ବେଳେ ତ୍ୱରିତ ଶୁଣାଣି ପାଇଁ ଅପିଲ କରିବା ଅତ୍ୟନ୍ତ ହାସ୍ୟାସ୍ପଦ।
ଏହାବାଦ ମନ୍ତ୍ରୀ ପ୍ରଧାନ କହିଛନ୍ତି, କରୋନା ସମୟରେ ପାଖାପାଖି ଦେଢ ବର୍ଷ ପର୍ଯ୍ୟନ୍ତ ମୋଦି ସରକାର ସମଗ୍ର ଦେଶରେ ଜଣ ପିଛା ୫ କିଲୋ ଚାଉଳ, ଡାଲି ଦେଇଥିଲେ । ମାଗଣାରେ ଘର, ଖାଦ୍ୟ, ବିଜୁଳି, ଗ୍ୟାସ ଶୌଚାଳୟ, ପିଇବା ପାଣି ଯୋଗାଇଛନ୍ତି ମୋଦି।
ସମଗ୍ର ଦେଶରେ ୧୧୩ କୋଟି ଡୋଜ ଲାଗି ସାରିଛି। ସେଥିମଧ୍ୟରୁ ୪୦ କୋଟି ଲୋକଙ୍କୁ ୨ ଡୋଜ ଲାଗି ସାରିଛି। ହେଲେ ଓଡ଼ିଶାରେ ୨୫ ଲକ୍ଷରୁ ଅଧିକ ଟିକା ବିଭିନ୍ନ ମେଡିକାଲରେ ମହଜୁଦ ଅଛି। ଟିକାକରଣ କ୍ଷେତ୍ରରେ ଓଡ଼ିଶା ଏକ ପଛୁଆ ରାଜ୍ୟ ।
ଗରୀବ, ଚାଷୀ, ପଛୁଆ ଲୋକ, ଆଦିବାସୀଙ୍କ ପାଇଁ ବହୁ କଲ୍ୟାଣକାରୀ ଯୋଜନା ଆରମ୍ଭ ହୋଇଛି। ହେଲେ ଏହାକୁ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇ ପାଇଁ ଓଡ଼ିଶାର ବୈକଳ୍ପିକ ବ୍ୟବସ୍ଥା ଦରକାର। ଏହାର ନେତୃତ୍ୱ ନେବେ ନରେନ୍ଦ୍ର ମୋଦୀ ବୋଲି କହିଲେ ଧର୍ମେନ୍ଦ୍ର ପ୍ରଧାନ ।